ସମୟ ସୁବିଧା ପଇବା ମାତ୍ରେ ପଡୋଶୀ ଦେଶର ଜମି ହଡ଼ପ କରିନେବାକୁ ସବୁବେଳେ ଷଡଯନ୍ତ୍ର କରୁଥାଏ ସାମ୍ରାଜ୍ୟବାଦୀ ଚୀନ।
Trending Photos
ନୂଆଦିଲ୍ଲୀ: ସାମ୍ରାଜ୍ୟବାଦୀ ଚୀନ ରାସ୍ତାରେ ଏବେ ଚାଲିବା ଆରମ୍ଭ କଲାଣି ଋଷିଆ। ପ୍ରଥମ ସ୍ଥଳ ଆଉ ଏବେ ଜଳ ଭାଗ ଉପରେ ନିଜର ଅଧିକାର ଜାରି କରିବା ସହ ପ୍ରବୃତ୍ୱ ବିସ୍ତାର ପାଇଁ କରୁଛି ଉଦ୍ୟମ। ଏପରିକି ପ୍ରତିଦ୍ୱନ୍ଦ୍ୱୀଙ୍କୁ ମଧ୍ୟ ଚେତାବନୀ ଦେବାକୁ ପଛାଇନାହିଁ ଋଷିଆ। ସଦ୍ୟ ଘଟିଥିବା ଏପରି ଏକ ଘଟଣାକୁ ନେଇ ସରଗରମ ହୋଇଉଠିଛି ବିଶ୍ୱ ରାଜନୀତି।
ସମୟ ସୁବିଧା ପଇବା ମାତ୍ରେ ପଡୋଶୀ ଦେଶର ଜମି ହଡ଼ପ କରିନେବାକୁ ସବୁବେଳେ ଷଡଯନ୍ତ୍ର କରୁଥାଏ ସାମ୍ରାଜ୍ୟବାଦୀ ଚୀନ (Imperialist China)। କେବଳ ଜମି ନୁହେଁ ଦେଶର ଦକ୍ଷିଣ ଭାଗରେ ଅବସ୍ଥିତ ସାଗର (South China Sea) ଉପରେ ମଧ୍ୟ ନିଜର ଅଧିକାର ଦାବି କରିଛି। ଆଉ ଏବେ ଏହି ରାସ୍ତାରେ ଚାଲିବା ଆରମ୍ଭ କରିଛି ଏହାର ସହଯୋଗୀ ଋଷିଆ (Russia)।
Also Read: America ଧମାକାରେ କମ୍ପିଉଠିଲା; ଅଚାନକ ଆସିଗଲା Earthquake
ୟୁରୋପ ମହାଦେଶର ପୂର୍ବ ଭାଗରେ ଅବସ୍ଥିତ ୟୁକ୍ରେନ ଭଳି ପଡୋଶୀ ଦେଶର ଜମି ଉପରେ ପ୍ରଥମେ ନଜର ପକାଇଥିଲା। ଏହି ଦେଶର ଦକ୍ଷିଣ ଭାଗରେ ଅବସ୍ଥିତ କ୍ରୀମିୟା ଅଞ୍ଚଳରେ ବ୍ୟାପକ ସୈନ୍ୟବଳ ମୁତୟନ କରିଛି ଋଷିଆ। ଚଳିତ ବର୍ଷ ମାର୍ଚ୍ଚ-ଏପ୍ରିଲ ମାସରୁ ଏହି କ୍ଷେତ୍ର ଠାରେ ପରିସ୍ପର ସହ ମୁହାଁମୁହିଁ ଅବସ୍ଥାରେ ଅଛନ୍ତି ଋଷିଆ-ୟୁକ୍ରେନ ସେନାବାହିନୀ। ୟୁକ୍ରେନକୁ ସହଯୋଗ କରିବାକୁ ଯାଇ ଆମେରିକା ନେତୃତ୍ୱା ନାଟୋ (NATO) ମେଣ୍ଟରେ ସାମିଲ ରହିଥିବା ବ୍ରିଟେନ ଦକ୍ଷିଣ-ପୂର୍ବ ୟୁରୋପରେ ଅବସ୍ଥିତ କୃଷ ସାଗର ଅଞ୍ଚଳରେ ଯୁଦ୍ଧପୋତ ମୁତୟନ କରିଛି।
ହେଲେ ଏହାକୁ ସହଜେ ଗ୍ରହଣ କରିପାରିନାହିଁ ଋଷିଆ। ଗତ ବୁଧବାର କୃଷ ସାଗର ଅଞ୍ଚଳରେ ବ୍ରିଟେନ ନୌସେନାର ଯୁଦ୍ଧପୋତକୁ ଦେଖିବା ପରେ ଏହାକୁ ଘଉଡାଇବା ପାଇଁ ଚେତାନବନୀ ଦେବା ଢଙ୍ଗରେ ବୋମା ମାଡ କରିଥିଲା ଋଷିଆ। କାରଣ କୃଷ ସାଗର ଅଞ୍ଚଳକୁ ନିଜ ଦେଶର ଅଧିକୃତ କ୍ଷେତ୍ର ଭାବେ ବିଚାର କରୁଛି ଋଷୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ। ହେଲେ ଏହି ଦାବିକୁ ଖାରଜ କରିଛି ବ୍ରିଟେନ।
Also Read: ଆର୍ମନିଆ ବିରୁଦ୍ଧରେ ଲଢିବାକୁ ଆଜରବୈଜାନରେ ପହଞ୍ଚିଲେ ପାକ-ଆଫଗାନ ଆତଙ୍କୀ, ଋଷିଆର କାର୍ଯ୍ୟାନୁଷ୍ଠାନ ଧମକ
ଋଷିଆ ପକ୍ଷରୁ କରାଯାଇଥିବା କଥିତ ବୋମାମାଡ ଉପରେ ପ୍ରତିକ୍ରିୟା ରଖି ବ୍ରିଟେନ ନୌସେନା (Britain Navy) ପକ୍ଷରୁ କୁହାଯାଇଛି ରୟାଲ ନ୍ୟାଭି ଯୁଦ୍ଧପୋତ ଏଚଏମଏସ ଡିଫେଣ୍ଡର (Royal Navy Warship HMS Defender) ସେପରି କୌଣସି ଚେତାବାନୀ ପାଇନାହିଁ। କିମ୍ବା ଏହା କୃଷ ସାଗରର ଯେଉଁ ଅଞ୍ଚଳରେ ଯାତ୍ରା କରୁଥିଲା ସେହି ରାସ୍ତା କୌଣସି ପ୍ରକାର ବୋମାବର୍ଷଣ କରାଯାଇଛି। ୟୁକ୍ରେନ ଜଳ ସୀମା ଦେଇ ଆନ୍ତର୍ଜାତୀୟ ନିୟମ ପାଳନ କରି ଏହା ସମୁଦ୍ରରେ ଅଗ୍ରସର ହୋଇଛି। ଏଠାରେ ଋଷିଆ ପକ୍ଷରୁ କୌଣସି ପ୍ରକାର ସମାରାଭ୍ୟାସ କରାଯାଉଥିବା ବ୍ରିଟିଶ ରୟାଲ ନ୍ୟାଭି (British Royal Navy) ପକ୍ଷରୁ କୁହାଯାଇଛି।
Also Read: ଗାଦି ଛାଡିବା ପୂର୍ବରୁ ଘାଣ୍ଟିଦେଲେ ଟ୍ରମ୍ପ, ଦ୍ୱନ୍ଦ୍ୱରେ ବାଇଡେନ
ଗତ ୧୯୯୦ ଦଶକରେ ଶୀତଳ ଯୁଦ୍ଧର ପରିସମାପ୍ତି ଘଟିବା ପରେ ପ୍ରଥମ ଥର ଲାଗି ପ୍ରତିଦ୍ୱନ୍ଦ୍ୱୀ ନାଟୋ ମେଣ୍ଟରେ ସାମିଲ ରହିଥିବା କୌଣସି ଦେଶର ଯୁଦ୍ଧପୋତକୁ ହଟାଇବା ଲାଗି କଥିତ ରୂପେ ବୋମାମାଡ କରାଯାଇଥିବା ଋଷିଆ ପକ୍ଷରୁ କୁହାଯାଇଛି। ଯାହା ପାଶ୍ଚାତ୍ୟ ସହ ଋଷିଆର ଚାଲିଥିବା ଶତ୍ରୁତାକୁ ଦର୍ଶାଉଛି। ଏନେଇ ଦେଶର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କୃଷ୍ଣ ସାଗର ଠାରେ ବ୍ରିଟେନ ଯୁଦ୍ଧପୋତକୁ ହଟାଇବା ଲାଗି ଋଷିଆ ସେନା ପକ୍ଷରୁ ଏସୟୁ-୨୪ ବୋମାବର୍ଷୀ ବିମାନରୁ ବୋମାମାଡ କରାଯାଇଥିଲା। ଏପରି ଚେତାବନୀପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ପରେ ବ୍ରିଟେନ ଯୁଦ୍ଧ ଜାହାଜ ସେଠାରୁ ହଟିଯାଇଥିଲା।