Russia Ukraine War ବେଳେ ଭାରତ ଗସ୍ତରେ ଆସୁଛନ୍ତି ଋଷୀୟ ବିଦେଶ ମନ୍ତ୍ରୀ
Advertisement

Russia Ukraine War ବେଳେ ଭାରତ ଗସ୍ତରେ ଆସୁଛନ୍ତି ଋଷୀୟ ବିଦେଶ ମନ୍ତ୍ରୀ

ଭାରତ-ଋଷିଆ ଶିଖର ସମ୍ମିଳନୀରେ ଯୋଗ ଦେବା ଲାଗି ଚଳିତ ବର୍ଷ ଶେଷ ଆଡ଼କୁ ଋଷିଆ ଗସ୍ତ କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି।

Russia Ukraine War ବେଳେ ଭାରତ ଗସ୍ତରେ ଆସୁଛନ୍ତି ଋଷୀୟ ବିଦେଶ ମନ୍ତ୍ରୀ

ନୂଆଦିଲ୍ଲୀ: ବିଗତ ମାସେ କାଳ ଧରି ଧରି ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଭାରତ ଏହାର ନିରପେକ୍ଷ ନୀତି ଯୋଗୁଁ ବିଶ୍ୱ ରାଜନୀତିର ଏକ ନୂନନ ଶକ୍ତି କେନ୍ଦ୍ରରେ ପରିଣତ ହେଉଛି। ଏହି ସମୟରେ ବର୍ତ୍ତମାନ ଚୀନ ବୈଦେଶିକ ମନ୍ତ୍ରୀ ହଠାତ୍ ଭାରତ ଗସ୍ତ କରିଛନ୍ତି। ଚୀନ ପରେ ଏବେ ଋଷୀୟ ବୈଦେଶିକ ମନ୍ତ୍ରୀ ସର୍ଗେ ଲାବରୋଭ ଭାରତ ଗସ୍ତରେ ଆସୁଥିବାର ଖବର ମିଳିଛି।

ହେଲେ ବର୍ତ୍ତମାନ ଋଷୀୟ ବୈଦେଶିକ ମନ୍ତ୍ରୀ ସର୍ଗେ ଲାବରୋଭଙ୍କ ଭାରତ ଗସ୍ତ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ହେଲେ ବିଶ୍ୱାସ ରହିଛି ଯେ ଚୀନ୍ ବୈଦେଶିକ ମନ୍ତ୍ରୀଙ୍କ ଭଳି  କୌଣସି ପୂର୍ବ ଘୋଷଣା ବିନା ସେ ଆସନ୍ତା କିଛି ଦିନ ମଧ୍ୟରେ ଭାରତ ଆସିପାରନ୍ତି। ଋଷୀୟ ବିଦେଶ ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ଅର୍ଥନୈତିକ ସଂକଟ ମଧ୍ୟରେ ଫସି ରହିଥିବା ଋଷିଆ ଅର୍ଥନୀତିକୁ ପୁନର୍ବାର ସ୍ୱାଭାବିକ ଅବସ୍ଥାକୁ ଫେରାଇ ଆଣିବା ପ୍ରସଙ୍ଗରେ ଆଲୋଚନା ହେବ। ଏଥିରେ ରୁପି-ରୁବେଲ ମୁଦ୍ରାରେ ଉଭୟ ଦେଶ ମଧ୍ୟରେ ହେବାକୁ ଥିବା ବାଣିଜ୍ୟ କାରବାର ମଧ୍ୟ ଅନ୍ତର୍ଭୂକ୍ତ ରହିଛି।

Also Read: Russia-Ukraine Crisis: Biden ପ୍ରଶାସନ ଅପେକ୍ଷା ଚର୍ଚ୍ଚାରେ Modi ସରକାରଙ୍କ ଆଭିମୁଖ୍ୟ

ଏହା ପୂର୍ବରୁ ଭାରତ-ଋଷିଆ ବୈଦେଶିକ ମନ୍ତ୍ରୀ  ପରସ୍ପର ସହ ଗତ ଫେବୃଆରୀ ୨୪ ତାରିଖରେ କଥା ହୋଇଥିଲେ। ଏହା ପରେ ଯେତେବେଳେ ୟୁକ୍ରେନ ବିରୋଧ ଯୁଦ୍ଧ ଆରମ୍ଭ ହୋଇଗଲା ସେତେବେଳେ ଋଷିଆ ସାହାଯ୍ୟ ପାଇଁ ଭାରତ ସହିତ ଅନେକ ଥର ଯୋଗାଯୋଗ କରିଥିଲା ଏବଂ ଭାରତ ପ୍ରତ୍ୟେକ ଥର ଏହାର ସମାଧାନକାରୀ ଭାବେ ବାହାରକୁ ଆସିଥିଲା। ଗତ ସପ୍ତାହରେ ଋଷୀୟ ଉପ ବୈଦେଶିକ ମନ୍ତ୍ରୀ ଆନ୍ଦ୍ରେଇ ରୁଣ୍ଡ୍ରୋକେ ଭାରତୀୟ ରାଷ୍ଟ୍ରଦୂତ ପବନ କପୁରଙ୍କୁ ଭେଟି ତାଙ୍କୁ ୟୁକ୍ରେନ ପରିସ୍ଥିତି ବାବଦରେ ଅବଗତ କରାଇଥିଲେ। ଋଷୀୟ ମନ୍ତ୍ରୀ ଆନ୍ଦ୍ରେଇ ଏକ ପ୍ରତିନିଧି ଦଳର ସଦସ୍ୟ ଯିଏ ଯୁଦ୍ଧ ବନ୍ଦ କରିବା ଲାଗି ୟୁକ୍ରେନ ସହ ଆଲୋଚନା କରୁଛି।

Also Read: Russia Ukraine Crisis: କେଉଁଠି ଛିଡା ହୋଇଛି ଭାରତ? କୂଟନୀତି ପାଇଁ ପରୀକ୍ଷାର ସମୟ ହେଉଛି ସାମ୍ପ୍ରତିକ ପରିସ୍ଥିତି

ଭାରତ-ଋଷିଆ ଶିଖର ସମ୍ମିଳନୀରେ ଯୋଗ ଦେବା ଲାଗି ଚଳିତ ବର୍ଷ ଶେଷ ଆଡ଼କୁ ଋଷିଆ ଗସ୍ତ କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି। ବାର୍ଷିକ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଋଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଗତ ଡିସେମ୍ବର ୬ ତାରିଖରେ ଦିଲ୍ଲୀ ଗସ୍ତ କରିଥିଲେ। ଏହା ସହିତ ଅପ୍ରେଲ ଦ୍ୱିତୀୟ ଋଷୀୟ ବୈଦେଶିକ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କ ଦ୍ୱିତୀୟ 2+2 ବୈଠକ ଅନୁଷ୍ଠିତ ହେବ। ଯେଉଁଥିପାଇଁ ଭାରତୀୟ ବୈଦେଶିକ ମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ସାମିଲ ହେବେ।  

Also Read: Russia-Ukraine War ବେଳେ କାହିଁକି ଭାଇରାଲ ହେଉଛି PM ମୋଦିଙ୍କ ୨୧ ବର୍ଷ ତଳର ଫଟୋ

ଋଷିଆୃ-ୟୁକ୍ରେନ ଯୁଦ୍ଧରେ ଭାରତର ସନ୍ତୁଳିତ ଆଭିମୁଖ୍ୟକୁ ଋଷିଆ ପ୍ରଶଂସା କରିଛି। ନିଜର ପାରମ୍ପରିକ ବନ୍ଧୁ ଋଷିଆଷର ଋଣ ପରିଶୋଧ କରିବାକୁ ୟାଇ ଭାରତ ଜାତିସଂଘରେ ଏହାର ନିରନ୍ତର ତ୍ରାଣକର୍ତ୍ତା ରହିଆସିଛି। ଆମେରିକା ନେତୃତ୍ୱାଧିନ ପାଶ୍ଚାତ୍ୟ ଦେଶ ପକ୍ଷରୁ ଋଷିଆ ବିରୋଧରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଉପସ୍ଥାପିତ ହେଉଥିବା ସଂକଳ୍ପ ଉପରେ ଅନୁପସ୍ଥିତ ରହୁଛି ଭାରତ। ଯେଉଁଥିପାଇଁ ଋଷିଆ ବିରୋଧରେ କୌଣସି ପ୍ରସ୍ତାବ ପାରିତ ହୋଇପାରିବ ନାହିଁ। ଋଷିଆ-ୟୁକ୍ରେନ ଯୁଦ୍ଧରେ ଭାରତ ଏକ ସ୍ପଷ୍ଟ ଆଭିମୁଖ୍ୟ ଗ୍ରହଣ କରିଛି ଯେ ଏହି ସମସ୍ୟାର ସମାଧାନ ପାଇଁ ଉଭୟ ଦେଶ ପରସ୍ପର ସହ ଆଲୋଚନା କରିବା ଆବଶ୍ୟକ ଏବଂ କୌଣସି ପକ୍ଷ ଉପରେ ପ୍ରତିବନ୍ଧକ ଲଗାଇବା ଦ୍ୱାରା କୌଣସି ଫାଇଦା ହେବ ନାହିଁ।