Advertisement
Article Detail0/zeeodisha/odisha2365707

UP C Voter Survey: ଆସିଲା ସର୍ଭେ ରିପୋର୍ଟ୍ : UPରେ ହଟିବେ ଯୋଗୀ!

UP C Voter Survey:  ୟୁପିରେ ଯୋଗୀ ଆଦିତ୍ୟ ନାଥଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦିଆଯିବ! ସି-ଭୋଟର ସର୍ଭେରେ ଏନେଇ ଲୋକଙ୍କୁ ଅନେକ ପ୍ରଶ୍ନ ପଚରାଯାଇଥିଲା।ଯେଉଁଥିରେ  ୪୨ ପ୍ରତିଶତ ଲୋକଙ୍କ ଜବାବ ହଁ ଥିଲା।

UP C Voter Survey
UP C Voter Survey

UP NEWS : ଗତ ଲୋକସଭା ନିର୍ବାଚନରେ ବିଜେପି ସଂଖ୍ୟାଗରିଷ୍ଠତା ହରାଇଥିଲା। ଯେଉଁଥିପାଇଁ ବିଜେପିକୁ କେନ୍ଦ୍ରରେ ମେଣ୍ଟର ସାହାରା ନେବାକୁ ପଡିଥିଲା। ବିଜେପିକୁ ତ୍ତରପ୍ରଦେଶ (ୟୁପି)ରେ ସବୁ ସବୁଠୁ ବଡ଼ ଝଟକା ଲାଗିଥିଲା, ଯେଉଁଠି ଅଖିଳେସଙ୍କ ସମାଜବାଦୀ ପାର୍ଟି ନିର୍ବାଚନରେ ୧ ନମ୍ବର ପାର୍ଟି  ଭାବେ ଉଭା ହୋଇଥିଲା। ୟୁପିରେ ସମସ୍ତ ୮୦ଟି  ଆସନ ଜିତିବ ବୋଲି ଦାବି କରୁଥିବା ବିଜେପିକୁ ମାତ୍ର ୩୩ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଥିଲା। ଏସବୁ ମଧ୍ୟରେ ଏବେ ଏକ ଚର୍ଚ୍ଚା ଆରମ୍ଭ ହେଉଛି ଯେ, ୟୁପିରେ ଯୋଗୀ ଆଦିତ୍ୟ ନାଥଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦିଆଯିବ!

ତେବେ ଗତ ସାଧାରଣ ନିର୍ବାଚନ କାଳରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଧ୍ୟ ଏହି ଦାବି କରୁଥିଲେ। ଏବେ ୟୁପିରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ହଟାଇବା ଯୋଜନା ମଧ୍ୟରେ ଅନେକ ଗୁରୁତ୍ଵପୂର୍ଣ୍ଣ ବୈଠକ ହୋଇଛି। ଏବେ ଏକ ତାଜା ସର୍ଭେରେ ଜନତାଙ୍କଠାରୁ ଏ ସମ୍ପର୍କରେ ଜାଣିବାକୁ ଉଦ୍ୟମ କରାଯାଇଥିଲା। ସି- ଭୋଟର ସର୍ଭେରେ ଏନେଇ ଲୋକଙ୍କୁ ଅନେକ ପ୍ରଶ୍ନ ପଚରାଯାଇଥିଲା। ବିଜେପି ୟୁପିରେ ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହଟାଇବାକୁ ଯୋଜନା କରୁଛି କି? ବୋଲି ପ୍ରଶ୍ନ ପଚରା ଯାଇଥିଲା।ଯେଉଁଥିରେ  ୪୨ ପ୍ରତିଶତ ଲୋକଙ୍କ ଜବାବ ହଁ ଥିଲା। 

ଏହା ବ୍ୟତୀତ ୨୮.୬ ପ୍ରତିଶତ ଲୋକେ ଏହା କେବଳ ଚର୍ଚ୍ଚାରେ ଥିବା କଥା କହିଥ‌ିବା ବେଳେ ୨୦ ପ୍ରତିଶତ ଲୋକ ମଧ୍ୟ ନାଁରେ ଜବାବ ଦେଇଛନ୍ତି। ଅର୍ଥାତ ସବୁଠୁ ଅଧିକ ଲୋକେ ୟୁପିରେ ମୁଖ୍ୟମନ୍ତ୍ରୀଙ୍କୁ ହଟାଇବା ପାଇଁ ପ୍ରସ୍ତୁତି ଚାଲିଥିବା କହିଛନ୍ତି। ଏହି ସର୍ଭେରେ ଏହା ବି ପଚରା ଯାଇଥିଲା ଯେ ବିଜେପିକୁ ୟୁପିରେ ସବୁଠୁ ଅଧୂକ କ୍ଷତି କେଉଁ କାରଣରୁ ହୋଇଛି? ଉତ୍ତରରେ ଅଧିକ ଲୋକ ୪୯.୩ ପ୍ରତିଶତ ବେକାରୀ ମୂଲ୍ୟବୃଦ୍ଧିକୁ ଦାୟି ବୋଲି କହିଛନ୍ତି।

Add Zee News as a Preferred Source

ସେହିପରି ଫୈଜାବାଦ ଲୋକସଭା ଆସନରେ ବିଜେପି କାହିଁକି ହାରିଲା ପ୍ରଶ୍ନର ଉତ୍ତରରେ ୨୮ ପ୍ରତିଶତ ଲୋକେ ଓବିସି ଓ ଦଳିତଙ୍କ ଅସନ୍ତୋଷକୁ କାରଣ ବୋଲି କହିଛନ୍ତି। ଏଵଂ ସର୍ଭେରେ ଆଉ ଏକ ପ୍ରଶ୍ନ ମଧ୍ୟ କରାଯାଇଥିଲା। ୟୁପିରେ ବିଜେପିର ଏପରି କ୍ଷତି ପଛରେ  ଦାୟି କିଏ ? ଉତ୍ତରରେ ୨୮ ପ୍ରତିଶତ ଲୋକେ ରାଜ୍ୟର ନେତାଙ୍କୁ ଦାୟି କରିଥିବା ବେଳେ ୨୧ ପ୍ରତିଶତ ଲୋକେ କେନ୍ଦ୍ରୀୟ ନେତୃତ୍ୱକୁ ଦାୟି କରୁଛନ୍ତି। ଏଥିରେ ୧୮ ପ୍ରତିଶତ ଲୋକେ ପାର୍ଟି ସଙ୍ଗଠନକୁ ଦାୟି କରିଛନ୍ତି।

About the Author