Tungabhadra Dam Gate: ଶନିବାର ରାତିରେ କର୍ଣ୍ଣାଟକାର ତୁଙ୍ଗଭଦ୍ରା ଡ୍ୟାମରେ ଅଘଟଣ ଘଟିଛି । ଅତ୍ୟଧିକ ଜଳ ପ୍ରବାହ କାରଣରୁ ଡ୍ୟାମର ୧୯ ନମ୍ୱର ଗେଟ୍ ଭାଙ୍ଗିବା ସହ ପ୍ରଖର ସ୍ରୋତରେ ଭାସିଯାଇଛି । ଫଳରେ କୋପ୍ପାଲର ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ହେବା ନେଇ ଅନୁମାନ କରାଯାଉଛି । ଯେଉଁ ଗେଟ୍ ଟି ଭାଙ୍ଗିଛି ସେହି ରାସ୍ତାରେ ପ୍ରଖର ସ୍ତ୍ରୋତରେ ଜଳ ନିଷ୍କାସିତ ହେଉଛି । ଗୋଟିଏ ଗେଟ୍ ପଟେ ପ୍ରଖର ସ୍ରୋତରେ ଜଳ ନିଷ୍କାସିତ ହେଉଥିବାରୁ ଡ୍ୟାମ ଉପରେ ଚାପ ପଡିବାର ଆଶଙ୍କା ରହିଛି । ତେଣୁ ପ୍ରଶାସନ ଡ୍ୟାମର ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ୫ଟି ଗେଟ୍ ବ୍ୟତୀତ ଅନ୍ୟ ସମସ୍ତ ଗେଟ୍ ଖୋଲିଦେବା ପାଇଁ ନିଷ୍ପତ୍ତି ନେଇଥିଲା ।


COMMERCIAL BREAK
SCROLL TO CONTINUE READING

ଡ୍ୟାମରୁ ପାଣି ଖାଲି ହେବା ପରେ ପରିସ୍ଥିତି ନିୟନ୍ତ୍ରଣରେ ଆସିବ ଏବଂ ତାପରେ ଯେଉଁ ଗେଟ୍ ଭାଙ୍ଗିଯାଇଛି ତାହାର ମରାମତି କାର୍ଯ୍ୟ କରାଯିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି । ବର୍ତ୍ତମାନ ଡ୍ୟାମରେ ୧୦୫ ଟିଏମସି ଜଳ ଗଚ୍ଛିତ ରହିଛି କିନ୍ତୁ ଜଳ ନିଷ୍କାସିତ କରାଯାଇ ଡ୍ୟାମରେ ୬୫ରୁ ୫୫ ଟିଏମସି ଜଳ ରହିବା ପରେ ଡ୍ୟାମର ମରାମତି କାର୍ଯ୍ୟ କରାଯିବ । ହଠାତ୍ ଏତେ ମାତ୍ରାରେ ବନ୍ୟାଜଳ ଡ୍ୟାମରୁ ଛଡାଯିବା ଫଳରେ ଆନ୍ଧ୍ରରେ ମଧ୍ୟ ବନ୍ୟା ପରିସ୍ଥିତି ଉପୁଜିପାରେ ବୋଲି ଆଶଙ୍କା ରହିଛି । ଅତ୍ୟଧିକ ଜଳ ପ୍ରବାହକୁ ଦୃଷ୍ଟିରେ ରଖି ଲୋକଙ୍କୁ ମଧ୍ୟ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି । ନଦୀ ଏବଂ କେନାଲ୍ ପାର୍ ହେବା ସମୟରେ ଉପଯୁକ୍ତ ସତର୍କତା ପାଳନ କରିବାକୁ କୁହାଯାଇଛି । ଏଥିସହ କୃଷ୍ଣା ନଦୀର ତଳିଆ ଅଞ୍ଚଳବାସୀଙ୍କୁ ପରିସ୍ଥିତି ଉପରେ ନଜର ରଖିବାକୁ ସୂଚନା ଦିଆଯାଇଛି ।


ସୂଚନା ମୁତାବକ, ଡ୍ୟାମରୁ ୮୯ ହଜାର କ୍ୟୁସେକ ଜଳ ନିଷ୍କାସିତ କରାଯାଉଛି । ୬୦ରୁ ୬୫ ଟିଏମସି ଜଳ ନିଷ୍କାସିତ ହେବା ପରେ ଡ୍ୟାମରୁ ୨୦ ଫୁଟ ଜଳ କମ୍ ହେବ ଏବଂ ଏହା ପରେ ଡ୍ୟାମର ମରାମତି କାର୍ଯ୍ୟ କରାଯିବ । ଅନ୍ୟପଟେ ଡ୍ୟାମର ଗେଟ୍ ଭାସିଯିବା ଖବର ସମ୍ପର୍କରେ ଜାଣିବା ପରେ କର୍ଣ୍ଣାଟକା ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ସ୍ଥିତି ଅନୁଧ୍ୟାନ କରିବାକୁ କୋପ୍ପାଲ ଅଭିମୁଖେ ଯାତ୍ରା କରିଥିବା ଖବର ମିଳିଛି । ଡ୍ୟାମରୁ ଜଳ ନଦୀ ମଧ୍ୟକୁ ପ୍ରବେଶ କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ବନ୍ୟା ସ୍ଥିତି ସୃଷ୍ଟି ହୋଇନାହିଁ ।


Also Read- Shani Gochar: ୭ ଦିନ ପରେ ବଦଳିବ ଶନିଙ୍କ ଗତିବିଧି, ଏହି ରାଶିର ଲୋକଙ୍କୁ ମିଳିବ ଧନ


Also Read- Top 10 News: ହୀରାକୁଦ ବିସ୍ଥାପିତଙ୍କୁ ମିଳିବ ଜମି ପଟ୍ଟା, ପଢ଼ନ୍ତୁ ଅପରାହ୍ଣର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର