'ଚୀନ ବିରୁଦ୍ଧରେ ପୁତିନ ନୁହେଁ ଆମେ ଦେଇଥିଲୁ ଭାରତର ସାଥ'
Advertisement
Article Detail0/zeeodisha/odisha1137013

'ଚୀନ ବିରୁଦ୍ଧରେ ପୁତିନ ନୁହେଁ ଆମେ ଦେଇଥିଲୁ ଭାରତର ସାଥ'

ଋଷିଆ-ୟୁକ୍ରେନ ଯୁଦ୍ଧରେ ଭାରତର ସନ୍ତୁଳିତ ଆଭିମୁଖ୍ୟକୁ ଋଷିଆ ପ୍ରଶଂସା କରିଛି। 

'ଚୀନ ବିରୁଦ୍ଧରେ ପୁତିନ ନୁହେଁ ଆମେ ଦେଇଥିଲୁ ଭାରତର ସାଥ'

ୱାଶିଂଟନ: ପ୍ରାୟ ମାସେ କାଳ ଧରି ଜାରି ରହିଛି ଋଷିଆ-ୟୁକ୍ରେନ ଯୁଦ୍ଧ। ଏହାକୁ ନେଇ ଦୁଇ ଗୋଷ୍ଠୀରେ ବାଣ୍ଟି ହୋଇଯାଇଛି ସାରା ବିଶ୍ୱ। ଆମେରିକା ନେୃତ୍ୱାତ୍ୱାଧିନ ପାଶ୍ଚାତ୍ୟ ଦେଶ ଏ ପ୍ରସଙ୍ଗରେ ୟୁକ୍ରେନ ସପକ୍ଷରେ ରହିଥିବା ବେଳେ ଅନ୍ୟ କେତେକ ଦେଶ ଋଷିଆ ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନକୁ ଠିକ ବୋଲି ଦର୍ଶାଇଛନ୍ତି। ହେଲେ ଭାରତ ଏହି ପ୍ରସଙ୍ଗରେ କୌଣସି ଦେଶ ପକ୍ଷ ନ ନେଇ ଏହି ଯୁଦ୍ଧକୁ ଶାନ୍ତି ସହିତ ଶେଷ କରିବାକୁ ଚାହୁଁଛି। ହେଲେ ଭାରତ ପକ୍ଷରୁ ଗ୍ରହଣ କରାଯାଇଥିବା ଆଭିମୁଖ୍ୟକୁ ଆମେରିକା ପସନ୍ଦ କରୁନାହିଁ।

ଭାରତୀୟ ବଂଶୋଦ୍ଭବ ପ୍ରଭାବଶାଳୀ ଆମେରିକୀୟ ସାଂସଦ ରୋ ଖନ୍ନା କହିଛନ୍ତି ୟୁକ୍ରେନ ଉପରେ କରିଥିବା ଆକ୍ରମଣ ପାଇଁ ଋଷୀୟ ଭ୍ଲାଦିମିର ପୁତିନଙ୍କୁ ଭାରତ ସମାଲୋଚନା କରିବା ଆବଶ୍ୟକ। ଋଷିଆ-ୟୁକ୍ରେନ ଯୁଦ୍ଧ ବେଳେ ଭାରତ ଋଷିଆ କିମ୍ବା ଚୀନ ପାଖରୁ କେଲ ଆମଦାନୀ ନକରିବା ଆବଶ୍ୟକ। ୟୁକ୍ରେନ ସଙ୍କଟ ଉପରେ ଭାରତର ନିରପେକ୍ଷ ଆଭିମୁଖ୍ୟକୁ ନେଇ ଅନେକ ଆମେରିକୀୟ ସାଂସଦ ନିଜର ଚିନ୍ତା ବ୍ୟକ୍ତ କରିଛନ୍ତି। ଏହି ସାଂସଦଙ୍କ ମଧ୍ୟରେ ଅଛନ୍ତି ଜନ୍ କର୍ନିନ୍ ଏବଂ ଭାରତୀୟ ବଂଶୋଦ୍ଭବ ଡ.ଅମି ବେରା।

Also Read: Russia Ukraine Crisis: କେଉଁଠି ଛିଡା ହୋଇଛି ଭାରତ? କୂଟନୀତି ପାଇଁ ପରୀକ୍ଷାର ସମୟ ହେଉଛି ସାମ୍ପ୍ରତିକ ପରିସ୍ଥିତି

ଆମେରିକୀୟ ପ୍ରତିନିଧି ସଭା ସିଲିକନ ଭ୍ୟାଲି କ୍ଷେତ୍ରରୁ ପ୍ରତିନିଧିତ୍ୱ କରୁଥିବା ସାଂସଦ ରୋ ଖନ୍ନା କହିଛନ୍ତି ବର୍ତ୍ତମାନ ଭାରତ ଏହାର ପକ୍ଷ ବାଛିବାର ସମୟ ଆସିଛି। Fox News ନାମକ ଏକ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି ମୁଁ ଭାରତ ବାବଦରେ ସ୍ପଷ୍ଟ ରହିଛି ଏବଂ ମୁଁ ଭାବୁଛି ଭ୍ଲାଦିମିର ପୁତିନଙ୍କୁ ଭାରତ ନିନ୍ଦା କରିବା ଆବଶ୍ୟକ ଏବଂ ଭାରତ ଋଷିଆ କିମ୍ବା ଚୀନ ପାଖରୁ ତେଲ ଆମଦାନୀ କରିବା ଉଚିତ ନୁହେଁ। ଋଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ବିରୋଧରେ ବିଶ୍ୱ ସମୁଦାୟ ଏକଜୁଟ ହେବା ଆବଶ୍ୟକ।

ଯେତେବେଳେ ଚୀନ ଆକ୍ରମଣ କରିବାକୁ ଚେଷ୍ଟା କରିଛି ସେତେବେଳେ ଆମେରିକା, ଭାରତ ସପକ୍ଷରେ ଛିଡା ହୋଇଛି। ସେତେବେଳେ ଋଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଭାରତ ସହ ନଥିଲେ। ଆମେରିକା ପାଖରୁ ଅସ୍ତ୍ରଶସ୍ତ୍ର କିଣିବାର ଏହା ହେଉଛି ସମୟ। ଭାରତ ଲାଗି ଏହି କାମ ସହଜ କରିବା ପାଇଁ ସମସ୍ତ ପ୍ରୟାସ କରାଯିବା ଆବଶ୍ୟକ। ଚୀନ ଭଳି ଦେଶକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଆମକୁ ଭାରତ ଭଳି ସହଯୋଗୀ ଦରକାର।

ଋଷିଆ-ୟୁକ୍ରେନ ଯୁଦ୍ଧରେ ଭାରତ ଏକ ସ୍ପଷ୍ଟ ଆଭିମୁଖ୍ୟ ଗ୍ରହଣ କରିଛି ଯେ ଏହି ସମସ୍ୟାର ସମାଧାନ ପାଇଁ ଉଭୟ ଦେଶ ପରସ୍ପର ସହ ଆଲୋଚନା କରିବା ଆବଶ୍ୟକ ଏବଂ କୌଣସି ପକ୍ଷ ଉପରେ ପ୍ରତିବନ୍ଧକ ଲଗାଇବା ଦ୍ୱାରା କୌଣସି ଫାଇଦା ହେବ ନାହିଁ। ଏହି ପ୍ରସଙ୍ଗରେ ଭାରତ କୌଣସି ପକ୍ଷରେ ଛିଡା ହୋଇନାହିଁ କିମ୍ବା କାହାକୁ ସମର୍ଥନ କରିନାହିଁ। କଥାବାର୍ତ୍ତା ଜରିଆରେ ଏହି ଯୁଦ୍ଧକୁ ଶେଷ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଋଷିଆ-ୟୁକ୍ରେନ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ଆହ୍ୱାନ କରିଛନ୍ତି। 

Also Read: Russia-Ukraine Crisis: Biden ପ୍ରଶାସନ ଅପେକ୍ଷା ଚର୍ଚ୍ଚାରେ Modi ସରକାରଙ୍କ ଆଭିମୁଖ୍ୟ

ଋଷିଆ-ୟୁକ୍ରେନ ଯୁଦ୍ଧରେ ଭାରତର ସନ୍ତୁଳିତ ଆଭିମୁଖ୍ୟକୁ ଋଷିଆ ପ୍ରଶଂସା କରିଛି। ନିଜର ପାରମ୍ପରିକ ବନ୍ଧୁ ଋଷିଆଷର ଋଣ ପରିଶୋଧ କରିବାକୁ ୟାଇ ଭାରତ ଜାତିସଂଘରେ ଏହାର ନିରନ୍ତର ତ୍ରାଣକର୍ତ୍ତା ରହିଆସିଛି। ଆମେରିକା ନେତୃତ୍ୱାଧିନ ପାଶ୍ଚାତ୍ୟ ଦେଶ ପକ୍ଷରୁ ଋଷିଆ ବିରୋଧରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଉପସ୍ଥାପିତ ହେଉଥିବା ସଂକଳ୍ପ ଉପରେ ଅନୁପସ୍ଥିତ ରହୁଛି ଭାରତ। ଯେଉଁଥିପାଇଁ ଋଷିଆ ବିରୋଧରେ କୌଣସି ପ୍ରସ୍ତାବ ପାରିତ ହୋଇପାରିବ ନାହିଁ।