ଋଷିଆ-ୟୁକ୍ରେନ ମଧ୍ୟରେ ବିବାଦ ହେଉଛି ବହୁତ ପୁରୁଣା |
Trending Photos
୧୯୧୪-୧୮ ପର୍ଯ୍ୟନ୍ତ ଚାଲିଥିବା ପ୍ରଥମ ବିଶ୍ୱଯୁଦ୍ଧର ପରିସମାପ୍ତି ପରେ ୧୯୨୨ ଗଠିତ ହୋଇଥିଲା କେନ୍ଦ୍ରୀୟ ସମାଜବାଦୀ ସୋଭିଏତ ସାଧାରଣତନ୍ତ୍ର ଅର୍ଥାତ ୟୁଏସଏସଆର ନାମରେ ଏକ ନୂତନ ରାଷ୍ଟ୍ର। ଯାହା ସୋଭିଏତ ସଂଘ ନାମରେ ବିଶ୍ୱ ମାନଚିତ୍ରରେ ସ୍ଥାନୀତ ହୋଇଥିଲା। ହେଲେ ୧୯୯୧ ମସିହାରେ ବିଭାଜିତ ହୋଇ ୧୫ ସ୍ୱାଧିନ ରାଷ୍ଟ୍ରରେ ପରିଣତ ହୋଇଥିଲା ୟୁଏସଏସଆର।
ଗତ ବିଂଶ ଶତାବ୍ଦୀରେ ବିଭାଜିତ ହୋଇ ୧୫ ସ୍ୱାଧିନ ରାଷ୍ଟ୍ରରେ ପରିଣତ ହୋଇଥିବା ସୋଭିଏତ ସଂଘ (Soviet Union) ଏକବିଂଶ ଶତାବ୍ଦୀରେ ପୁଣି ଥରେ ଏହାର ମୂଳ ରୂପକୁ ଫେରିବା ପାଇଁ ଜୋରଦାର ପ୍ରୟାସ କରୁଛି। ଯାହା ବର୍ତ୍ତମାନ ତାଲିଥିବା ଋଷିଆ-ୟୁକ୍ରେନ ଯୁଦ୍ଧରୁ (Russia-Ukraine War) ପ୍ରତୀୟମାନ ହେଉଛି।
Also Read: ୟୁରୋପ ମହାଦେଶରେ ଶୁଭିଲା ମହାଯୁଦ୍ଧର ପଦଧ୍ୱନି: ଋଷିଆ-ୟୁକ୍ରେନ କିଏ କାହାକୁ କରିବ ସମର୍ଥନ
ଗତ ୧୯୯୧ ମସିହାରେ ସୋଭିଏତ ସଂଘରୁ ବିଭାଜିତ ହୋଇ ଗଠିତ ହୋଇଥିବା ୧୫ ସ୍ୱାଧିନ ରାଷ୍ଟ୍ର
ସୋଭିଏତ ସଂଘର ବିଭାଜନ ପରେ ସ୍ୱାଧିନ ରାଷ୍ଟ୍ରମଣ୍ଡଳ (Commonwealth of Independent States) ସିଆଇଏସ (CIS) ନାମରେ ଉପରୋକ୍ତ ଦେଶଙ୍କ ମଧ୍ୟରୁ ଅନେକ ଏକ ନୂଆ ସଂଘ ଗଠନ କରିଥିଲେ। ଏହି ସଂଘରେ ତୁର୍କୀମେନିସ୍ତାନ ସହଯୋଗୀ ସଦସ୍ୟ ଭାବେ ରହିଛି। ସିଆଇଏସ ସଂଘ ରାଷ୍ଟ୍ର ହେଉଛନ୍ତି
ଋଷିଆ-ୟୁକ୍ରେନ ମଧ୍ୟରେ ବିବାଦ ହେଉଛି ବହୁତ ପୁରୁଣା | ୟୁକ୍ରେନ ଏକଦା ଋଷୀୟ ସାମ୍ରାଜ୍ୟର ଅଂଶବିଶେଷ ଥିଲା। ହେଲେ ୧୯୯୧ ମସିହାରେ ସୋଭିଏତ୍ ସଂଘର ବିଭାଜନ ପରେ ୟୁକ୍ରେନ ସ୍ୱାଧିନତା ହାସଲ କରିବା ଋଷିଆ ପ୍ରଭାବ କବଳରୁ ମୁକ୍ତ ହେବା ପାଇଁ ଚେଷ୍ଟା କରିଥିଲା। ଏଥିପାଇଁ ୟୁକ୍ରେନ ପାଶ୍ଚାତ୍ୟ ଦେଶଙ୍କ ସହିତ ଘନିଷ୍ଠତା ବଢାଇବାରେଲା। ଭିକ୍ଟର ୟାନୁକୋଭିକ୍ ୟୁକ୍ରେନର ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ଋଷିଆ କଥିତ ବିଚ୍ଛିନ୍ନତାବାଦୀଙ୍କ ସହାୟତାରେ ୟୁକ୍ରେନର କ୍ରୀମିୟା ଉପଦ୍ୱୀପକୁ ଦଖଲ କରି ନେଇଥିଲା। ୟାନୁକୋଭିକ ଋଷିଆ ସପକ୍ଷବାଦୀ ନେତା ଥିଲେ ଏବଂ ଏହି କାରଣରୁ ଦେଶରେ ତାଙ୍କ ବିରୁଦ୍ଧରେ ଅସନ୍ତୋଷ ବଢିବାକୁ ଲାଗିଲା।
Also Read: War on Preparation: ୟୁକ୍ରେନ୍-ଚେଚେନ୍-ତାଲିବାନ୍ ସହ ଲଢିବେ ଋଷିଆନ୍
ୟୁକ୍ରେନ ଏବଂ ପାଶ୍ଚାତ୍ୟ ଦେଶ ପକ୍ଷରୁ କୁହାଯାଇଛି ଋଷିଆ କ୍ରୀମିୟା ଉପଦ୍ୱୀପର ବିଚ୍ଛିନ୍ନତାବାଦୀଙ୍କୁ ସହାୟତାର ପ୍ରଦାନ କରି ସ୍ଥାନୀୟ ସରକାରଙ୍କୁ ଅସ୍ଥିର କରିବାକୁ କାର୍ଯ୍ୟ କରୁଛି। ହେଲେ ଋଷିଆ ଏହି ଅଭିଯୋଗକୁ ଅସ୍ୱୀକାର କରିଛି। ଗତ ୨୦୧୪ ବର୍ଷରେ ହୋଇଥିବା ଏକ ବିମାନ ଦୁର୍ଘଟଣା ପାଇଁ ଋଷିଆ ସମଗ୍ର ବିଶ୍ୱର ଟାର୍ଗେଟକୁ ଆସିଥିଲା। ୨୦୧୪ ଜୁଲାଇ ୧୭ ତାରିଖ ପୂର୍ବ ୟୁକ୍ରେନ ଠାରେ କୁଆଲାଲାମ୍ପୁର ଅଭିମୁଖେ ଯାଉଥିବା ମାଲେସିଆ ଏୟାରଲାଇନ୍ସ ଦ୍ୱାରା ପରିଚାଳିତ ଏକ ବିମାନକୁ ଗୁଳି କରି ଆକ୍ରମଣ କରାଯାଇଥିଲା। ଏହି ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ୨୯୮ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଏନେଇ ଅଭିଯୋଗ ହୋଇଥିଲା ଋଷିଆ ସମର୍ଥିତ ବିଦ୍ରୋହୀ ସେମାନଙ୍କ ନିୟନ୍ତ୍ରଣାଧିନ ଅଞ୍ଚଳରୁ ଏକ ଋଷୀୟ କ୍ଷେପଣାସ୍ତ୍ର ସହାୟତାରେ ଏହି ବିମାନ ଉପରେ ଆକ୍ରମଣ କରିଥିଲେ। ଆମେରିକା ନେତୃତ୍ୱାଧିନ ପାଶ୍ଚାତ୍ୟ ଦେଶ ଋଷିଆ ଉପରେ ସମସ୍ତ ପ୍ରତିବନ୍ଧକ ଲଗାଇଛନ୍ତି।
ବର୍ତ୍ତମାନ ପୂର୍ବ ୟୁକ୍ରେନ ସୀମାରେ ଡୋନେସ୍କ ପିପୁଲ୍ସ ରିପବ୍ଲିକ୍ ଏବଂ ଲୁହାନସ୍କ ପିପୁଲ୍ସ ରିପବ୍ଲିକ୍ ନାମକ ୨ ଅଞ୍ଚଳକୁ ସ୍ବାଧୀନ ଘୋଷଣା କରିବାକୁ ନିଷ୍ପତ୍ତି ନିଆଯିବ ବୋଲି କୁହାଯିବା ପରେ ଋଷିଆ-ୟୁକ୍ରେନ ଯୁଦ୍ଧ ଆହୁରି ଭୟାନକ ହେବାକୁ ଯାଉଛି।
ଜାଣନ୍ତୁ Russia-Ukraine War Update