Top 10 News: ହୀରାକୁଦ ବିସ୍ଥାପିତଙ୍କୁ ମିଳିବ ଜମି ପଟ୍ଟା, ପଢ଼ନ୍ତୁ ଅପରାହ୍ଣର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର
Advertisement
Article Detail0/zeeodisha/odisha2378944

Top 10 News: ହୀରାକୁଦ ବିସ୍ଥାପିତଙ୍କୁ ମିଳିବ ଜମି ପଟ୍ଟା, ପଢ଼ନ୍ତୁ ଅପରାହ୍ଣର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର

Top 10 News Today: ସଂକ୍ଷେପରେ ପଢିନିଅନ୍ତୁ ଅପରାହ୍ମର ୧୦ଟି ବଡ଼ ଖବର

Top 10 News: ହୀରାକୁଦ ବିସ୍ଥାପିତଙ୍କୁ ମିଳିବ ଜମି ପଟ୍ଟା, ପଢ଼ନ୍ତୁ ଅପରାହ୍ଣର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର

Top 10 News Today: 

01- ବାଂଲାଦେଶରେ ସଂରକ୍ଷଣକୁ ନେଇ ଚାଲିଥିବା ହିଂସା ଥମିବାର ନାଁ ଧରୁନାହିଁ। ସେପଟେ ବାଂଲାଦେଶ ପାଇଁ ଆଉ ଏକ ନୂଆ ଚ୍ୟାଲେଞ୍ଜ ଛିଡ଼ା ହେଲାଣି। ବହୁ ସଂଖ୍ୟକ ରୋହିଙ୍ଗ୍ୟା ମୁସଲମାନ ମିଆଁମାରରୁ ବାଂଲାଦେଶରେ ଅନୁପ୍ରବେଶ ପାଇଁ ପ୍ରୟାସ ଆରମ୍ଭ କରିଦେଇଛନ୍ତି। ଏହି ସମୟରେ ମିଆଁମାରରୁ ବାଂଲାଦେଶକୁ ପଳାୟନ କରୁଥିବା ରୋହିଙ୍ଗ୍ୟା ମୁସଲମାନମାନଙ୍କର ଏକ ଦଳ ସୀମା ପାର ହେଉଥିବା ବେଳେ ଡ୍ରୋନ୍ ଦ୍ୱାରା ଆକ୍ରମଣ କରାଯାଇଥିଲା। ଫଳରେ ଏହି ଆକ୍ରମଣରେ ପ୍ରାୟ ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ଏହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

02- ହିଣ୍ଡନବର୍ଗ ରିପୋର୍ଟରେ ବଜାର ନିୟନ୍ତ୍ରକ SEBIକୁ ସିଧାସଳଖ ଟାର୍ଗେଟ କରିଛନ୍ତି। ହିଣ୍ଡନବର୍ଗ ତାଙ୍କ ରିପୋର୍ଟରେ ଦର୍ଶାଇଛି ଯେ ସେବି ଅଧ୍ୟକ୍ଷ ମାଧବୀ ପୁରୀ ବୁଚ ମଧ୍ୟ ଆଦାନୀ ଗ୍ରୁପ୍ ସହିତ ଜଡିତ। ଏହି କାରଣରୁ, ସେ ୧୮ ମାସ ମଧ୍ୟରେ ଆଦାନୀ ଗ୍ରୁପ୍ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି। ହିଣ୍ଡନବର୍ଗ ରିସର୍ଚ୍ଚ ସୋସିଆଲ ମିଡିଆ ହ୍ୟାଣ୍ଡେଲ X ରେ ଏହା ପ୍ରକାଶ ଘୋଷଣା କରିଛି। ଅନେକ ଗୁପ୍ତ ଦଲିଲକୁ ଦର୍ଶାଇ ହିଣ୍ଡନବର୍ଗ ପକ୍ଷରୁ କୁହାଯାଇଛି ଯେ ଆଦାନୀ ସ୍କାମରେ ବ୍ୟବହୃତ ଅଫଶୋର ସଂସ୍ଥାଗୁଡ଼ିକରେ ସେବି ଅଧ୍ୟକ୍ଷଙ୍କ ଅଂଶ ରହିଛି। ବର୍ତ୍ତମାନ ଏହି ପ୍ରସଙ୍ଗରେ ଦେଶରେ କାଦୁଅ ଫିଙ୍ଗା ରାଜନୀତି ଆରମ୍ଭ ହୋଇଯାଇଛି।

03- ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଦ୍ମବିଭୂଷଣ କେ ନଟବର ସିଂହଙ୍କ ଦେହାନ୍ତ ହୋଇଛି। ଗୁରୁଗ୍ରାମର ମେଦାନ୍ତ ହସ୍‍ପିଟାଲରେ ଗଲା କିଛିଦିନ ହେଲା ନଟବର ଚିକିତ୍ସାଧୀନ ଥିଲେ। ସେ ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା। କଂଗ୍ରେସରେ ଯୋଗ ଦେବା ପୂର୍ବରୁ ସେ ବେୈଦେଶିକ ବ୍ୟାପର ସେବାରେ ଜଣେ କୂଟନୀତିଜ୍ଞ ଭାବେ କାର୍ଯ୍ୟରତ ଥିଲେ। 

04- ହୀରାକୁଦ ନଦୀବନ୍ଧ ଯୋଜନାରେ ବିସ୍ଥାପିତ ହୋଇଥିବା ଲୋକଙ୍କୁ ମିଳିବ ଜମି ପଟ୍ଟା । ପ୍ରତି ବିସ୍ଥାପିତଙ୍କୁ ୧୦ ଡିସିମିଲ୍ ଲେଖାଏଁ ଜମି ଦିଆଯିବ କହିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଡିସେମ୍ବର ୩୧ ସୁଦ୍ଧା ବିସ୍ଥାପିତମାନଙ୍କୁ ଜମି ଦେବାକୁ ମନ୍ତ୍ରୀ ଘୋଷଣା କରିଛନ୍ତି । ଏବେ ସୁଦ୍ଧା ୪୪୦୦ କ୍ଷତିଗ୍ରସ୍ତ ପରିବାରକୁ ପଟ୍ଟା ଦିଆଯାଇଥିବା ସୂଚନା ରହିଛି ।

05- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଟେଲିଫୋନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ଆଲେଚନା କରି ଆଳୁ ଯୋଗାଣ ସମସ୍ୟା ଦୂର କରିବାକୁ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଦିଲ୍ଲୀରେ ଆପଣଙ୍କ ସହ ଆଲୋଚନା ହେବା ପରେ ଓଡ଼ିଶାକୁ ଆଳୁ ଯୋଗାଣ ସ୍ଵାଭାବିକ ହୋଇଥିଲା । ମାତ୍ର କିଛିଦିନ ପରେ ପୁଣି ଆଳୁ ଯୋଗାଣରେ ସମସ୍ୟା ସୃଷ୍ଟି ହୋଇଛି। ତେଣୁ ଏଥି ପ୍ରତି ଧ୍ୟାନ ଦେଇ ସମସ୍ୟା ଦୂର କରିବାକୁ ପଦକ୍ଷେପ ନିଅନ୍ତୁ । ମମତା ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

06- ଭୁବନେଶ୍ବର ଏୟାରଫିଲ୍ଡ ଥାନା ଅଞ୍ଚଳର ଡବଲ ମର୍ଡର ଘଟଣାରେ ସିନ ରିକ୍ରିଏଟ କରିଛି କମିଶନରେଟ୍ ପୋଲିସ । ଗିରଫ ୨ ଅଭିଯୁକ୍ତ ପ୍ରଦୀପ ମଲ୍ଲିକ ଏବଂ ଗଣେଶ ମଲ୍ଲିକଙ୍କୁ ନେଇ ସିନ୍ ରିକ୍ରିଏଟ କରାଯାଇଛି । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । କଲ୍ୟାଣୀ ପ୍ଲାଜା ଆପାର୍ଟମେଣ୍ଟରେ ଗାଡ଼ି ପାର୍କିଂରୁ ହତ୍ୟାକାଣ୍ଡ ହୋଇଥିବା ପ୍ରେସମିଟରେ ଭୁବନେଶ୍ବର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।

07- ରତ୍ନଭଣ୍ଡାର ମରାମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଆଲମିରା ସିଫ୍ଟିଂ ପାଇଁ SOP ନେଇ ସରକାର ନିଷ୍ପତ୍ତି ନେଇଛନ୍ତି। ଖୁବଶୀଘ୍ର ଆଲମିରା ଏବଂ ସିନ୍ଦୁକ ସିଫ୍ଟିଂ କରାଯିବ ପରେ ASI ଦ୍ବାରା ରତ୍ନଭଣ୍ଡାର ମରାମତି ହେବ ବୋଲି କହିଛନ୍ତି । 

08- ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ଆଜି ଭୋଇ ସେବକମାନେ ରଥ ଭଙ୍ଗା କାର୍ଯ୍ୟ କରିଛନ୍ତି । ତେବେ ପ୍ରଥମେ ମା’ ସୁଭଦ୍ରାଙ୍କ ଦେବଦଳନ ରଥର କଳସରୁ ଭଙ୍ଗା କାମ ଆରମ୍ଭ ହୋଇଛି । ମୁଖ୍ୟ ଭୋଇ ସର୍ଦ୍ଦାରଙ୍କ ନିର୍ଦ୍ଦେଶକ୍ରମେ ୫ ଜଣ ପ୍ରମୁଖ ଭୋଇ ଉପସ୍ଥିତ ରହି ରଥଭଙ୍ଗା କାର୍ଯ୍ୟ ଆରମ୍ଭ କରିଛନ୍ତି। ତେବେ ମହାପ୍ରଭୁଙ୍କର ଏହି ରଥଭଙ୍ଗା କାମରେ ମୋଟ ୨୦ ଜଣ ଭୋଇ ସେବାକମାନେ ୧୨ ଦିନ ଭିତରେ ୩ ରଥକୁ ଭାଙ୍ଗିବେ । ପ୍ରଥମେ ଦେବଦଳନ, ପରେ ତାଳଧ୍ୱଜ ଓ ଶେଷରେ ନନ୍ଦିଘୋଷ ରଥ ଭଙ୍ଗାଯିବା ପରମ୍ପରା ରହିଛି । ସେହିଭଳି ମହାପ୍ରଭୁଙ୍କ ଏହି ଭଙ୍ଗା ରଥକାଠକୁ ସଂଗ୍ରହ କରି ଘରେ ରଖିଥାନ୍ତି ଭକ୍ତମାନେ ।

09- ରାଜ୍ୟରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ କଡା ଯାଞ୍ଚ କରାଯିବ । ଯାଞ୍ଚ ପ୍ରକ୍ରିୟା ଖୁବଶୀଘ୍ର ହେବ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ବିରାଜ ହରିଚନ୍ଦନ । ପୂର୍ବରୁ ଅନୁପ୍ରବେଶ କରି ବିଭିନ୍ନ ବୃତ୍ତିରେ ଥିବା ସମସ୍ତ ବାଂଲାଦେଶୀ ନାଗରିକଙ୍କୁ ଯାଞ୍ଚ କରାଯିବ । ବୈଧ ପ୍ରମାଣପତ୍ର ନଥିଲେ, ନିଜ ଦେଶକୁ ଫେରିଯିବାର ବ୍ୟବସ୍ଥା କରାଯିବ। ପଶ୍ଚିମବଙ୍ଗ ଓ ସମୁଦ୍ର ପଥରେ ବାଂଲାଦେଶୀ ଅନୁପ୍ରବେଶ ଉଦ୍ୟମ କରୁଛନ୍ତି । ଅନୁପ୍ରବେଶକାରୀଙ୍କୁ ରୋକିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟକୁ କୌଣସି ଅନୁପ୍ରବେଶ ହେବ ନାହିଁ ବୋଲି ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।

10- ୧୫ ଅଗଷ୍ଟ ପର୍ଯ୍ୟନ୍ତ ଦେଶର ବିଭିନ୍ନ ରାଜ୍ୟରେ ବର୍ଷା ହେବାର ଆଶଙ୍କା ରହିଛି । ରାଜ୍ୟ ଗୁଡିକ ମଧ୍ୟରେ ରହିଛି ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ରାଜସ୍ଥାନ, ପଶ୍ଚିମବଙ୍ଗର ଗାଙ୍ଗେୟ ହିମାଳୟ ଅଞ୍ଚଳ, ସିକ୍କିମ, ଓଡ଼ିଶା, ନାଗାଲାଣ୍ଡ, ମଣିପରୁ, ମିଜୋରାମ, ତ୍ରିପୁରା, କୋଙ୍କଣ, ଗୋଆ, ମଧ୍ୟ ମହାରାଷ୍ଟ୍ର, ଗୁଜୁରାଟ । ଏହା ବ୍ୟତୀତ ୧୫ ଅଗଷ୍ଟ ପର୍ଯ୍ୟନ୍ତ ଉତ୍ତରାଖଣ୍ଡ ଓ ରାଜସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ମଧ୍ୟ ଆକଳନ କରାଯାଇଛି। ସୌରାଷ୍ଟ୍ର ଓ କଚ୍ଛ ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ଆଲର୍ଟ ଜାରି କରିଛି। 

Also Read- RIP: ଆଉ ନାହାନ୍ତି ଏହି ମହାନ ଓଡ଼ିଆ କଳାକାର, ପ୍ରଶଂସକଙ୍କ ଆଖିରେ ଲୁହ

Also Read- Mangal Gochar 2024: ୨ ସପ୍ତାହ ପର୍ଯ୍ୟନ୍ତ ଚିନ୍ତାରେ ରହିବେ ଏହି ୫ରାଶିର ବ୍ୟକ୍ତି