Airlines pilots fell asleep: ଆଡିସ ଆବାବା: ଗତ କିଛି ମାସ ହେଲା ବିଶ୍ୱର ବିଭିନ୍ନ ଦେଶରେ ବିମାନ ଦୁର୍ଘଟଣାର ମାମଲା ବୃଦ୍ଧି ପାଇବାରେ ଲାଗିଛି। ଅନେକ ସମୟରେ ଯାନ୍ତ୍ରୀକ ତୃଟି ଯୋଗୁଁ ବିମାନ ଦୁର୍ଘଟଣା ଘଟୁଥିବା ନଜିର ରହିଛି। ଏଭଳି କ୍ଷେତ୍ରରେ ବିମାନ ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଏକ ବଡ ପ୍ରଶ୍ନ ଉଠିଛି। ଠିକ୍ ଏହି ସମୟରେ ଇଥୋପିଆ ବିମାନରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଆଫ୍ରିକାର ବୃହତ ବିମାନସେବା ଯୋଗାଉଥିବା ଇଥୋପିଆ ଏୟାରଲାଇନର Boeing 737 ET343 ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି। ସୋମବାର ମଝି ଆକାଶରେ ବିମାନର ଦୁଇ ପାଇଲଟ ଶୋଇ ପଡିଥିବା କୁହାଯାଉଛି।


COMMERCIAL BREAK
SCROLL TO CONTINUE READING

ବିମାନ ସମ୍ପର୍କୀୟ ମାମଲାର ବିଶେଷଜ୍ଞ ଆଲେକ୍ସ ମାଚେରାସ ଶୁକ୍ରବାର ଟ୍ୱିଟ କରି ଇଥୋପିଆ ଏୟାରଲାଇନର Boeing 737 ET343ରେ ହୋଇଥିବା ତୃଟି ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଭୂପୃଷ୍ଠ ଠାରୁ ୩୭ ହଜାର ଫୁଟ ଉପରେ ET343 ସହ ଏଟିସିର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଏଟିସି କର୍ମଚାରୀ ଯୋଗାଯୋଗ କରିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ପାଇଲଟମାନେ କୌଣସି ପ୍ରତିକ୍ରିୟା ଦେଇନଥିଲେ। ତେବେ ପାଇଲଟମାନେ ବିମାନକୁ ଅଟୋପାଇଲଟ ମୋଡରେ ରଖି ଶୋଇ ପଡିଥିବା ଆଲେକ୍ସ କହିଛନ୍ତି।


Also Read: ଭୁଲରେ ବି କାହାପାଖରୁ ଉଧାର ଅଣାନ୍ତୁ ନାହିଁ ଏସବୁ ସବୁ ଜିନିଷ; ନଚେତ୍ ହୋଇପାରେ ବଡ କ୍ଷତି


ET343 ବିମାନଟି ସୁଡାନର ଖାରତୁମରୁ ଇଥୋପିଆର ଡିସ ଆବାବା ଅଭିମୁଖେ ଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା। ପାଇଲଟ ଶୋଇ ଯିବା ଯୋଗୁଁ ପ୍ରାୟ ୨୫ ମିନିଟ ବିଳମ୍ବରେ ରନୱେରେ ବିମାନ ଅବତରଣ କରିଥିବା। ବିମାନ ଅବତରଣ ପୂର୍ବରୁ ତାହାର ଅଟୋପାଇଲଟ ସିଷ୍ଟମ ମଧ୍ୟ ଡିସକନେକ୍ଟ ହୋଇଥିବା କୁହାଯାଉଛି। ଯାହାକୁ ଦ ଆଭିଏସନ ହେରାଲ୍ଡ ଏହାକୁ ସ୍ପଷ୍ଟ କରିଛି। ଅବତରଣ ପରେ ବିମାନ ପରବର୍ତ୍ତୀ ଉଡାଣ ପାଇଁ ଅଢେଇ ଘଣ୍ଟା ସମୟ ଲାଗିଥିଲା। ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆ ଯାଇଥିବା ସୂଚନା ମିଳିଛି।


 



ଆଲେକ୍ସ କହିଛନ୍ତି ଯେ, ତେବେ ଏଭଳି ଘଟଣା ଘଟିବା କୌଣସି ନୂଆ କଥା ନୁହଁ। ଗତ କିଛି ଦିନ ପୂର୍ବେ Jet2ର ପାଇଲଟ ଶୋଇଯାଇଥିବାର ଅଭିଯୋଗ ହୋଇଥିଲା। ଯାହାକୁ ନେଇ ବ୍ରିଟେନରେ ହଟଚମଟ ଦେଖିବାକୁ ମିଳିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ବିମାନ କମ୍ପାନୀ ଏହି ଅଭିଯୋଗକୁ ଖଣ୍ଡନ କରିଥିଲା। ଆଲେକ୍ସ ଦୀର୍ଘ ବର୍ଷେ ତଳର ଘଟଣାକୁ ମନେ ପକାଇ କହିଛନ୍ତି ଯେ, ବର୍ଷେ ପୂର୍ବେ ଆଫଗାନ ବାୟୁସୀମା ମଧ୍ୟରେ କୌଣସି ବିମାନକୁ ଉଡିବା ପାଇଁ ଅନୁମତି ନଥିଲା। ଏହି ସମୟରେ ରୁଟ୍ ବ୍ୟସ୍ତ ଥିବାରୁ ବିମାନ ଦୁର୍ଘଟଣାର ଆଶଙ୍କା ବଢି ଯାଇଥିଲା। କିନ୍ତୁ ଆଫାଗାନ ଏଟିଏସ କର୍ମଚାରୀଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଇଥିଲା, ଫଳରେ ବିମାନ ଚଳାଚଳ ସୁଗମ ହୋଇଥିଲା।


Also Read: ରେଲୱେ ବାତିଲ କଲା ପୁଣି ୧୦୦ରୁ ଅଧିକ ଟ୍ରେନ୍, ଘରୁ ବାହାରିବା ପୂର୍ବରୁ ଦେଖି ନିଅନ୍ତୁ ପୂରା ଲିଷ୍ଟ


ସୂଚନାଯୋଗ୍ୟ, ଗତ ମାର୍ଚ୍ଚରେ ଚୀନ ଇଷ୍ଟର୍ଣ୍ଣ ଏୟାରଲାଇନ୍ସର ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। କୁନମିଙ୍ଗରୁ ଚୀନର ଗୁଆଙ୍ଗଜୁହୁ ଅଭିମୁଖେ ଉଡାଣ ଭରିଥିବା ଏହି ବିମାନଟି ପାହାଡରେ ପିଟି ହୋଇ ଜଳିଯାଇଥିଲା। ଫଳରେ ବିମାନରେ ଥିବା ମୋଟ ୧୩୩ ଜଣ ଯାତ୍ରୀ ପ୍ରାଣ ହରାଇଥିଲେ। ଚୀନ ବିମାନ ଦୁର୍ଘଟଣା ପରେ ବୋଇଙ୍ଗ୍-୭୩୭ ବିମାନର ସୁରକ୍ଷାକୁ ନେଇ ଚିନ୍ତା ବଢିଯାଇଛି। ତଥାପି ମଧ୍ୟ କିଛି କ୍ଷେତ୍ରରେ ପାଇଲଟଙ୍କ ଦାୟୀତ୍ୱ ହୀନତା ଦେଖିବାକୁ ମିଳୁଛି।