Russia Threatens Western World: ଯଦି ଦେଶର କୌଣସି ଭାଗରେ ବାଲାଷ୍ଟିକ ମିସାଇଲ (Ballistic missile) ଆକ୍ରମଣ କରାଯାଏ ଏହାକୁ ପରମାଣୁ ହମଲା (Nuclear Attack) ଭାବେ ଗ୍ରହଣ କରାଯିବ ବୋଲି ଋଷିଆ ପକ୍ଷରୁ କୁହାଯାଇଛି।
Trending Photos
ମସ୍କୋ: ବିଂଶ ଶତାବ୍ଦୀର (20th Centeury) ହୋଇଥିବା ଦ୍ୱିତୀୟ ବିଶ୍ୱଯୁଦ୍ଧ (Second World War) ଶେଷ ହେବା ପର ଠାରୁ ଋଷିଆ(Russia) ଏବଂ ଆମେରିକା ନେତୃତ୍ୱାଧିନ ଆମେରିକା ନେତୃତ୍ୱାଧିନ ପାଶ୍ଚାତ୍ୟ ଦେଶ (America laid Western World) ଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗ ଖାସ କରି ସାମରିକ କ୍ଷେତ୍ରରେ ପ୍ରତିଦ୍ୱନ୍ଦିତା ଏପର୍ଯ୍ୟନ୍ତ ଜାରି ରହିଛି ।
ଏପରିକି ବର୍ତ୍ତମାନ ଚାଲିଥିବା ଏକବିଂଶ ଶତାବ୍ଦୀ (21st Century) ରେ ମଧ୍ୟ ସାମରିକ ପ୍ରସଙ୍ଗକୁ କେନ୍ଦ୍ର କରି ଅନେକ ଥର ମୁହାଁମୁହିଁ ହୋଇଛନ୍ତି ଋଷିଆ-ଆମେରିକା । ସଦ୍ୟ ଋଷ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ କ୍ରେମଲିନ ପକ୍ଷରୁ କୁହାଯାଇଛି ଯଦି କୌଣସି ପାଶ୍ଚାତ୍ୟ ଦେଶ, ଋଷିଆର କୌଣସି ଅଞ୍ଚଳରେ ବାଲାଷ୍ଟିକ ମିସାଇଲ (Ballistic missile) ଆକ୍ରମଣ କରନ୍ତି, ତାହେଲେ ଏହାକୁ ପରମାଣୁ ଆକ୍ରମଣ (Nuclear Attack) ବୋଲି ଗ୍ରହଣ କରାଯିବ । ଏନେଇ ଗତ ଶୁକ୍ରବାର ସ୍ଥାନୀୟ ଗଣମାଧ୍ୟରେ ଖବର ପ୍ରସାରିତ ହୋଇସାରିଛି।
ସର୍ବପ୍ରଥମେ ଏହି ଖବର ଋଷୀୟ ସୈନ୍ୟ ସଂସ୍ଥାନ ପକ୍ଷରୁ ପ୍ରକାଶିତ ଖବରକାଗଜ କ୍ରେସନାୟାରେ ପ୍ରକାଶିତ ହୋଇଥିଲା । ଯେଉଁଥିରେ କୁହାଯାଇଥିଲା ଆମେରିକା ପକ୍ଷରୁ ଲମ୍ବା ଦୂରତାରେ ଆକ୍ରମଣ କରିବାକୁ କ୍ଷମତା ରଖୁଥିବା ଅଣ ପରମାଣୁ ଅସ୍ତ୍ର(Non Nuclear weapon) କୁ ବିକଶିତ କରାଯାଉଛି ।
ଏ ମାମଲାରେ ଆମେରିକୀୟ ଗଣମାଧ୍ୟମ ୱାଶିଂଟନ ପୋଷ୍ଟରେ ଋଷ ପକ୍ଷରୁ ହେବାକୁ ଥିବା ପରମାଣୁ ଆକ୍ରମଣ ବାବଦରେ ଖବର ପ୍ରସାରଣ କରାଯାଇଥିଲା । ଯେଉଁଥିରେ ଦର୍ଶାଯାଇଥିଲା ଯଦି ପରମାଣୁ ଅଥବା ଏପରି ଧରଣର ଅନ୍ୟ କୌଣସି ହତିଆର ମାଧ୍ୟମରେ ଆକ୍ରମଣ କରାଯାଏ, ତାହେଲେ ଏହାର ଜବାବ ଦେବା ଲାଗି ପରମାଣବିକ ଅସ୍ତ୍ରଶସ୍ତ୍ରର ବ୍ୟବହାର କରାଯିବ। କାରଣ ନିଜର ଅସ୍ଥିତ୍ୱ ରକ୍ଷା ଲାଗି ପରମାଣୁ ଅସ୍ତ୍ର ବ୍ୟବହାର କରିବା ନେଇ ଋଷିଆ ପକ୍ଷରୁ ଜଣାଇ ଦିଆଯାଇଛି । ଏହା ସହିତ କୁହାଯାଇଛି ଯଦି ବାଲଷ୍ଟିକ ମିସାଇଲ ମାଧ୍ୟମରେ ଆକ୍ରମଣ କରାଯାଏ ଏହାକୁ ପରମାଣୁ ହମଲା ଭାବେ ବିଚାର କରାଯିବ ।
ଏ ପ୍ରସଙ୍ଗରେ ମତ ରଖି ଋଷର ବରିଷ୍ଠ ସୈନ୍ୟ ଅଧିକାରୀ ଆନ୍ଦ୍ରେଇ ଷ୍ଟର୍ଲିନ ଏବଂ କର୍ଣ୍ଣେଲ ଆଲେକଜାଣ୍ଡର କ୍ରିଏପିନଙ୍କ ପକ୍ଷରୁ କୁହାଯାଇଛି ଆମକୁ ଏହା ଫରକ ପଡେ ନାହଁ ଯେ, ଆଗାମୀ ଦିନରେ ଆମ ବିରୁଦ୍ଧରେ ବ୍ୟବହାର ହେବାକୁ ଥିବ ବାଲାଷ୍ଟିକ ମିସାଇଲ ପରମାଣୁ କ୍ଷମତା ସମ୍ପନ୍ନ କି ନୁହେଁ । ଦେଶର ସୁରକ୍ଷା ଲାଗି ଋଷୀୟ ସେନା(Russian Army) ସବୁବେଳେ ଜାଗ୍ରତ । ପରମାଣୁ ଅସ୍ତ୍ରଶସ୍ତ୍ର ନୀତିରେ ଋଷିଆ ପକ୍ଷରୁ କେତେକ କ୍ଷେତ୍ରରେ ପରିବର୍ତ୍ତନ ଅଣା ଯାଇଥିବା ନେଇ ଚର୍ଚ୍ଚା ହେଉଛି ।
ପୂର୍ବ ୟୁରୋପୀୟ ଦେଶ ୟୁକ୍ରେନ(Eastern European Country Ukraine) ରେ ସୃଷ୍ଟି ହୋଇଥିବା ସଂକଟକୁ ନେଇ ମୁହାଁମୁହିଁ ହୋଇଛନ୍ତି ଋଷିଆ-ଆମେରିକା । ଏହା ପୂର୍ବରୁ ୨୦୧୬ରେ ଅନୁଷ୍ଠିତ ହୋଇଥିବା ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନ (American Presidential Elections)ରେ ଋଷୀୟ ହସ୍ତକ୍ଷେପ (Russian Interference) ପ୍ରସଙ୍ଗକୁ ନେଇ ଉଭୟ ଦେଶ ମଧ୍ୟରେ, ବିବାଦ ତୀବ୍ର ହୋଇଛି । ଚଳିତ ବର୍ଷ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଋଷ ପୁନର୍ବାର ହସ୍ତକ୍ଷେପ କରିପାରେ ବୋଲି ଆମେରିକୀୟ ଗୁଇନ୍ଦା ଏଜେନ୍ସି(American Intelligence Agency) ପକ୍ଷରୁ ଚେତାବନୀ ଦିଆଯାଇଛି ।