ଦିଲ୍ଲୀ ସ୍ଥିତ ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସର (AIIMS) ଅଧିକାରୀମାନେ କହିଛନ୍ତି ଯେ କୋରୋନାରୁ ସୁସ୍ଥ ହେବା ପରେ ଉପୁଜୁଥିବା ସମସ୍ୟା ଯୋଗୁଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
Trending Photos
ଜଗଦୀଶ୍ ବାରିକ୍, ନୂଆଦିଲ୍ଲୀ: କୋରୋନା ଭୂତାଣୁରୁ ସୁସ୍ଥ ହେବା ପରେ ପୁର୍ନବାର ଉପୁଜିଥିବା ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କଙ୍କୁ ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସରେ (AIIMS) ଭର୍ତ୍ତି କରାଯାଇଛି । ମଙ୍ଗଳବାର ଦିନ AIIMS ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି ।
ଆଜି ଦ୍ୱାଦଶ ପରୀକ୍ଷାରେ ନିଷ୍ପତ୍ତି ଆସିବାର ଥିଲା
ଦ୍ୱାଦଶ ବୋର୍ଡ ପରୀକ୍ଷା ୨୦୨୧ ପାଇଁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଓ ଭାରତୀୟ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷାର (CICSE) ନିଷ୍ପତ୍ତି ଆଜି ଆସିବ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶାଙ୍କ ଅସୁସ୍ଥତା ଯୋଗୁଁ ପରୀକ୍ଷାର ନିଷ୍ପତ୍ତି ସ୍ଥଗିତ ରଖାଯାଇପାରେ । ତେବେ ଏପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ସରକାରୀ ବୟାନ ପ୍ରକାଶ କରାଯାଇ ନାହିଁ ।
Union Education Minister Dr Ramesh Pokhriyal Nishank admitted to AIIMS due to post COVID complications today: AIIMS officials
(File pic) pic.twitter.com/w1xMx8xhmt
— ANI (@ANI) June 1, 2021
୯ ମଇରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ
କୋରୋନା ଭୂତାଣୁରୁ ସୁସ୍ଥ ହେବା ପରେ ରମେଶ ପୋଖରିୟାଲ (Ramesh Pokhriyal Nishank) ନିଶଙ୍କ AIIMS ରୁ ୯ ମଇରେ ଡିସଚାର୍ଜ ହୋଇଥିଲେ । ଏହା ପରେ ସେ ଟ୍ୱିଟରରେ ଡାକ୍ତର ଦଳକୁ ଧନ୍ୟବାଦ ଜଣାଇଛନ୍ତି । ସେ ଲେଖିଛନ୍ତି, କୋରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଦିଲ୍ଲୀର AIIMS ରେ ଚିକିତ୍ସା ପରେ ଘରକୁ ଫେରିଥିବାରୁ AIIMS କୋଭିଡ ଡାକ୍ତର ଦଳକୁ ହୃଦୟରୁ ଧନ୍ୟବାଦ ଏବଂ ବିନମ୍ର କୃତଜ୍ଞତା ।
कोरोना वायरस संक्रमण के कारण एम्स दिल्ली में अपने इलाज के पश्चात सकुशल घर वापसी पर एम्स की कोविड चिकित्सक टीम को हृदय की गहराइयों से धन्यवाद और विनम्रतापूर्वक आभार । pic.twitter.com/JMxg4OJddO
— Dr. Ramesh Pokhriyal Nishank (@DrRPNishank) May 9, 2021