Vastu Tips: ଭୁଲରେ ବି କାହାପାଖରୁ ଉଧାର ଅଣାନ୍ତୁ ନାହିଁ ଏସବୁ ସବୁ ଜିନିଷ; ନଚେତ୍ ହୋଇପାରେ ବଡ କ୍ଷତି
Advertisement

Vastu Tips: ଭୁଲରେ ବି କାହାପାଖରୁ ଉଧାର ଅଣାନ୍ତୁ ନାହିଁ ଏସବୁ ସବୁ ଜିନିଷ; ନଚେତ୍ ହୋଇପାରେ ବଡ କ୍ଷତି

Vastu Tips: ବନ୍ଧୁ ବାନ୍ଧବ ଓ ସମ୍ପର୍କୀୟଙ୍କ ମଧ୍ୟରେ ଜିନିଷ ନେଣ ଦେଣ ବା ଧାର ଉଧାର ପ୍ରକ୍ରିୟା ବହୁତ ସାଧାରଣ । ତେବେ ଏହି ଉଧାରି କାମ କରିବା ପୂର୍ବରୁ କିଛି କଥା ବିଷୟରେ ଜାଣିବା ନିହାତି ଜରୁରୀ ।

ସୌ: ସୋସିଆଲ ମିଡିଆ

Vastu Tips: ବନ୍ଧୁ ବାନ୍ଧବ ଓ ସମ୍ପର୍କୀୟଙ୍କ ମଧ୍ୟରେ ଜିନିଷ ନେଣ ଦେଣ ବା ଧାର ଉଧାର ପ୍ରକ୍ରିୟା ବହୁତ ସାଧାରଣ । ତେବେ ଏହି ଉଧାରି କାମ କରିବା ପୂର୍ବରୁ କିଛି କଥା ବିଷୟରେ ଜାଣିବା ନିହାତି ଜରୁରୀ । ନଚେତ ଭାଗ୍ୟରେ ଆସିପାରେ ବଡ଼ ବିପର୍ଯ୍ୟୟ । କାରଣ କିଛି ଜିନିଷର ବ୍ୟକ୍ତିଙ୍କ ଭାଗ୍ୟ ସହ ସମ୍ପର୍କ ରହିଥାଏ । ଏହି ଜିନିଷର ଭୁଲ ବ୍ୟବହାର ଆପଣଙ୍କ ସୌଭାଗ୍ୟକୁ ଦୁର୍ଭାଗ୍ୟରେ ପରିବର୍ତ୍ତନ କରିପାରେ । ଆସନ୍ତୁ ଜାଣିବା କ’ଣ ସେହି ଜିନିଷ ଯାହାକୁ ନେବା ଦେବା ଘରକୁ ନକରାତ୍ମକତା ଆଣିଥାଏ ।

ଘଡି ବା ଘଣ୍ଟା :

ଶାସ୍ତ୍ର ଅନୁସାରେ ଘଣ୍ଟା ସହ ବ୍ୟକ୍ତିର ଭଲ ଓ ମନ୍ଦ ସମୟ ସହ ସମ୍ପର୍କ ରହିଥାଏ । ଅନ୍ୟର ଘଣ୍ଟା ପିନ୍ଧିବା ଦ୍ୱାରା ତାଙ୍କର ଖରାପ ପ୍ରଭାବ ବି ଉକ୍ତ ବ୍ୟକ୍ତି ଉପରେ ପଡିଥାଏ । ଘଣ୍ଟା ସମୟ ସହ ବ ୍ୟକ୍ତିର ଭାଗ୍ୟ ମଧ୍ୟ ନିର୍ଣ୍ଣୟ କରିଥାଏ । ତେଣୁ ଘଣ୍ଟାର ଦେବା ନେବା ଶୁଭ ହୋଇ ନଥାଏ ।

ଝାଡୁ :

ଝାଡୁକୁ ମା’ ଲକ୍ଷ୍ମୀଙ୍କ ପ୍ରତୀକ ମନାଯାଇଥାଏ । ଶାସ୍ତ୍ରରେ ଝାଡୁ କାହାକୁ ଉଧାର ଦେଲେ ଘରୁ ଲକ୍ଷ୍ମୀ ଛାଡିଯାଇଥାନ୍ତି । ବ୍ୟକ୍ତିର ଆର୍ଥିକ ସ୍ଥତି ଦୁର୍ବଳ ହୋଇଥାଏ । ଧନ ହାନି ହୋଇଥାଏ । ଟଙ୍କା ପାଣି ଭଳି ଖର୍ଚ୍ଚ ହୋଇଥାଏ । ଝାଡୁ ଦାନ ଦେବା ଉଚିତ୍‌ ନୁହେଁ ।

କଲମ :

ସାଧାରଣତଃ ସ୍କୁଲ,କଲେଜ ଓ ଅନ୍ୟ ସ୍ଥାନରେ ଲୋକେ କଲମ ମାଗିବାର ଅଭ୍ୟାସ ଥାଏ । ଶାସ୍ତ୍ର ଅନୁଯାୟୀ ଲୋକେ ବ୍ୟକ୍ତିର ଭଲ ମନ୍ଦ କାର୍ଯ୍ୟର ହିସାବ ରଖିଥାଏ । ଯଦି କାହା ଠାରୁ କଲମ ଆଣୁଛନ୍ତି ତ ତାକୁ ନିଜ ପାଖରେ ନ ରଖନ୍ତୁ । ଏହାକୁ ଜରୁର ଫେରାଇ ଦିଅନ୍ତୁ । ନଚେତ ଆପଣଙ୍କ ଭଲ ମନ୍ଦର କର୍ମ ଅନ୍ୟ ବ୍ୟକ୍ତିଙ୍କ ପାଖକୁ ଚାଲିଯିବ ।

ଲୁଣ :

ଅଧିକାଂଶ ଲୋକଙ୍କ ଘରେ ଖାଦ୍ୟ ସାମଗ୍ରୀ ଲେନ ଦେନ ହୋଇଥାଏ । ଶାସ୍ତ୍ର ଅନୁସାରେ ଲୁଣକୁ କେବେ ଉଧାର ଆଣିବ ନାହିଁ କିମ୍ବା ଅନ୍ୟକୁ ଦେବେ ନାହିଁ । ଲୁଣର ସମ୍ପର୍କ ଚନ୍ଦ୍ର ଓ ଶୁକ୍ର ଗ୍ରହଙ୍କ ସହ ରହିଥାଏ । ଲୁଣ ଉଧାର ଆଣିବା ଦ୍ୱାରା ଦୁଇ ଗ୍ରହ ଦୁର୍ବଳ ହୋଇଥାନ୍ତି ।

(ପ୍ରତ୍ୟାଖ୍ୟାନ: ଏଠାରେ ପ୍ରଦାନ କରାଯାଇଥିବା ସୂଚନା କେବଳ ଅନୁମାନ ଉପରେ ଆଧାରିତ । ଏଠାରେ ଉଲ୍ଲେଖ କରୁଛୁ ଯେ ଜି ଓଡ଼ିଶା ନ୍ୟୁଜ କୌଣସି ଏପରି କୌଣସି ପ୍ରକାରର ସୂଚନାକୁ ସମର୍ଥନ କରେ ନାହିଁ । କୌଣସି ସୂଚନା କିମ୍ବା ଧାରଣା ପ୍ରୟୋଗ କରିବା ପୂର୍ବରୁ, ସମ୍ପୃକ୍ତ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ ।)

ଏହା ବି ପଢ଼ନ୍ତୁ: World Photography Day: ଏହି ପାଞ୍ଚଟି ଟିପ୍ସ ଆପଣଙ୍କୁ କରିଦେବ ମୋବାଇଲ୍ ଫଟୋଗ୍ରାଫିରେ ଏକ୍ସପର୍ଟ

ଏହା ବି ପଢ଼ନ୍ତୁ: ପୂର୍ବତନ NCB ଅଧିକାରୀ ସମୀର ୱାଙ୍ଖେଡେଙ୍କୁ ମିଳିଲା ମୃତ୍ୟୁ ଧମକ, ତଦନ୍ତ ଆରମ୍ଭ କଲା ପୋଲିସ