କୀଭ୍: ପ୍ରାୟ ୧ ମାସରୁ ଉର୍ଦ୍ଧ୍ୱ ସମୟ ଧରି ଋଷିଆ ସହ ଚାଲିଥିବା ଯୁଦ୍ଧକୁ ୩୪ ଦିନ ପୂରି ଯାଇଛି। ଯୁଦ୍ଧ ସମୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଦାବି କରିଛନ୍ତି ଯେ ଋଷିଆ ତାଙ୍କ ଦେଶର ବିଭିନ୍ନ ସହରର ମେୟରଙ୍କୁ ଅପହରଣ କରିଛି।  ଅପହୃତ ମେୟରଙ୍କୁ ଖୋଜି ବାହାର କରିବା ଆମ ପାଇଁ ସମ୍ଭବ ନୁହେଁ। ଯଦିଓ ସେମାନଙ୍କ ମଧ୍ୟରୁ ଆମେ କେତେକଙ୍କୁ ପାଇଛୁ ହେଲେ ସେମାନେ ଜୀବିତ ନଥିଲେ। ଗଣ ମାଧ୍ୟମକୁ ଏକ ସାକ୍ଷାତକାର ଦେବା ଅବସରରେ ଏପରି ଦାବି କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି।


COMMERCIAL BREAK
SCROLL TO CONTINUE READING

ଋଷିଆ ଆକ୍ରମଣରେ  କେତେ କ୍ଷତି ହୋଇଛି ତାହାର ଆକଳନ ସାମ୍ନାକୁ ଆସିଛି। ଅର୍ଥନୀତି ମନ୍ତ୍ରୀ ୟୁଲିଆ ସିଭ୍ରିଡେଙ୍କୋ କହିଛନ୍ତି ଯେ ଋଷିଆ ସହ ଚାଲିଥିବା ପୂର୍ଣ୍ଣକାଳୀନ ଯୁଦ୍ଧ ହେତୁ ଏ ପର୍ଯ୍ୟନ୍ତ ଦେଶ ୫୬୪.୯ ବିଲିୟନ ଡ଼ଲାର ହରାଇଛି। ଦେଶ ଭିତ୍ତିଭୂମି କ୍ଷେତ୍ରରେ ୧୧୯ ବିଲିୟନ ଡଲାର କ୍ଷତି ହୋଇଛି। ଜିଡିପିରେ ଆମକୁ ପ୍ରାୟ ୧୧୨ ବିଲିୟନ ଆମେରିକୀୟ ଡଲାର କ୍ଷତି ସହିବାକୁ ପଡ଼ିପାରେ ବୋଲି ଆକଳନ କରିଛନ୍ତି ୟୁକ୍ରେନ ଅର୍ଥନୀତି ମନ୍ତ୍ରୀ। 


ଋଷିଆ ଆକ୍ରମଣରେ କେବଳ ଯେ ଦେଶର ପ୍ରାପ୍ତ ବୟସ୍କ ନାଗରିକ କ୍ଷତି ସହିଛନ୍ତି ତାହା ନୁହେଁ ବରଂ ଏହା ଦ୍ୱାରା ଶିଶୁଙ୍କୁ ଅନେକ କ୍ଷତି ସହିବାକୁ ପଡ଼ିଛ। ଋଷିଆ ସହ ଚାଲିଥିବା ଯୁଦ୍ଧରେ ୧୪୩ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ୨୧୬ ଆହତ ହୋଇଛନ୍ତି।  ତାଙ୍କ କହିବା ଅନୁସାରେ ପ୍ରକୃତ ସଂଖ୍ୟା ବହୁତ ଅଧିକ ହୋଇପାରେ କାରଣ ଯୁଦ୍ଧ କାରଣରୁ ଦେଶର ସରକାରୀ ଅଧିକାରୀ ଅନେକ ସହରରେ ପହଞ୍ଚି ପାରି ନାହାଁନ୍ତି।


Also Read: Russia-Ukraine War: କେଉଁ ଶିକ୍ଷା ପାଇଲା India?


ଗତ ରବିବାର ରାତିରେ ଦେଶକୁ ସମ୍ବୋଧିତ କରି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଥିଲେ ତୁର୍କୀ ଠାରେ ଋଷିଆ ସହ ହେବାକୁ ଯାଉଥିବା ଆଲୋଚନାର ପ୍ରାଥମିକତା ହେଉଛି ଦେଶର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତା ରକ୍ଷା କରିବା। କୌଣସି କାଳ ବିଳମ୍ବ ନକରି ଆମେ ପ୍ରକୃତରେ ଶାନ୍ତି ଚାହୁଁ। ଏହି କଥାବାର୍ତ୍ତାର ଫଳାଫଳ କ'ଣ ଆସିବା ତାହାକୁ ଆମେ ଅପେକ୍ଷା କରି ରହିଛୁ। ଯୁଦ୍ଧ କାରଣରୁ ଦେଶର ମରିୟୁପୋଲ ସହରରେ ଯେଉଁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି ସେ ବାବଦରେ ମୁଁ ଅନ୍ୟ ଦେଶକୁ ଅବଗତ କରିବି।  ଦେଶର ସୈନ୍ୟ ବାହିନୀକୁ ଧନ୍ୟବାଦ ଜଣାଇ ସେ କହିଛନ୍ତି ଋଷୀୟ ସୈନ୍ୟ ବାହିନୀ ଦଖଲ କରିଥିବା ଦେଶର ଅନେକ ଅଞ୍ଚଳକୁ ୟୁକ୍ରେନ ସୈନ୍ୟ ଛଡ଼ାଇ ଆଣିଛନ୍ତି। କେତେକ ଅଞ୍ଚଳରେ ଦେଶର ସୈନ୍ୟ ବାହିନୀ ଋଷିଆ ସେନା ପଛକୁ ହଟାଇବା ସହ ଆଗକୁ ବଢିଛନ୍ତି। ଯାହା  ଅତ୍ୟନ୍ତ ପ୍ରଶଂସନୀୟ।


ଆଜକୁ ଦୀର୍ଘ ଦିନ ୩୪ ଦିନ ଧରି ଚାଲିଥିବା ଯୁଦ୍ଧରେ ୟୁକ୍ରେନ ଋଷିଆ ସାମ୍ନାରେ ଆତ୍ମସମର୍ପଣ କରିବ ନାହିଁ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ନାହିଁ। ଯୁଦ୍ଧ ପ୍ରସଙ୍ଗରେ ତୁର୍କୀ ସ୍ଥିତ ଇସ୍ତାନବୁଲ ଠାରେ ଦୁଇ ଦେଶର ପ୍ରତିନିଧିଙ୍କ ମଧ୍ୟରେ ଜାରି ରହିଛି କଥାବାର୍ତ୍ତା। ଏହା ପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଥିଲେ ଋଷିଆ ଦ୍ୱାରା ହେବାକୁ କୌଣସି ଅଯୌକ୍ତିକ ଦାବି ଆଗରେ ମୁଣ୍ଡ ନୂଆଁଇବେ ନାହିଁ। ପୂର୍ବରୁ ଏହି ପ୍ରସଙ୍ଗରେ ବେଲାଋଷ ଠାରେ ପରସ୍ପର ସହ ଆଲୋଚନା କରି ସାରିଛନ୍ତି ୟୁକ୍ରେନ-ଋଷିଆ ପ୍ରତିନିଧି।


ଋଷିଆ ଚାହୁଁଛି ୟୁକ୍ରେନ କୌଣସି ଗୋଷ୍ଠୀରେ ସାମିଲ ନ ହେଉ। ନାଟୋ ଗୋଷ୍ଠୀରେ ସାମିଲ ହେବ ନାହିଁ ଏକଥାର ଗ୍ୟାରେଣ୍ଟି ଦେବା ସହ ନିଜକୁ ଏକ ଗୋଷ୍ଠୀ ନିରପେକ୍ଷ ଦେଶ ଘୋଷିତ କରୁ ୟୁକ୍ରେନ। Donetsk-Luhansk ଅଞ୍ଚଳକୁ ସ୍ୱତନ୍ତ୍ର ଦେଶର ମାନ୍ୟତା ଦେଉ ୟୁକ୍ରେନ। Donbas କ୍ଷେତ୍ରରୁ Neo Nazi Azov Army ହଟାଉ ୟୁକ୍ରେନ। ଋଷିଆ ଦାବି ଉପରେ ଜବାବ ରଖି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ଦେଶକୁ ନିରପେକ୍ଷ ରଖିବା, ଆଣବିକ ମୁକ୍ତ ରାଜ୍ୟ ଘୋଷଣା କରିବା, ଋଷିଆ ସୁରକ୍ଷାକୁ ନିଶ୍ଚିତ କରିବାକୁ ମୁଁ ପ୍ରସ୍ତୁତ ରହିଛି। ଉଭୟ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧର ଏହା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରଣ। 


Also Read: 'ଚୀନ ବିରୁଦ୍ଧରେ ପୁତିନ ନୁହେଁ ଆମେ ଦେଇଥିଲୁ ଭାରତର ସାଥ'


ଆଣବିକ ଏବଂ ଜୈବିକ ଅସ୍ତ୍ର ହାସଲ କରିଥିବା ନେଇ ଋଷିଆ ପକ୍ଷରୁ ଯେଉଁ ଅଭିଯୋଗ ଅଣାଯାଇଛି ତାହାକୁ ଖାରଜ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି। ଏନେଇ ସେ କହିଛନ୍ତି ଏଭଳି ଅଭିଯୋଗ ଆଣିବା କାହା ସହିତ ମଜା କରିବା ସହ ସମାନ। ୟୁକ୍ରେନ ପାଖରେ କୌଣସି ଆଣବିକ ଏବଂ ଜୈବିକ ଅସ୍ତ୍ରଶସ୍ତ୍ର ନାହିଁ। ଦେଶରେ ଜୈବିକ ପରୀକ୍ଷାଗାର ନାହିଁ କିମ୍ବା କୌଣସି ରାସାୟନିକ ଅସ୍ତ୍ର ୟୁକ୍ରେନ ପାଖରେ ନାହିଁ। 


ତାଙ୍କର ଏହି ବିବୃତ୍ତିରୁ ଏହା ମଧ୍ୟ ଜଣାପଡିଥିଲା ​​ଋଷିଆ ଆକ୍ରମଣ ପରେ ୟୁକ୍ରେନ ସୈନ୍ୟବାହିନୀ ପାଖରେ ଅସ୍ତ୍ରଶସ୍ତ୍ରର ଅଭାବ ରହିଛି। କୌଣସି ଦେଶର ସୈନ୍ୟ ବାହିନୀ ବିନା ଅସ୍ତ୍ରରେ ଶତ୍ରୁ ସହିତ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ। ନିକଟରେ ରାଷ୍ଟ୍ରପତି କହିଛନ୍ତି ଯେ ୟୁକ୍ରେନ ବନ୍ଧୁକ ଏବଂ ମେସିନ ବନ୍ଧୁକ ସହିତ ଋଷିଆ କ୍ଷେପଣାସ୍ତ୍ରକୁ ପ୍ରତିରୋଧ କରିପାରିବ ନାହିଁ। ବିନା ଟ୍ୟାଙ୍କ, ଯୁଦ୍ଧ ବିମାନ ସହାୟତାରେ ଦେଶର ମରିୟୁପୋଲ ସହରକୁ ଋଷିଆ ଆକ୍ରମଣରକୁ ରକ୍ଷା କରିବା ସମ୍ଭବ ନୁହେଁ। 


Also Read: Russia Ukraine War ବେଳେ ଭାରତ ଗସ୍ତରେ ଆସୁଛନ୍ତି ଋଷୀୟ ବିଦେଶ ମନ୍ତ୍ରୀ


ଦକ୍ଷିଣ ୟୁକ୍ରେନସ୍ଥିତ ଓଜୋବ ସାଗର କୂଳରେ ମରିୟୁପୋଲ ସହର ଅବସ୍ଥିତ। ଯେଉଁଠି ଋଷିଆ ସର୍ବାଧିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଋଷିଆ ଏହି ସହରକୁ ଦଖଲ କରିବା ଏହାକୁ, Crimea, Donbass & Kherson ଅଞ୍ଚଳ ସହିତ ସଂଯୋଗ କରିବାକୁ ଚାହୁଁଛି ଋଷିଆ। କାରଣ ଏହା ଦ୍ୱାରା ଋଷୀୟ ସୈନ୍ୟ ବାହିନୀ ଲାଗି ଆନୁଷଙ୍ଗୀକ ଭିତ୍ତିଭୂମି ପ୍ରସ୍ତୁତ ପାଇଁ ଏକ ନୂତନ ମାର୍ଗ ମିଳିଯିବ ଏବଂ ୟୁକ୍ରେନ କ୍ଷେତ୍ରକୁ Black Sea ଠାରୁ ପୃଥକ କରିହେବ। ଏପରି ରଣନୀତି ଆପଣାଇ ଋଷିଆ, ୟୁକ୍ରେନ ବିରୋଧରେ ଅର୍ଥନୈତିକ ଅବରୋଧ କରିବାକୁ ଚାହୁଁଛି। ହେଲେ ଏପର୍ଯ୍ୟନ୍ତ ତାହା ସମ୍ଭବ ହୋଇ ପାରିନାହିଁ। ଅନ୍ୟ ଋଷିଆ ଦାବି କରୁଛି ଯେ ଯୁଦ୍ଧର ୧ ମାସ ପୂରଣ ପରେ ଏହାର ସାମରିକ ଅଭିଯାନର ପ୍ରଥମ ପର୍ଯ୍ୟାୟ ସମାପ୍ତ ହୋଇଛି। ବର୍ତ୍ତମାନ Donetsk-Luhansk-Donbas ଅଞ୍ଚଳର ସ୍ୱାଧିନତା ଉପରେ ଧ୍ୟାନ ଦିଆଯିବ।