ଯୁଦ୍ଧ ବେଳେ ଦେଶ ଛାଡି଼ ପଳାୟନ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର୍ ଜେଲେନସ୍କି!
ଯୁଦ୍ଧ ଜାରି ରହିଥିବା ବେଳେ ଦେଶ ଛାଡି଼ ପଳାୟନ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର୍ ଜେଲେନସ୍କି!
ନୂଆଦିଲ୍ଲୀ: ଯୁଦ୍ଧ ଜାରି ରହିଥିବା ବେଳେ ଦେଶ ଛାଡି଼ ପଳାୟନ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର୍ ଜେଲେନସ୍କି! ବର୍ତ୍ତମାନର ସଂକଟ ସମୟରେ ଏଭଳି ଏକ ଚାଞ୍ଚଲ୍ୟକର ଦାବି କରିଛନ୍ତି ଋଷୀୟ ସଂସଦ ବାଚସ୍ପତି। ଏନେଇ ସେ କହିଛନ୍ତି ରାଷ୍ଟ୍ରପତି ୟୁକ୍ରେନ ଛାଡ଼ିବା ପରେ ପୋଲାଣ୍ଡ ଅଭିମୁଖେ ପଳାୟନ କରିଛନ୍ତି। ଏହା ପରେ ଆଶା କରାଯାଉଛି ଯେ ବର୍ତ୍ତମାନ ୟୁକ୍ରେନ ରାଜଧାନୀ କୀୱ ଉପରେ କୌଣସି ବଡ଼ ଧରଣର ଆକ୍ରମଣ ହୋଇନପାରେ।
ଋଷିଆ- ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ କରଣରୁ ରାଜଧାନୀ କୀୱ ଉପରେ ସଂକଟର କଲାବାଦଲ ମାଡି଼ ଆସିଥିଲା। ଏଭଳି ପରିସ୍ଥିତିରେ ଭୋଲଡିମିର୍ ଜେଲେନସ୍କି ଦେଶ ଛାଡିବା ପରେ ଆଶା କରାଯାଉଛି ଯେ ବର୍ତ୍ତମାନ କୀୱ ଉପରେ କୌଣସି ଆକ୍ରମଣ ହେବ ନାହିଁ। ଏହି ଯୁଦ୍ଧକୁ ୯ ଦିନ ପୂରଣ ହୋଇଯିବା ପରେ ଋଷୀୟ ସୈନ୍ୟବାହିନୀ ୟୁକ୍ରେନ ରାଜଧାନୀ କୀୱ ସହରକୁ ଘେରାବନ୍ଦୀ କରି ରଖିଛି।
Also Read: Russia-Ukraine War: ରାଷ୍ଟ୍ରପତି ଭୋଲଡିମିର୍ ଜେଲେନସ୍କି ନାୟକ ନା ଖଳନାୟକ?
ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ତୃତୀୟ ଦିନରେ ଏଭଳି ଏକ ଖବର ସାମ୍ନାକୁ ଆସିଥିଲା। ଯେଉଁଥିରେ କୁହାଯାଇଥିଲା ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର୍ ଜେଲେନସ୍କି କୀୱ ଛାଡ଼ି ପଳାୟନ କରିଛନ୍ତି। ଏହା ପରେ ରାଷ୍ଟ୍ରପତି ନିଜେ ଏକ ଭିଡିଓ ଜାରି କରି କହିଥିଲେ ଯେ ସେ ଦେଶରେ ରାଜଧାନୀ କୀୱରେ ରହିବା ସହ ଦେଶକୁ ରକ୍ଷା କରୁଛନ୍ତି। ଦେଶ ଛାଡି ପଳାୟନ କରିବା ଖବରକୁ ଖଣ୍ଡନ କରି ରାଷ୍ଟ୍ରପତି କହିଥିଲେ ଯେ ଆମେ ଦେଶକୁ ରକ୍ଷା କରୁଛୁ। ଏହି ଭିଡିଓ ମାଧ୍ୟମରେ ସେ ତାଙ୍କ ପରାମର୍ଶଦାତା ଏବଂ ୟୁକ୍ରେନ ପ୍ରଧାନମନ୍ତ୍ରୀଙ୍କ ନଜର ଆସିଥିଲେ।
ଋଷିଆ ସହ ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଥମେ ଜାରି କରିଥିବା ଭିଡ଼ିଓ ଜରିଆରେ ୟୁକ୍ରେନ ରାଷ୍ଟ୍ରପତି ଏକ ଭାବପ୍ରବଣ ନିବେଦନ କରିଥିଲେ। ଯେଉଁଥିରେ ସେ କହିଥିଲେ ମୁଁ, ମୋ ପରିବାର ଏବଂ ମୋର ପିଲା ସମସ୍ତେ ଦେଶରେ ଅଛନ୍ତି। ସେମାନେ ଦେଶଦ୍ରୋହୀ ନୁହଁନ୍ତି, ସେମାନେ ୟୁକ୍ରେନ ନାଗରିକ। ମୁଁ ଜାଣିବାକୁ ପାଇଛି ଯେ ମୁଁ ଋଷିଆର ପ୍ରଥମ ଟାର୍ଗେଟ ହୋଇଥିବାବେଳେ ମୋ ପରିବାର ହେଉଛି ଦ୍ୱିତୀୟ ଟାର୍ଗେଟ। ଋଷିଆ ସେମାନଙ୍କୁ ହଟାଇବାକୁ ଚାହୁଁଛି ଏବଂ ରାଜନୈତିକ ଦୃଷ୍ଟିରୁ ୟୁକ୍ରେନକୁ ଧ୍ୱଂସ କରିବାକୁ ଚାହୁଁଛି।
Also Read: Russia-Ukraine war: ୟୁରୋପୀୟ ସଂଘ ସହ ମିଶିବାକୁ କାହିଁକି ଚାହୁଁଛି ୟୁକ୍ରେନ?
ଏକ ରିପୋର୍ଟ ଜରିଆରେ କୁହାଯାଇଥିଲା ଗତ ଏକ ସପ୍ତାହ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତିଙ୍କୁ ହତ୍ୟା କରିବା ପାଇଁ ୩ ଥର ଉଦ୍ୟମ କରାଯାଇଥିଲା। ବ୍ରିଟିଶ ଖବରକାଗଜ 'The Times' ଦ୍ୱାରା ଏହି ଦାବି କରାଯାଇଛି। ଋଷିଆ ଆକ୍ରମଣକୁ ବିରୋଧ କରୁଥିବା ଏକ ଋଷୀୟ ଏଜେନ୍ସି ଏହି ଉଦ୍ୟମକୁ ବିଫଳ କରିଥିଲା। ହେଲେ ଏ ପର୍ଯ୍ୟନ୍ତ ୟୁକ୍ରେନ ସରକାରଙ୍କ ପକ୍ଷରୁ ଏହି ଖବର କୌଣସି ପ୍ରତିକ୍ରିୟା ରଖାଯାଇନାହିଁ। ଅନ୍ୟପଟେ ଭୋଲଡିମିର୍ ଜେଲେନସ୍କି ବିଭିନ୍ନ ସମୟରେ କହିସାରିଛନ୍ତି ଯେ ସେ ନିଜ ଦେଶ ଛାଡି ପଳାୟନ କରିବେ ନାହିଁ।
Also Read: Russia-Ukraine Crisis: ଭୟାନକ ହେବାରେ ଲାଗିଛି ସ୍ଥିତି; ପୁଣି ବିଶ୍ୱ ମାନଚିତ୍ରରେ ଦୃଶ୍ୟମାନ ହୋଇପାରେ USSR
ବିଗତ ୯ ଦିନ ଧରି ଋଷିଆ କ୍ରମାଗତ ଭାବେ ୟୁକ୍ରେନ ଉପରେ ଆକ୍ରମଣ କରିବା ଜାରି ରଖିଛି। ୟୁକ୍ରେନ ସୈନ୍ୟ ଋଷିଆ ସହିତ ଯୁଦ୍ଧ ଲଢୁଛନ୍ତି। ହେଲେ ୟୁକ୍ରେନ ତୁଳନାରେ ଋଷିଆ ପାଖରେ ଅଧିକ ସୈନ୍ୟବଳ ରହିଛି। ଋଷିଆ ୟୁକ୍ରେନର ରାଜଧାନୀ କୀୱ ସମେତ ଦେଶର ବିଭିନ୍ନ ସହର ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରୁଛି। ଯେଉଁଥିପାଇଁ ୟୁକ୍ରେନ ସର୍ବାଧିକ ପରିମାଣରେ କ୍ଷତି ସହିଛି। ଋଷିଆ ଦ୍ୱାରା କରାଯାଉଥିବା ଅଧିକାଂଶ କ୍ଷେପଣାସ୍ତ୍ର ଆକ୍ରମଣ ୟୁକ୍ରେନ ସେନା ଶିବିର କରାଯାଉଛି। ଯେଉଁ କାରଣରୁ ହଜାର ହଜାର ୟୁକ୍ରେନ ସୈନିକ ନିହତ ହୋଇଛନ୍ତି। ଅନ୍ୟପଟେ ୟୁକ୍ରେନ ପକ୍ଷରୁ ଦାବି କରାଯାଇଛି ଯେ ବିଗତ ୯ ଦିନ ମଧ୍ୟରେ ୯ ହଜାରରୁ ଉର୍ଦ୍ଧ୍ୱ ଋଷୀୟ ସୈନିକ ନିହତ ହୋଇଛନ୍ତି।