ରେଲୱେ ବାତିଲ କଲା ପୁଣି ୧୫୬ ଟ୍ରେନ୍, ୨୫ ଡାଇଭର୍ଟ; ଜାଣନ୍ତୁ ଟ୍ରେନ ରଦ୍ଦ ହେବା ପଛର କାରଣ
Advertisement
Article Detail0/zeeodisha/odisha1324906

ରେଲୱେ ବାତିଲ କଲା ପୁଣି ୧୫୬ ଟ୍ରେନ୍, ୨୫ ଡାଇଭର୍ଟ; ଜାଣନ୍ତୁ ଟ୍ରେନ ରଦ୍ଦ ହେବା ପଛର କାରଣ

Train Cancelled List 29 August 2022: ବାତିଲ ହୋଇଥିବା ଟ୍ରେନଗୁଡ଼ିକ ମଧ୍ୟରୁ ଉତ୍ତର ପ୍ରଦେଶ, ଝାରଖଣ୍ଡ, ଛତିଶଗଡ଼, ମହାରାଷ୍ଟ୍ର, ଦିଲ୍ଲୀ, ମଧ୍ୟ ପ୍ରଦେଶ, ପଶ୍ଚିମବଙ୍ଗ, ଓଡ଼ିଶା, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ ଏବଂ ବିହାର ଯାଉଥିବା ଟ୍ରେନ ସାମିଲ ରହିଛି । ବିଗତ କିଛି ଦିନ ଧରି ଓଡିଶା, ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ଝାଡଖଣ୍ଡ, ପଶ୍ଚିମବଙ୍ଗ ଆଦି ଦେଶର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଆସୁଛି । 

ରେଲୱେ ବାତିଲ କଲା ପୁଣି ୧୫୬ ଟ୍ରେନ୍, ୨୫ ଡାଇଭର୍ଟ; ଜାଣନ୍ତୁ ଟ୍ରେନ ରଦ୍ଦ ହେବା ପଛର କାରଣ

ନୂଆଦିଲ୍ଲୀ: Train Cancelled List 29 August 2022:ଦେଶର ଅନେକ ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଦେଖାଦେଇଛି । ଏହା ଲୋକଙ୍କ ଜୀବନ ଉପରେ ସିଧାସଳଖ ପ୍ରଭାବ ପକାଇଛି । ଏହି କାରଣରୁ ପରିବହନ ସୁବିଧା ମଧ୍ୟ ପ୍ରଭାବିତ ହୋଇଛି । ଏହାସହ ଟ୍ରେନ୍ ସେବା ମଧ୍ୟ ପ୍ରଭାବିତ ହୋଇଛି । ତେଣୁ ଭାରତୀୟ ରେଳବାଇ (Indian Railways) କୁ ଆଜି ଅର୍ଥାତ ଅଗଷ୍ଟ ୧୭ରେ ମଧ୍ୟ ଅନେକ ଟ୍ରେନ୍ ବାତିଲ କରିବାକୁ ପଡିଛି । ଦେଶରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି । ଏଭଳି ପରିସ୍ଥିତିରେ ଯାତ୍ରାକୁ କରିବା ପୂର୍ବରୁ ଏହା ଜାଣିବା ଜରୁରୀ ଯେ ଆପଣଙ୍କର ଟ୍ରେନ୍ ବାତିଲ ହୋଇଛି କି ଡାଇଭର୍ଟ ହୋଇଛି ନା ରିଶିଡ୍ୟୁଲ କରାଯାଇଛି । 

ଆଜି ଅନେକ ଟ୍ରେନ ଡାଇଭର୍ଟ, ରିଶିଡ୍ୟୁଲ ଏବଂ ବାତିଲ କରାଯାଇଛି । ଏହି ଡାଇଭର୍ଟ, ରିଶିଡ୍ୟୁଲ ଏବଂ ବାତିଲ ଟ୍ରେନ୍ ଗୁଡିକରେ ଏକ୍ସପ୍ରେସ ଟ୍ରେନ୍, ମେଲ୍ ଟ୍ରେନ୍ ଏବଂ ସମସ୍ତ ତିନି ପ୍ରକାରର ପ୍ରିମିୟମ୍ ଟ୍ରେନ୍ ସାମିଲ ରହିଛି । ଆଜି ଅର୍ଥାତ୍ ଅଗଷ୍ଟ ୨୯ରେ ରେଲୱେ ମୋଟ ୧୫୬ ଟ୍ରେନ୍ ବାତିଲ କରିବାକୁ ନିଷ୍ପତ୍ତି ନେଇଛି । ଏଥି ସହିତ ମୋଟ ୧୨ଟି ଟ୍ରେନ୍ ରିଶିଡ୍ୟୁଲ କରିଛି ଓ ୨୫ଟି ଟ୍ରେନ୍ ଡାଇଭର୍ଟ ବା ସେମାନଙ୍କର ମାର୍ଗ ପରିବର୍ତ୍ତନ କରାଯାଇଛି । 

ବାତିଲ ହୋଇଥିବା ଟ୍ରେନଗୁଡ଼ିକ ମଧ୍ୟରୁ ଉତ୍ତର ପ୍ରଦେଶ, ଝାରଖଣ୍ଡ, ଛତିଶଗଡ଼, ମହାରାଷ୍ଟ୍ର, ଦିଲ୍ଲୀ, ମଧ୍ୟ ପ୍ରଦେଶ, ପଶ୍ଚିମବଙ୍ଗ, ଓଡ଼ିଶା, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ ଏବଂ ବିହାର ଯାଉଥିବା ଟ୍ରେନ ସାମିଲ ରହିଛି । ବିଗତ କିଛି ଦିନ ଧରି ଓଡିଶା, ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ଝାଡଖଣ୍ଡ, ପଶ୍ଚିମବଙ୍ଗ ଆଦି ଦେଶର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଆସୁଛି । ରେଳ ଚଳାଚଳ ଉପରେ ଏହାର ସିଧାସଳଖ ପ୍ରଭାବ ପଡିଥାଏ । ଏହା ସହିତ ଟ୍ରାଫିକ୍ ବ୍ଲକ୍ ଓ ରେଳ ଟ୍ରାକ୍ ମରାମତି ଯୋଗୁଁ ଟ୍ରେନ୍ ଗୁଡିକ ମଧ୍ୟ ବାତିଲ୍ କରିବାକୁ ପଡିଛି । ପ୍ରତିଦିନ ଶହ ଶହ ଟ୍ରେନ୍ ରେଳ ଟ୍ରାକ୍ ଦେଇ ଯାଇଥାଏ ।

ଏହା ବି ପଢ଼ନ୍ତୁ:-୨୦୨୪ ପର୍ଯ୍ୟନ୍ତ ଏହି ବ୍ୟକ୍ତି ରହିବେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ, ତା'ପରେ ଏହି ଓଡ଼ିଆ ନେତା ସମ୍ଭାଳିବେ ଗେରୁଆ ଦଳର କମାଣ!

ଏହା ବି ପଢ଼ନ୍ତୁ:-ଭାରତ-ଋଷର ବନ୍ଧୁତାକୁ ଦୁର୍ବଳ କରିବାକୁ ଚାହୁଁଛି ଆମେରିକା, ବାଇଡେନ ସରକାର କରୁଛନ୍ତି ଏହି ପ୍ଲାନ୍

ଏହା ବି ପଢ଼ନ୍ତୁ:-ଆମେରିକାର ଏହି ପଦକ୍ଷେରୁ ପୁଣି ବଢ଼ିଲା ଟେନସନ୍, ଆହୁରି ଭୀଷଣ ହେବ ଋଷ-ୟୁକ୍ରେନ ଯୁଦ୍ଧ!

 

ଯଦି ଆପଣ ମଧ୍ୟ ବାତିଲ୍, ରିଶିଡ୍ୟୁଲ ଏବଂ ଡାୟଭର୍ଟ ଟ୍ରେନ୍ ଗୁଡ଼ିକର ତାଲିକା ଚେକ୍ କରିବାକୁ ଚାହୁଁଛନ୍ତି, ତେବେ ଆପଣ କିଛି ସହଜ ପଦକ୍ଷେପ ଅନୁସରଣ କରି ଏହାକୁ ଚେକ୍ କରିପାରିବେ । ତେବେ ଆସନ୍ତୁ ଜାଣିବା ଏହି ପଦ୍ଧତି ବିଷୟରେ- 

ଏହିପରି ଦେଖନ୍ତୁ ଆପଣଙ୍କର ଟ୍ରେନ୍ ସ୍ଥିତି

ଭାରତୀୟ ରେଳବାଇ ଦ୍ୱାରା ବାତିଲ ହୋଇଥିବା ଟ୍ରେନର ତାଲିକା ଦେଖିବାକୁ, ଆପଣଙ୍କୁ ପ୍ରଥମେ enquiry.indianrail.gov.in/mntes/ କୁ ଯିବାକୁ ପଡିବ । ତା’ପରେ ସେଠାରେ ଆପଣ ସ୍କ୍ରିନର ଡାହାଣ ପାର୍ଶ୍ୱରେ ଥିବା ଉପର ପ୍ୟାନେଲରେ  Exceptional Trains ଲେଖା ଦେଖିବେ, ଏଥିରେ କ୍ଲିକ୍ କରନ୍ତୁ । ଆପଣ ଏହା ଉପରେ କ୍ଲିକ୍ କରିବା ମାତ୍ରେ ଆପଣଙ୍କୁ ଅନେକ ବିକଳ୍ପ ଦେଖିବାକୁ ମିଳିବ, ସେଥିମଧ୍ୟରୁ ଗୋଟିଏ ବାତିଲ ହୋଇଥିବା ଟ୍ରେନ୍ ପାଇଁ ହେବ । ଯଦି ଆପଣ ବାତିଲ ହୋଇଥିବା ଟ୍ରେନର ତାଲିକା ଦେଖିବାକୁ ଚାହାଁନ୍ତି, ତେବେ ଏଥିରେ କ୍ଲିକ୍ କରନ୍ତୁ । ଏହା ପରେ ବାତିଲ, ପୁନଃନିର୍ଦ୍ଧାରିତ ଏବଂ ଡାଇଭର୍ଟ ଟ୍ରେନର ତାଲିକା ଆପଣଙ୍କ ପରଦାରେ ଦେଖାଯିବ, ଯାହା ଦ୍ୱାରା ଆପଣ ଆପଣଙ୍କର ଆବଶ୍ୟକତା ଅନୁଯାୟୀ ସୂଚନା ପାଇପାରିବେ ।