Bihar: ମଦ ମୃତ୍ୟୁ ଘଟଣାରେ କ୍ଷତିପୂରଣ ଦେବେ ବିହାର ସରକାର, ହେଲେ କରିବାକୁ ଏହି କାମ
Advertisement

Bihar: ମଦ ମୃତ୍ୟୁ ଘଟଣାରେ କ୍ଷତିପୂରଣ ଦେବେ ବିହାର ସରକାର, ହେଲେ କରିବାକୁ ଏହି କାମ

Bihar Toxic Liquor Deaths:  ରାଜ୍ୟରେ ହୋଇଥିବା ମଦ ମୃତ୍ୟୁ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ବିହାର ସରକାର।

 

Bihar: ମଦ ମୃତ୍ୟୁ ଘଟଣାରେ କ୍ଷତିପୂରଣ ଦେବେ ବିହାର ସରକାର, ହେଲେ କରିବାକୁ ଏହି କାମ

Bihar Liquor Deaths: ରାଜ୍ୟରେ ହୋଇଥିବା ବିଷାକ୍ତ ମଦ ମୃତ୍ୟୁ ମାମଲାରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ବିହାର ସରକାର। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ଯେ ଯଦି କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ମଦ୍ୟପାନ କାରଣରୁ ହୁଏ,ତାହେଲେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବେ ବିହାର ସରକାର। ଗତ ୨୦୧୬ ବର୍ଷରେ ରାଜ୍ୟରେ ମଦ ଉପରେ ନିଷେଧାଦେଶ ଲାଗୁ କରିଥିଲେ ବିହାର ସରକାର। ବିହାର ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ଭାବେରେ କହିଛନ୍ତି ଯେ, ଗତ ୨୦୧୬ ବର୍ଷରୁ ଚଳିତ ବର୍ଷ ପର୍ଯ୍ୟନ୍ତ ମଦପ୍ୟାନ କାରଣରୁ ପ୍ରାଣ ହରାଇଥିବା ସମସ୍ତ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯିବ। 

ମୃତକଙ୍କ ସମ୍ପର୍କୀୟଙ୍କୁ ମିଳିବ ୪ ଲକ୍ଷ ଟଙ୍କାର କ୍ଷତିପୂରଣ 
ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ଯେ, ବିଷାକ୍ତ ମଦ ପିଇ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ନୀତୀଶ ସିଧାସଳଖ କହିଛନ୍ତି ଯେ ମଦ୍ୟପାନ କରିବା ପରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସମ୍ପର୍କୀୟ ସାମ୍ନାକୁ ଆସି ଏହି ଘଟଣା ସମ୍ପର୍କରେ ଜଣାଇବା ଆବଶ୍ୟକ। ବିହାର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯଦି ଲୋକେ କେଉଁଠାରୁ ବିଷାକ୍ତ ମଦ କିଣୁଛନ୍ତି ତାହା ପ୍ରକାଶ କରିଦିଅନ୍ତି, ତାହେଲେ ରାଜ୍ୟ ସରକାର ସେମାନଙ୍କୁ ସାହାଯ୍ୟ ସହଯୋଗ ପ୍ରଦାନ କରିବେ। 

ପରିବାର ସଦସ୍ୟଙ୍କ ଧ୍ୟାନ ରହିବା ଆବଶ୍ୟକ
ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହା ମଧ୍ୟ କହିଛନ୍ତି ବିଷାକ୍ତ ମଦ୍ୟପାନ କରିବା କାରଣରୁ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି। ହେଲେ ସେମାନଙ୍କ ପରିବାର ପ୍ରତି ତାଙ୍କର ଧ୍ୟାନ ରହିଛି। ଦୁଃଖର ବିଷୟ ଯେ ଅନେକ ପରିଶ୍ରମ ସତ୍ତ୍ୱେ ଲୋକେ ବିଷାକ୍ତ ମଦ ପିଉଛନ୍ତି। ଯେଉଁଥିପାଇଁ ଲୋକେ ମରୁଛନ୍ତି। ହେଲେ ସେ ତାଙ୍କ ପରିବାର ସଦସ୍ୟଙ୍କ ଯତ୍ନ ମଧ୍ୟ ନିଅନ୍ତି।

ଲିଖିତ ଆକାରରେ କ୍ଷତିପୂରଣ ଦିଆଯିବ
ବିଷାକ୍ତ ମଦ୍ୟପାନ କରିବା କାରଣ ପରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ନେଇ ଚିନ୍ତିତ ହୋଇଉଠିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସେମାନଙ୍କ ଆର୍ଥିକ କ୍ଷତିପୂରଣ ମଧ୍ୟ ଘୋଷଣା କରିଛନ୍ତି। ମୃତକଙ୍କ ପରିବାର ସଦସ୍ୟଙ୍କୁ ୪ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିବାକୁ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଆର୍ଥିକ ରାଶି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ପ୍ରଦାନ କରାଯିବ। ହେଲେ ମୃତକଙ୍କ ସମ୍ପର୍କୀୟଙ୍କୁ ଏହା କହିବାକୁ ହେବ ଯେ ସେମାନେ ଭୁଲବଶତଃ ମଦ୍ୟପାନ କରିଥିଲେ। ଯେଉଁଥିପାଇଁ ସେମାନଙ୍କର ମୃତ୍ୟୁ ହୋଇଛି।