ଟିକଟକ ବ୍ୟାନ ପରେ ଏମିତି କହିଲେ ଟିଏମସି ସାଂସଦ...
Advertisement

ଟିକଟକ ବ୍ୟାନ ପରେ ଏମିତି କହିଲେ ଟିଏମସି ସାଂସଦ...

ଅଭିନେତ୍ରୀ ନୁସରତଙ୍କର ମଧ୍ୟ ଟିକଟକ ଆକାଉଣ୍ଟ ଅଛି । ଏଥିରେ ତାଙ୍କର ଅନେକ ଫଲୋୟର୍ସ ଅଛନ୍ତି ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଟିକଟକ ସମେତ ୫୯ ଚାଇନିଜ ଆପକୁ ବ୍ୟାନ କରିଛନ୍ତି ଭାରତ ସରକାର । ତେବେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଏକ ପ୍ରତାରଣା ବୋଲି କହିଛନ୍ତି ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ ଜହାନ । କେନ୍ଦ୍ର ସରକାର କିଛି ବୁଝାବିଚରା ନକରି ଟିକଟକକୁ ବ୍ୟାନ କରିଛନ୍ତି । ସରକାର ଏହି ଆପର ଏକ ବିକଳ୍ପ ଆପ ଦେବା ଦରକାର, କାହିଁକିନା ଏହା ଅନେକ ଲୋକଙ୍କ ଜୀବିକା ସହ ଜଡ଼ିତ ବୋଲି କହିଛନ୍ତି ନୁସରତ । 

ଅଭିନେତ୍ରୀ ନୁସରତଙ୍କର ମଧ୍ୟ ଟିକଟକ ଆକାଉଣ୍ଟ ଅଛି । ଏଥିରେ ତାଙ୍କର ଅନେକ ଫଲୋୟର୍ସ ଅଛନ୍ତି । ସେ କହିଛନ୍ତି, କେନ୍ଦ୍ର ସରକାରଙ୍କ ଏହି ପ୍ରତିବନ୍ଧକ ଯୋଗୁ ଲୋକଙ୍କ କ୍ଷତି ହେବା ଉଚିତ ନୁହେଁ । ଏନେଇ ବିମୁଦ୍ରାକରଣର ଉଦାହରଣ ସେ ଦେଇଛନ୍ତି । 

ନୁସରତ କହିଛନ୍ତି, ମୋ ପାଇଁ ଦର୍ଶକ ଓ ପ୍ରଶଂସକ ସହ ଯୋଡ଼ି ହେବା ପାଇଁ ଅନ୍ୟ ସୋସିଆଲ ମିଡିଆ ପରି ଟିକଟକ ମଧ୍ୟ ଏକ ମାଧ୍ୟମ । ଯଦି ବ୍ୟାନ ନିଷ୍ପତ୍ତି ରାଷ୍ଟ୍ରୀୟ ହିତ ପାଇଁ ନିଆଯାଇଛି, ତେବେ ମୁଁ ଏହାକୁ ସମର୍ଥନ କରୁଛି । କିନ୍ତୁ କିଛି ଚାଇନିଜ ଆପକୁ ବ୍ୟାନ କରିବା ନିଷ୍ପତ୍ତି କେନ୍ଦ୍ର ସରକାରଙ୍କ ଏକ ପ୍ରତାରଣା ବୋଲି ସେ କହିଛନ୍ତି । ସରକାର କିଛି ବୁଝାବିଚର ନକରି ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି ନୁସରତ ।