• ଦେଶରେ ଟିକାକରଣ ପାଇଁ ସ୍ୱାସ୍ଥ୍ୟମନ୍ତ୍ରଣାଳୟ ଜାରି କଲା ସୂଚୀ
  • ଆନ୍ଧ୍ରପ୍ରଦେଶରେ ସର୍ବାଧିକ ୬ ଦିନ ଟିକାକରଣ । ଗୋଆରେ ମାତ୍ର ଦୁଇଦିନ ଟିକାକରଣ ।
  • ଓଡ଼ିଶାରେ ୩ ଦିନ ଟିକାକରଣ । ସୋମବାର, ଗୁରୁବାର ଓ ଶନିବାର ଦିଆଯିବ କୋରୋନା ଟିକା ।
  • କେନ୍ଦୁଝରରେ ପିସିସିଙ୍କ ଗାଡ଼ି ଅଟକାଇ ଆକ୍ରମଣ । ଟାଉନଥାନାରେ ଏତଲା ।
  • ଆନ୍ଦୋଳନକୁ ନେଇ କୃଷକ ସଂଗଠନର କଠୋର ଆଭିମୁଖ୍ୟ: ଦାବି ପୂରଣ ନହେଲେ ୨୦୨୪ଯାଏଁ ଆନ୍ଦୋଳନ କରିବାକୁ ପ୍ରସ୍ତୁତ
  • ୨୬ରେ ଟ୍ରାକ୍ଟର ରାଲି ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ।
  • ଖୋଲିଲା ମା' ତାରିଣୀଙ୍କ ପୀଠ । କେବଳ ଦର୍ଶନ ପାଇଁ ଅନୁମତି । କୋରୋନା କଟକଣା ପାଇଁ ବନ୍ଦ ଥିଲା ମନ୍ଦିର ।

କେନ୍ଦ୍ରମନ୍ତ୍ରୀଙ୍କ ଚାଞ୍ଚଲ୍ୟକର ବୟାନ; 'ଆପେ ଆପେ ଭାଙ୍ଗିଯିବ ଅମର, ଆକବର, ଆନ୍ଥୋନୀ ସରକାର'

ଏନେଇ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ କହିଛନ୍ତି ରାଜ୍ୟରେ ଅମର, ଆକବର, ଆନ୍ଥୋନୀ ସରକାର ଚାଲିଛି । ଯାହା ଆପେ ଆପେ ଭାଙ୍ଗିଯିବ । ବିଜେପି ଏକ ଶକ୍ତିଶାଳୀ ଦଳ ବିରୋଧି ଦଳର ଭୂମିକାରେ ଅବତୀର୍ଣ୍ଣ ହୋଇଛି । ଯଦି ଏହି ସରକାର ଭାଙ୍ଗିଯାଏ ତାହେଲେ ଆମକୁ ଦାୟୀ କରାଯିବା ଉଚିତ୍ ନୁହେଁ । 

କେନ୍ଦ୍ରମନ୍ତ୍ରୀଙ୍କ ଚାଞ୍ଚଲ୍ୟକର ବୟାନ; 'ଆପେ ଆପେ ଭାଙ୍ଗିଯିବ ଅମର, ଆକବର, ଆନ୍ଥୋନୀ ସରକାର'

ମୁମ୍ବାଇ: ମହାରାଷ୍ଟ୍ରରେ କ୍ଷମତାସୀନ ଶିବସେନା (Shivsena) ନେତୃତ୍ୱାଧିନ ଏନସିପି (NCP), କଂଗ୍ରେସ (Congress) ସମେତ ଅନ୍ୟାଦଳକୁ ନେଇ ଗଠିତ ହୋଇଥିବା ମହାବିକାଶ ଅଘାଡି (Maha Vikas Aghadi) ସରକାରକୁ ଟାର୍ଗେଟ କରିଛନ୍ତି ରାଜ୍ୟର ଜାଲନ ଲୋକସଭାର ଆସନର (Jalan Lok Sabha) ବିଜେପି ସାଂସଦ (BJP MP) ତଥା କେନ୍ଦ୍ରମନ୍ତ୍ରୀ ରାଓ ସାହେବ ଦାନବେ (Rao Saheb Danbe)। 

ଏନେଇ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ କହିଛନ୍ତି ରାଜ୍ୟରେ "ଅମର, ଆକବର, ଆନ୍ଥୋନୀ ସରକାର ଚାଲିଛି । ଯାହା ଆପେ ଆପେ ଭାଙ୍ଗିଯିବ । ବିଜେପି ଏକ ଶକ୍ତିଶାଳୀ ଦଳ ବିରୋଧି ଦଳର ଭୂମିକାରେ ଅବତୀର୍ଣ୍ଣ ହୋଇଛି । ଯଦି ଏହି ସରକାର ଭାଙ୍ଗିଯାଏ ତାହେଲେ ଆମକୁ ଦାୟୀ କରାଯିବା ଉଚିତ୍ ନୁହେଁ । "

'ଅମର ଆକବର ଆନ୍ଥୋନୀ' ହେଉଛି ୧୯୭୭ ମସିହାରେ ନିର୍ମିତ ହୋଇଥିବା ଏକ ବଲିଉଡ ଚଳଚ୍ଚିତ୍ର । ଯେଉଁଥିରେ ତିନି ଭାଇ ଥିଲେ ସେମାନେ ପିଲା ଦିନେ ପରସ୍ପର ଠାରୁ ଅଲଗା ହୋଇଯିବା ପରେ ୩ଟି ଧର୍ମର ପରିବାର ଦ୍ୱାରା ଲାଳିତପାଳିତ ହୋଇଥିଲେ । 

ଏହା ସହିତ କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ଯୋଗାଣ ମନ୍ତ୍ରୀ ଭାରତ ସରକାରଙ୍କ ଦ୍ୱାରା ପାରିତ ହୋଇଥିବା କୃଷି ଆଇନ ଉପରେ ମତ ରଖି କହିଛନ୍ତି ଏହି ନୂତନ ନିୟମ କୃଷକଙ୍କୁ ସେମାନଙ୍କ କୃଷି ଜାତୀୟ ଉତ୍ପାଦକୁ ଯେକୌଣସି ସ୍ଥାନରେ ବିକ୍ରୟ କରିବାର ସ୍ୱାଧିନତା ଦେଇଛି ।

ଏହା ସହିତ ସେ କହିଛନ୍ତି ଯେ କେନ୍ଦ୍ର ସରକାର ବଜାର କମିଟି ବନ୍ଦ କରିବାକୁ ଚାହୁଁନାହାଁନ୍ତି ମାତ୍ର ଏହାକୁ ବିରୋଧି ଦଳ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରିବାରେ ଲାଗିଛନ୍ତି । ଉତ୍ତରପ୍ରଦେଶରର ହାଥରସ ଠାରେ  ହୋଇଥିବା କଥିତ ଗଣଦୁଷ୍କର୍ମ ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି କହିଛନ୍ତି ସେ ।

ଏହି ଘଟଣା ଉପରେ ମତ ରଖି  କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ତଦନ୍ତ ଶେଷ ହେବା ପରେ ଲୋକଙ୍କୁ ହାଥରସ ପୀଡିତାଙ୍କ ଗାଁ ପରିଦର୍ଶନ କରିବାକୁ ଅନୁମତି ଦିଆଯାଇଛି । ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଗାଁ ପରିଦର୍ଶନ କରିଥିଲେ । ଏଥିରେ କୌଣସି ପ୍ରତିବନ୍ଧକ ଲଗାଯାଇ ନାହିଁ । ଏହା ଦ୍ୱାରା ଦଳର ଭାବମୂର୍ତ୍ତି ଉପରେ ଆଞ୍ଚ ଆସିଛି ବୋଲି ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଏହାର କୌଣସି ପ୍ରଭାବ ପଡିନାହିଁ ।

ସୁଶାନ୍ତ ସିଂ ମାମଲାରେ ଆମର ଭାବମୂର୍ତ୍ତି ପ୍ରଭାବିତ ହୋଇନାହିଁ । ସିବିଆଇ ଏହି ଘଟଣାର ତଦନ୍ତ କରୁଛି । ତଦନ୍ତ ଶେଷ ହେବା ପରେ ଏ ଘଟଣାରେ ପ୍ରତିକ୍ରିୟା ରଖିବେ ବୋଲି ଜଣାଇଛନ୍ତି ସେ । ଏମ୍ସ ମେଡିକାଲ ପ୍ୟାନେଲ ପକ୍ଷରୁ ସିବିଆଇରେ ଦାଖଲ ହୋଇଥିବା ରିପୋର୍ଟରେ ଏହି କଥିତ ହତ୍ୟାକାଣ୍ଡକୁ ପ୍ରତ୍ୟାଖ୍ୟାନ କରାଯାଇଛି ।

ଏହା ସହିତ କେନ୍ଦ୍ରମନ୍ତ୍ରୀ ଦାନଭେ କହିଛନ୍ତି କେନ୍ଦ୍ର ମୋଦି ସରକାର ଚାଷୀଙ୍କ ପାଇଁ ଗ୍ରହଣ କରୁଥିବା ବିଭିନ୍ନ ପଦକ୍ଷେପ ତୁଳନାରେ କଂଗ୍ରେସ ଚାଷୀଙ୍କ ପାଇଁ କିଛି କରିବାରେ ବିଫଳ ହୋଇଛି । ଚଳିତ ବଜେଟରେ କୃଷି କ୍ଷେତ୍ର ପାଇଁ ଏକ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରାଯାଇଛି ଏବଂ କିସାନ ସମ୍ମାନ ଯୋଜନା ଅଧିନରେ ୧୦ କୋଟି ଚାଷୀଙ୍କୁ ମୋଟ ୯୩ ହଜାର କୋଟିର ଲାଭ ଦିଆଯାଇଛି। ସ୍ୱାମୀନାଥନ୍ କମିଶନଙ୍କ ସୁପାରିଶକୁ କାର୍ଯ୍ୟକାରୀ କରାଯାଇଥିବା କହିଛନ୍ତି  ସରକାର । ଦେଶରେ କୃଷି ଜାତୀୟ ଉତ୍ପାଦର ସର୍ବନିମ୍ନ ସହାୟକ ମୂଲ୍ୟ-ଏମଏସପି (MSP-Minium Suport Price) ବୃଦ୍ଧି କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କୃଷକଙ୍କ ସ୍ୱାର୍ଥ ରକ୍ଷା ଲାଗି ଅନେକ ନିଷ୍ପତ୍ତି ନେଇଛନ୍ତି, ହେଲେ ବିରୋଧି କଂଗ୍ରେସ ଏବଂ ଏହାର ସହଯୋଗୀ ଏହା ହଜମ କରୁନାହାଁନ୍ତି । ସେମାନେ କୃଷି ଆଇନକୁ ନେଇ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରିବାକୁ ଚାହୁଁଛନ୍ତି ।