ଆମେରିକା ସଂସଦରେ ସେନା ଶିବିର! ଟ୍ରମ୍ପ ଯୁଗର ଅନ୍ତ, ଆସନ୍ତାକାଲି ୪୬ ତମ ରାଷ୍ଟ୍ରପତିଙ୍କ ଶପଥଗ୍ରହଣ ଉତ୍ସବ
ଜାନୁଆରୀ ୬ ତାରିଖରେ ବିଦାୟୀ ରାଷ୍ଟ୍ରପତି ଟ୍ରମ୍ପ ସମର୍ଥକଙ୍କ ହିଂସାକାଣ୍ଡ ଉପଦ୍ରବ ପରେ ସଂସଦସ୍ଥିତ କ୍ୟାପିଟଲ ବିଲ୍ଡି ସୁରକ୍ଷା ବ୍ୟବସ୍ଥାକୁ ବଢାଯାଇଛି।
ନୂଆଦିଲ୍ଲୀ: ଆମେରିକା ରାଜନୀତିରେ ଶେଷ ହେବାକୁ ଯାଉଛି ଟ୍ରମ୍ପ ଯୁଗ। ଚଳିତ ବର୍ଷ ଜାନୁଆରୀ ୨୦ ତାରିଖରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଗଣତନ୍ତ୍ର ଯୁକ୍ତରାଷ୍ଟ୍ର ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥଗ୍ରହଣ କରିବାକୁ ଯାଉଛନ୍ତି ଜୋ ବାଇଡେନ। ଶପଥଗ୍ରହଣ ଉତ୍ସବକୁ ନେଇ ପ୍ରସ୍ତୁତି ଶେଷ ହୋଇଥିବାବେଳେ ଆମେରିକା ସଂସଦ ଭିତରେ ମଧ୍ୟ ସେନା ମୁତୟନ ହୋଇଛନ୍ତି।
ଜାନୁଆରୀ ୬ ତାରିଖରେ ବିଦାୟୀ ରାଷ୍ଟ୍ରପତି ଟ୍ରମ୍ପ ସମର୍ଥକଙ୍କ ହିଂସାକାଣ୍ଡ ଉପଦ୍ରବ ପରେ ସଂସଦସ୍ଥିତ କ୍ୟାପିଟଲ ବିଲ୍ଡି ସୁରକ୍ଷା ବ୍ୟବସ୍ଥାକୁ ବଢାଯାଇଛି। ଶପଥଗ୍ରହଣ ଉତ୍ସବ ପୂର୍ବରୁ ଆମେରିକା ରାଜଧାନୀର ଚାରିପାଖକୁ ଅସ୍ଥାୟୀ ଭାବରେ ବନ୍ଦ ରଖାଯାଇଛି। ଏପରିକି ରାଜଧାନୀ ୱାଶିଂଟନ ଡିସି ଆକାଶ ଉପରେ ବିମାନ, ଡ୍ରୋନ ଉଡାଣକୁ ମଧ୍ୟ ନିଷିଦ୍ଧ କରାଯାଇଛି।
ବିଶ୍ୱ ଗଣତନ୍ତ୍ରକୁ ସୁରକ୍ଷା ଦେଉଥିବା ଆମେରିକାରେ ଏବେ ଗଣତନ୍ତ୍ରର ସୁରକ୍ଷା ପାଇଁ ହୋଇଥିବା ବ୍ୟବସ୍ଥାକୁ ଦେଖିଲେ ଶକ୍ତିଶାଳୀ ରାଷ୍ଟ୍ରର ଦୁର୍ବଳତା ଦେଖିବାକୁ ମିଳିଛି। ସୁପର ପାୱାର ଆମେରିକାର ବାସ୍ତବ ସ୍ଥିତି ଏବେ ସାରା ଦୁନିଆ ଦେଖୁଛି। ଏବେ ଆମେରିକା ରାଜଧାନୀ ଠାରେ ସଂସଦ ଭିତରେ ମଧ୍ୟ ହଜାର ହଜାର ସଂଖ୍ୟାରେ ସେନା ମୁତୟନ ହୋଇଛନ୍ତି। ଏପରି ଲାଗୁଛି ଏହା ଆମେରିକା ସଂସଦ ଭବନ ନୁହେଁ ବରଂ ଆମେରିକାର କୌଣସି ଏକ ସେନା କ୍ୟାମ୍ପ। ମୁତୟନ ହୋଇଥିବା ଦେଶର ସେନା ଯବାନ ସାମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିର ମୁକାବିଲା କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛନ୍ତି।
Also Read: ବାଇଡେନଙ୍କ ଶପଥ ଗ୍ରହଣ ପୂର୍ବରୁ କାହିଁକି ବିଚଳିତ Facebook-Twitter?
ଗତ ଜାନୁଆରୀ ୬ ତାରିଖରେ ଘଟିଥିବା ଦୁର୍ଘଟଣା ପରେ ସଂସଦ ଭିତରେ ମଧ୍ୟ ସେନା ମୁତୟନ ହୋଇଛନ୍ତି। କାରଣ ଏଠାରେ ନବନିର୍ବାଚିତ ରାଷ୍ଟ୍ରପତିଙ୍କୁ କ୍ଷମତା ହସ୍ତାନ୍ତରକୁ ପ୍ରବଳ ବିରୋଧ କରାଯାଇଥିଲା। ଟ୍ରମ୍ପଙ୍କ ସମର୍ଥକ ସଂସଦ ପରିସରରେ ଘଟାଇଥିଲେ ହିଂସାକାଣ୍ଡ। ଯାହାକୁ ଆମେରିକାରେ ୧୮୬୨ ମସିହାରେ ହୋଇଥିବା ଗୃହଯୁଦ୍ଧ ସହିତ ତୁଳନା କରାଯାଇଥିଲା। ସେତେବେଳେ ସଂସଦ ଭିତରେ ବହୁ ସଂଖ୍ୟାରେ ସେନା ମୁତୟନ ହୋଇଥିଲେ।
ଯେତେବେଳେ ରାଜଧାନୀରେ ଏପରି ସ୍ଥିତି ରହିଛି ଆପଣ ଅନୁମାନ କରୁପାରୁଥିବେ ଆମରିକାର ସାଧାରଣ ଜନତା କିପରି ଆତଙ୍କିତ ଅବସ୍ଥାରେ ରହିଥିବେ। ଆମେରିକାର New Jersey ଠାରେ କାଚରେ ନିର୍ମିତ ବଡବଡ଼ ସୋରୁମ ସୁରକ୍ଷାକୁ ନଜରରେ ରଖି କାଠ ଆସ୍ତରଣ ମଧ୍ୟରେ ଢାଙ୍କି ଦିଆ ଯାଉଛି। ବାଇଡେନଙ୍କ ଶପଥଗ୍ରହଣ ଉତ୍ସବରେ ମଧ୍ୟ ହିଂସା ଆଶଙ୍କା କରି ଏହାର ମାଲିକ ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି।
Also Read: ବାଇଡେନଙ୍କୁ ପରମାଣୁ ବୋମାରେ ସ୍ୱାଗତ କରିବେ କିମ ଜଙ୍ଗ ଉନ!
ଆମେରିକାକୁ ଦୁନିଆର ସବୁଠାରୁ ସମର୍ଥ, ସମ୍ଭ୍ରାନ୍ତ ଓ ଆଧୁନିକ ସମାଜ ବୋଲି କୁହାଯାଏ। ଏଠାକାର ପୋଲିସ ପ୍ରଶାସନ ଆଧୁନିକ ଅସ୍ତ୍ରଶସ୍ତ୍ର ସହ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରିଥାଏ। ଏହା ପରେ ମଧ୍ୟ ଆମେରିକା ନିଜ ଦେଶର ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବାରେ ଅସମର୍ଥ ହୋଇପଡିଛି। ନୂତନ ରାଷ୍ଟ୍ରପତିଙ୍କ ଶପଥଗ୍ରହଣକୁ ନେଇ ସାରା ଦେଶର ଭୟର ବାତାବରଣ ସୃଷ୍ଟି ହୋଇଛି।
ଆମେରିକା ସଂସଦ ବାହାରେ ଲାଗିଛି ୮ ଫୁଟ ଉଚ୍ଚ ଷ୍ଟିଲ ବ୍ୟାରିୟର (Steel Barrier)। ଏହା ଆମେରିକା ଗଣତନ୍ତ୍ର ପାଇଁ ସର୍ବାଧିକ ଲଜ୍ଜାକର ଘଟଣା। ଲୁହାର ଏପରି ପ୍ରାଚୀର ଦୁଇ ଦେଶର ସୀମାରେ ଲାଗିଥା । ଯେପରି ଅନୁପ୍ରବେଶକାରୀ କିମ୍ବା ଆତଙ୍କବାଦୀଙ୍କୁ କୌଣସି ଦେଶରେ ବେଆଇନ ଅନୁପ୍ରବେଶ କରିବାରୁ ରୋକା ଯାଇପାରିବ। ହେଲେ ଏବେ ଆମେରିକା ସଂସଦ ବାହାରେ ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରାଯାଇଛି। ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି Joe Bidenଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ପ୍ରସ୍ତୁତି ଜାରି ରହିଛି । କିନ୍ତୁ ସଂସଦ ଭିତରେ ଓ ବାହାରେ ସୁରକ୍ଷାକୁ ନେଇ ଯେପରି ବ୍ୟବସ୍ଥା ହୋଇଛି ଲାଗୁଛି ଆତଙ୍କବାଦୀ ଆକ୍ରମଣ ଆଶଙ୍କାରେ ସୁରକ୍ଷା ବଢ଼ାଇ ଦିଆଯାଇଛି।
Also Read: ହିଂସାକାଣ୍ଡ ଫେରିଲା ଚେତା; ବାଇଡେନକୁ କ୍ଷମତା ହସ୍ତାନ୍ତର କରିବେ ଟ୍ରମ୍ପ
ଆମେରିତା ରାଷ୍ଟ୍ରପତିଙ୍କ ଶପଥଗ୍ରହଣ ସମାରୋହ ଐତିହାସିକ ହେବାକୁ ଯାଉଛି । ନିର୍ବାଚିତ ରାଷ୍ଟ୍ରପତି Joe Bidenଙ୍କ ଶପଥଗ୍ରହଣ ସମାରୋହରେ ବର୍ତ୍ତମାନର ରାଷ୍ଟ୍ରପତି Donald Trump ସାମିଲ ହେବେ ନାହିଁ । ଗତ ଶହେ ବର୍ଷ ମଧ୍ୟରେ ଏପରି ଘଟଣା ପ୍ରଥମ ଥର ଘଟିବାକୁ ଯାଉଛି । ଆମେରିକା ଗୁଇନ୍ଦା ଏଜେନ୍ସି FBIର ଦାବି ଅନୁସାରେ ଏପର୍ଯ୍ୟନ୍ତ ଏକ ଲକ୍ଷରୁ ଅଧିକ Digital ସୂଚନା ମିଳିଛି । ଯାହାକୁ ନେଇ ସଂସଦରେ ଶପଥଗ୍ରହଣ ଉତ୍ସବରେ ବଡ଼ ଧରଣର ଆକ୍ରମଣ ଆଶଙ୍କା ରହିଛି ।
୨୦ ଜାନୁଆରୀରେ ଯେତେବେଳେ ଆମେରିକାର ୪୬ ତମ ରାଷ୍ଚ୍ରପତି ଭାବରେ ଜୋ ବାଇଡେନ ଶପଥଗ୍ରହଣ କରୁଥିବେ ସେତେବେଳେ ଡୋନାଲ୍ଡ ଟ୍ରମ୍ପ ଫ୍ଲୋରିଡ଼ାରେ ହୁଏତ ଗଲ୍ଫ ଖେଳୁଥିବେ । କିନ୍ତୁ ତାଙ୍କର ସମର୍ଥକମାନେ କଣ କରିବେ, ଏହାକୁ ନେଇ ଦେଶବାସୀଙ୍କ ମନରେ ଆତଙ୍କ ଭରି ରହିଛି ।