Five planets alignment: ମହାଜାଗତିକ ଦୃଶ୍ୟ! ଏହି ଦିନ ଖାଲି ଆଖିରେ ଦେଖିହେବ ପାଞ୍ଚଟି ଗ୍ରହର ପରେଡ୍
Advertisement
Article Detail0/zeeodisha/odisha1232056

Five planets alignment: ମହାଜାଗତିକ ଦୃଶ୍ୟ! ଏହି ଦିନ ଖାଲି ଆଖିରେ ଦେଖିହେବ ପାଞ୍ଚଟି ଗ୍ରହର ପରେଡ୍

ସୂର୍ଯ୍ୟୋଦୟ ପୂର୍ବରୁ ଉଠି ଆକାଶର ଦକ୍ଷିଣ-ପୂର୍ବ ଦିଗରେ ନଜର ପକାନ୍ତୁ। ଆପଣଙ୍କୁ ସୂର୍ଯ୍ୟ (Sun) ର ନିକଟତର ବୁଧ, ଶୁକ୍ର, ମଙ୍ଗଳ, ବୃହସ୍ପତି ଏବଂ ଶନି ଗ୍ରହ ଗୋଟିଏ ସରଳ ରେଖାରେ ଦେଖାଯିବେ। ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଆସନ୍ତା ସୋମବାର ପର୍ଯ୍ୟନ୍ତ ଦେଖିବାକୁ ମିଳିବ।

ପ୍ରତିକାତ୍ମକ ଫଟୋ

Five planets alignment: ଚଳିତ ସପ୍ତାହାନ୍ତରେ ଏକ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ। ଯଦି ଏହି ଦିନକୁ ହାତଛଡା କଲେ ଆସନ୍ତା ୧୯ ବର୍ଷ ପର୍ଯ୍ୟନ୍ତ ଏହି ବିରଳ ଘଟଣା ଦୃଶ୍ୟମାନ ହେବ ନାହିଁ। ବର୍ତ୍ତମାନ ଗୋଟିଏ ସରଳ ରେଖାରେ ପାଞ୍ଚଟି ଗ୍ରହ ଅବସ୍ଥାନ କରିଛନ୍ତି। ଏହି ସପ୍ତାହନ୍ତରେ ମହାକାଶରେ ୫ଟି ଗ୍ରହର ପରେଡକୁ ଖାଲି ଆଖିରେ ଦେଖିବାର ଶେଷ ସୁଯୋଗ ରହିଛି। 

ସୂର୍ଯ୍ୟୋଦୟ ପୂର୍ବରୁ ଉଠି ଆକାଶର ଦକ୍ଷିଣ-ପୂର୍ବ ଦିଗରେ ନଜର ପକାନ୍ତୁ। ଆପଣଙ୍କୁ ସୂର୍ଯ୍ୟ (Sun) ର ନିକଟତର ବୁଧ, ଶୁକ୍ର, ମଙ୍ଗଳ, ବୃହସ୍ପତି ଏବଂ ଶନି ଗ୍ରହ ଗୋଟିଏ ସରଳ ରେଖାରେ ଦେଖାଯିବେ। ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଆସନ୍ତା ସୋମବାର ପର୍ଯ୍ୟନ୍ତ ଦେଖିବାକୁ ମିଳିବ। ଏହି ଗ୍ରହ ଗୁଡିକ ସୂର୍ଯ୍ୟ ଚାରିପଖରେ ଘୁରି ବୁଲନ୍ତି। ଆଉ ଦୀର୍ଘ ବର୍ଷ ପରେ ଗୋଟିଏ ସରଳ ରେଖାରେ ଆସନ୍ତି। ପୃଥିବୀ ପୃଷ୍ଠରୁ ଗ୍ରହଗୁଡିକ ନିକଟତର ଲାଗୁଥିବା ବେଳେ, ପ୍ରକୃତ ଦୂରତା ଅଧିକ।  

Also Read: ଦେଶର ୮୦ କୋଟିରୁ ଊର୍ଦ୍ଧ୍ୱ ଗରିବଙ୍କୁ ଶକ୍ତ ଝଟକା, ବନ୍ଦ ହେବାକୁ ଯାଉଛି ଏହି ସବୁ ସରକାରୀ ଯୋଜନା

୨୦୨୨ର ମହାଜଗତିକ ଦୃଶ୍ୟ (Rare incident) ସୂର୍ଯ୍ୟୋଦୟର ୪୫ରୁ ୯୦ ମିନିଟ ପୂର୍ବରୁ ଓ ପରେ ଦେଖାଯିବ। କୌଣସି ଏକ ଉଚ୍ଚସ୍ଥାନରୁ ପୂର୍ବ ଦିଗ ଆଜରୁ ଲକ୍ଷ୍ୟ କଲେ ଏହା ଦୃଶ୍ୟମାନ ହେବ। ଉତ୍ତର ଗୋଲାର୍ଦ୍ଧରୁ ଦେଖିଲେ ଉଦିତ ସୂର୍ଯ୍ୟ ଠାରୁ ଦକ୍ଷିଣ ଦିଗରେ ସମସ୍ତ ଗ୍ରହ ଗୋଟିଏ ଧାଡିରେ ଦେଖାଯିବେ। ଦକ୍ଷିଣ ଗୋଲାର୍ଦ୍ଧରେ ତାହା ଆହୁରି ସ୍ପଷ୍ଟ ଦେଖାଯିବ। ଜୁନ ୧୦ରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ଗତ ୧୮ ତାରିଖରେ ଚନ୍ଦ୍ର, ଶନିକୁ ଅତିକ୍ରମ କରିଥିବାବେଳେ ୨୧ରେ ବୃହସ୍ପତି ଓ ୨୨ରେ ମଙ୍ଗଳରୁ ଅତିକ୍ରମ କରିଛି। ଆସନ୍ତା ୨୬ରେ ଶୁକ୍ର ଓ ୨୭ ତାରିଖରେ ବୁଧକୁ ଚନ୍ଦ୍ର ଅତିକ୍ରମ କରିବ। 

ସ୍କାଏ ଆଣ୍ଡ ଟେଲିସ୍କୋପ ପତ୍ରିକା ଅନୁଯାୟୀ, ଶେଷ ଥର ପାଇଁ ୨୦୦୪ ଡିସେମ୍ବରରେ ପାଞ୍ଚଟି ଗ୍ରହ କ୍ରମାନ୍ୱୟରେ ଆସିଥିଲେ। ଚଳିତ ବର୍ଷ ବୁଧ ଏବଂ ଶନି ମଧ୍ୟରେ ବ୍ୟବଧାନ ବହୁତ କମ୍ ରହିଛି। ପ୍ରଥମେ ବୁଧ, ଶୁକ୍ର ଓ ତାଙ୍କ ପଛରେ ମଙ୍ଗଳ, ବୃହସ୍ପତି ଏବଂ ଶନି ରହିଛନ୍ତି। କିନ୍ତୁ ସୂର୍ଯ୍ୟୋଦୟ ପରେ ଏହି ଦୃଶ୍ୟ ଝାପସା ଦେଖାଯିବ। ଦୂରବିକ୍ଷଣ ଯନ୍ତ୍ରରେ ଗ୍ରହ ଗୁଡିକର ପରେଡ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେବ। ଆସନ୍ତା ୨୦୪୧ ପର୍ଯ୍ୟନ୍ତ ଏହି ବିରଳ ଦୃଶ୍ୟ ଆଉ ଦେଖିବାକୁ ମିଳିବ ନାହିଁ। କିନ୍ତୁ ଏହା ପୂର୍ବରୁ ୮ ସେପ୍ଟେମ୍ବର ୨୦୪୦ରେ ଏକ ମହାଜାଗତିକ ଘଟଣା ଘଟିବ ବୋଲି ସ୍କାଏ ଏଣ୍ଡ ଟେଲିସ୍କୋପ କହିଛି। 

Also Read: Instagram New Tool: ମୁହଁ ଦେଖି ବୟସ କହିବ Insta, ଜାଣନ୍ତୁ ଦୁଇଟି ପଦ୍ଧତି

ବିଶେଷଜ୍ଞଙ୍କ ଅନୁସାରେ, ପୃଥିବୀ ଉପରେ ଗ୍ରହ ଗୁଡିକର ପରେଡର କୌଣସି ପ୍ରଭାବ ପକାଇବ ନାହିଁ। କିନ୍ତୁ ଏହି ପ୍ରକ୍ରିୟା ଛୋଟ ଗ୍ରହ ଗୁଡିକୁ ଖୋଜିବାରେ ସାହାଯ୍ୟ କରିବ। ଛୋଟ ଗ୍ରହ ଗୁଡିକ ଆକାଶର ବହୁ ଉଚ୍ଚରେ ଅଛନ୍ତି ଏବଂ ଏଗୁଡିକ ସୂର୍ଯ୍ୟୋଦୟର କେଇ ଘଣ୍ଟା ପୂର୍ବରୁ ଉଦୟ ହୋଇଥାନ୍ତି।