ଡାଇରେକ୍ଟର ମହିମାଙ୍କ ଇସ୍ତଫା ଟ୍ୱିଟର ପାଇଁ ଏକ ବଡ଼ କ୍ଷତି । ମାତ୍ର ପାଞ୍ଚ ବର୍ଷ ଯାଏଁ ସେ ନିଜର ଦାୟିତ୍ୱ ଖୁବ୍ ଭଲଭାବେ ନିର୍ବାହ କରିଛନ୍ତି ।
Trending Photos
ନୂଆଦିଲ୍ଲୀ: ଟ୍ୱିଟର ଇଣ୍ଡିଆର ପବ୍ଲିକ୍ ପଲିସି ଡାଇରେକ୍ଟର ମହିମା କୋଲ୍ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଟ୍ୱିଟରର କହିବା କଥା ହେଲା, ଡାଇରେକ୍ଟର ମହିମା ମାର୍ଚ୍ଚ ମାସର ଶେଷ ଯାଏଁ ନିଜର କାର୍ଯ୍ୟଭାର ସମ୍ଭାଳିବେ । କେବଳ ସେତିକି ନୁହେଁ, ଯେଉଁ ଯେଉଁ ସବୁ ପରିବର୍ତ୍ତନ ଦରକାର ସେଥିରେ ମଧ୍ୟ ସେ ପୁରା ସାହାଯ୍ୟ କରିବେ । ତେବେ ନିଜ ଇସ୍ତଫା ଦେବା ବିଷୟରେ ମଧ୍ୟ ମହିମା ମନ୍ତବ୍ୟ ରଖିଛନ୍ତି ।
ମହିମା ଟ୍ୱିଟର (Twitter) ର ପବ୍ଲିକ ପଲିସି ଡାଇରେକ୍ଟର (Public Policy Director) (ଇଣ୍ଡିଆ ଓ ସାଉଥ ଏସିଆ) ର ନିର୍ଦ୍ଦେଶକ ଅଛନ୍ତି । ଟ୍ୱିଟରର ଏକ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ମହିମା ନିଜର ବ୍ୟକ୍ତିଗତ ଜୀବନକୁ ଅଧିକ ସମୟ ଦେବାକୁ ଚାହାଁନ୍ତି । ଖାସ୍ ସେଥିପାଇଁ ସେ ନିଜ ପଦରୁ ଇସ୍ତଫା (Resign) ଦେଇଥିବା କହିଛନ୍ତି । ସେ ଏକଥା ବି କହିଛନ୍ତି ଯେ, ଡାଇରେକ୍ଟର ମହିମାଙ୍କ ଇସ୍ତଫା ଟ୍ୱିଟର ପାଇଁ ଏକ ବଡ଼ କ୍ଷତି । ମାତ୍ର ପାଞ୍ଚ ବର୍ଷ ଯାଏଁ ସେ ନିଜର ଦାୟିତ୍ୱ ଖୁବ୍ ଭଲଭାବେ ନିର୍ବାହ କରିଛନ୍ତି । ହେଲେ ଏବେ, ସେ ନିଜର ବ୍ୟକ୍ତିଗତ ଜୀବନକୁ ଅଧିକ ଫୋକସ (Focus) ଦେବାକୁ ଚାହୁଁଛନ୍ତି ସେଥିପାଇଁ ସେ ଏହି ପଦରୁ ଇସ୍ତଫା ଦେଇଛନ୍ତି ।
Also Read: ୧୧୪ ବର୍ଷର ବିରଳ ରେକର୍ଡ ଭାଙ୍ଗି ଇତିହାସ ରଚିଲେ ଅଶ୍ୱିନ
ହେଲେ ସୂଚନାନୁସାରେ, ମହିମାଙ୍କ ଇସ୍ତଫା କଥା ସେତେବେଳେ ସାମ୍ନାକୁ ଆସିଛି ଯେତେବେଳେ ପୁରା ଦେଶରେ ହିଁ କୃଷକ ଆନ୍ଦୋଳନ (Farmers Protest) କୁ ନେଇ ଟ୍ୱିଟର ୱାର (Twitter War) ଚାଲିଛି । ଆଉ ଏହି ସମୟରେ ଟ୍ୱିଟରର ପବ୍ଲିକ ପଲିସି ଡାଇରେକ୍ଟରଙ୍କ ଇସ୍ତଫା ସରକାରଙ୍କ ନିର୍ଦ୍ଦେଶକୁ ଇଙ୍ଗିତ କରୁଥିବା କୁହାଯାଉଛି। ଗତ ସପ୍ତାହର ପ୍ରାରମ୍ଭରୁ କେନ୍ଦ୍ର ସରକାର (Central Government) କୃଷକ ଆନ୍ଦୋଳନକୁ ଉସକାଇବା ଅଭିଯୋଗ କରି ପ୍ରାୟ ଏକ ହଜାର ୧୭୮ ପାକିସ୍ତାନୀ ଓ ଖଲିସ୍ତାନୀ ଆକାଉଣ୍ଟକୁ ହଟାଇବାକୁ ଟ୍ୱିଟରକୁ ନିର୍ଦ୍ଦେଶ ଦେଇଥିଲେ । ଆଉ ସପ୍ତାହର ଶେଷ ଦିନ ଅର୍ଥାତ୍ ରବିବାର ଦିନ ମହିମା କୋଲ (Mahima Kaul) ନିଜ ପଦରୁ ଇସ୍ତଫା ଦେଇଥିଲେ ।
Also Read: ସୁପ୍ରିମକୋର୍ଟ କାଢିବେ କୋଟିଆ କଣ୍ଟା!
ଟ୍ୱିଟର ଇଣ୍ଡିଆକୁ ଭାରତର ସବୁଠାରୁ ତୃତୀୟ ବଡ ସୋସିଆଲ ମିଡିଆ (Social Media) ପ୍ଲାଟଫର୍ମ ବୋଲି ବିବେଚନା କରାଯାଉଛି । ଏହାର ଅର୍ଥାତ୍ ଟ୍ୱିଟର ବ୍ୟବହାରରେ ଭାରତ ହେଉଛି ତୃତୀୟ । ସେହିପରି ପ୍ରଥମ ସ୍ଥାନରେ ରହିଛି ଆମେରିକା (America), ଓ ଦ୍ୱିତୀୟ ସ୍ଥାନରେ ଜାପାନ( Japan) ରହିଛି ।