ହିଂସାକାଣ୍ଡ ଫେରିଲା ଚେତା; ବାଇଡେନକୁ କ୍ଷମତା ହସ୍ତାନ୍ତର କରିବେ ଟ୍ରମ୍ପ
Advertisement

ହିଂସାକାଣ୍ଡ ଫେରିଲା ଚେତା; ବାଇଡେନକୁ କ୍ଷମତା ହସ୍ତାନ୍ତର କରିବେ ଟ୍ରମ୍ପ

ବ୍ୟାପକ ହିଂସାକାଣ୍ଡ ପରେ ଏବେ ଜାଗ୍ରତ ହୋଇଛନ୍ତି ରାଷ୍ଟ୍ରପତି ଟ୍ରମ୍ପ। ଆସନ୍ତା ୨୦ ତାରିଖରେ ପ୍ରତିଦ୍ୱନ୍ଦୀ ବାଇଡେନଙ୍କୁ କ୍ଷମତା ହସ୍ତାନ୍ତର କରିବା ଲାଗି ସମ୍ମତି ଜଣାଇଛନ୍ତି।    

ହିଂସାକାଣ୍ଡ ଫେରିଲା ଚେତା; ବାଇଡେନକୁ କ୍ଷମତା ହସ୍ତାନ୍ତର କରିବେ ଟ୍ରମ୍ପ

ୱାଶିଂଟନ: ଓଡିଆରେ ଏକ ପ୍ରବାଦ ରହିଛି ତାହା ହେଉଛି "ଆରେ ଢାମଣା ବୁଲି ବୁଲି ଆସି ସେହି ଅଗଣା। " ଏହି ଲୋକବାଣୀଟି ଏବେ ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କ୍ଷେତ୍ରରେ ଶତ ପ୍ରତିଶତ ପ୍ରଯୁଜ୍ୟ। ଗାଦି ଛାଡିବା ପୂର୍ବରୁ ନିଜ ସମର୍ଥକଙ୍କ ଦ୍ୱାରା ଦେଶର ରାଜଧାନୀ ୱାଶିଂଟନସ୍ଥିତ କ୍ୟାପିଟାଲ ବିଲ୍ଡିଂ ଠାରେ କରାଯାଇଥିବା ହିଂସାକାଣ୍ଡ ପରେ ଏବେ ତାଙ୍କର ଚେତା ଫେରିଛି।

ଗତବର୍ଷ ନଭେମ୍ବରରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ନିଜର ପରାଜୟ ସ୍ୱୀକାର କରିବା କରିବା ଅବସ୍ଥାରେ ନଥିଲେ ବର୍ତ୍ତମାନର ରାଷ୍ଟ୍ରପତି ତଥା ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ। ଆଉ ମାତ୍ର ୨ ସପ୍ତାହ ପରେ ତାଙ୍କର କାର୍ଯ୍ୟକାଳ ସରିବ। ୨୦୧୯ ଆମେରିକା ରାଷ୍ଟ୍ରପତି ନିର୍ବାଚନ ନିଜେ ପରାସ୍ତ ହୋଇଥିବା ନେଇ ଶେଷରେ ମାନିଛନ୍ତି। ଆଉ ଚଳିତ ବର୍ଷ ଜାନୁଆରୀ ୨୦ ତାରିଖରେ ପ୍ରତିଦ୍ୱନ୍ଦ୍ୱୀ ତଥା ଡେମୋକ୍ରାଟିକ ପ୍ରାର୍ଥୀ ଜୋ ବାଇଡେନ ଙ୍କୁ ସ୍ୱେଚ୍ଛାକୃତ ଭାବେ କ୍ଷମତା ହସ୍ତାନ୍ତର କରିବାକୁ ରାଜି ହୋଇଛନ୍ତି ରାଷ୍ଟ୍ରପତି ଟ୍ରମ୍ପ। 

ବିଦାୟୀ ୨୦୨୦ ବର୍ଷରେ ଆମେରିକାରେ ହୋଇଥିବା ନିର୍ବାଚନରେ ରାଷ୍ଟ୍ରପତି ଭାବେ ଜୋ ବାଇଡେନ ଏବଂ ଉପରାଷ୍ଟ୍ରପତି ଭାବେ କମଲା ହ୍ୟାରିସ ବାଜିମାତ କରିଛନ୍ତି। ଏ ସମ୍ପର୍କରେ ଆମେରିକାର ଜାତୀୟ ସଂସଦ କଂଗ୍ରେସରେ ଆୟୋଜିତ ହୋଇଥିବା ମିଳିତ ବୈଠକରେ ଔପଚାରିକ ଭାବେ ଘୋଷଣା କରାଯାଇଛି। ଏହି ନିର୍ବାଚନ ଫଳାଫଳ ଘୋଷଣା କରାଯିବା ସମୟରେ ହିଂସାକାଣ୍ଡ ଭିଆଇଥିଲେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସମର୍ଥକ।  

Also Read: ଆମେରିକା ପ୍ରତି ବିପଦ ସୃଷ୍ଟି କରୁଥିବା ପ୍ରତ୍ୟେକ ଆତଙ୍କବାଦୀଙ୍କୁ ଦମନ କରାଯିବ: ଡୋନାଲ୍ଡ ଟ୍ରମ୍ପ

 

ଆମେରିକା ସଂସଦ  କଂଗ୍ରେସ ପକ୍ଷରୁ ବାଇଡେନଙ୍କ ବିଜୟୀ ହୋଇଥିବା ନେଇ ସ୍ପଷ୍ଟ କରାଯିବା ମାତ୍ରେ ରାଷ୍ଟ୍ରପତି ଟ୍ରମ୍ପ ଏକ ବିବୃତ୍ତି ଜାରି କରି କହିଛନ୍ତି ଯଦିଓ ମୁଁ ଏହି ନିର୍ବାଚନ ଫଳାଫଳ ସହ ସମ୍ପୂର୍ଣ୍ଣ ଭାବେ ସହମତ ନୁହେଁ ତଥାପି ଏହାକୁ ଗ୍ରହଣ କରୁଛି ଏବଂ ପ୍ରତିଶ୍ରୁତି ଦେଉଛି ଆସନ୍ତା ୨୦ ତାରିଖରେ ବ୍ୟବସ୍ଥିତ ଢଙ୍ଗରେ କ୍ଷମତା ହସ୍ତାନ୍ତର କରିବି। ଆମେରିକାକୁ ପୁଣିଥରେ ମହାନ କରିବାକୁ ଆମର ସଂଗ୍ରାମ ଆରମ୍ଭ ହେବ। ଏହି ବୟାନ ମାଧ୍ୟମରେ ସେ ପୁଣି ଥରେ ୨୦୨୪ରେ ହେବାକୁ ରାଷ୍ଟ୍ରପତି ନିର୍ବାଚନରେ ପୁନର୍ବାରକ ପ୍ରବେଶ କରିବାକୁ ଜଣାଇ ଦେଇଛନ୍ତି।           

ଗତ ବର୍ଷ ନଭେମ୍ବର ୩ ତାରିଖରେ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ରାଷ୍ଟ୍ରପତି ​ବାଇଡେନ ଏବଂ ଉପରାଷ୍ଟ୍ରପତି ହାରିସ୍ ରେକର୍ଡ ସଂଖ୍ୟକ ୮ କୋଟିରୁ ଉର୍ଦ୍ଧ୍ୱ ଲୋକପ୍ରିୟ ଏବଂ ୩୦୬ ଇଲେକ୍ଟ୍ରେରାଲ ଭୋଟ୍ ପାଇଥିଲେ। ଉଭୟେ ଆସନ୍ତା ୨୦ ତାରିଖରେ ନିଜ ପଦ ଲାଗି ଶପଥ ଗ୍ରହଣ କରିବେ। 

Also Read: ଆମେରିକା ରାଷ୍ଟ୍ରପତି ନିର୍ବାଚନ; ପୁନର୍ବାର ଆରମ୍ଭ ହେଲା ଭୋଟଗଣନା

 

ଇଲେକ୍ଟ୍ରୋରାଲ କଲେଜ ଭୋଟ ଗ୍ରହଣ ଚାଲିଥିବା ସମୟରେ ବ୍ୟାଘାତ ହେବା ସତ୍ତ୍ୱେ ଉଭୟ ଦଳର ସାଂସଦ ରାଜନୀତିରୁ ଉର୍ଦ୍ଧ୍ୱକୁ ଉଠି ସାମଗ୍ରିକ ଭାବେ ଭୋଟ ଗଣନା ଶେଷ କରିବାକୁ ଦାବି କରିଥିଲେ। ଏପରିକି ସେମାନେ ୨ ରାଜ୍ୟ ଆରିଜୋନା ଏବଂ ପେନସିଲଭାନିଆ ଠାରେ ହୋଇଥିବା ନିର୍ବାଚନ ସମ୍ପର୍କିତ ଅଭିଯୋଗକୁ ଖାରଜ କରିଥିଲେ।

ସିନେଟ୍ ଆରିଜୋନା ରାଜ୍ୟର ନିର୍ବାଚନ ଫଳାଫଳକୁ ନେଇ ଆସିଥିବା ଅଭିଯୋଗକୁ ୬ଟି ବିରୋଧରେ ୯୩ ମତକୁ ସ୍ୱୀକାର କରିଥିବାବେଳେ ପ୍ରତିନିଧି ସଭା ଏହାକୁ ୩୦୩ ଭୋଟ୍ ସହିତ ୧୨୧ ମତରେ ପ୍ରତ୍ୟାଖ୍ୟାନ କରିଛି। ସିନେଟ୍ ପେନସିଲଭାନିଆର ରାଜ୍ୟରୁ ଆସିଥିବା ନିର୍ବାଚନ ସମ୍ପର୍କିତ ଆପତ୍ତିକୁ ପ୍ରତ୍ୟାଖ୍ୟାନ କରି ୭ ବିପକ୍ଷରେ ୯୭ ଭୋଟ୍ ଦେଇଥିବାବେଳେ ପ୍ରତିନିଧି ସଭା ୧୩୮ ବିରୋଧରେ ୨୮୨ ଭୋଟ୍ ସପକ୍ଷରେ କରାଯାଇଥିଲା।

Also Read: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ କିଏ କରିବ ବାଜିମାତ? ଭବିଷ୍ୟବକ୍ତା ଲିଚମ୍ୟାନ କହିଲେ

 

ଭାରତୀୟ ବଂଶୋଦ୍ଭବ ୪ ସାଂସଦ  ରୋ ଖାନ୍ନା, ଆମି ବେରା, ରାଜା କୃଷ୍ଣମୂର୍ତ୍ତି ଏବଂ ପ୍ରମିଳା ଜୟପାଲ ଉଭୟ ଆପତ୍ତି ବିରୋଧରେ ମତ ଦେଇଥିଲେ। ଏପରିକି ବିଗତ ୪ ବର୍ଷ ଧରି ରାଷ୍ଟ୍ରପତି ଟ୍ରମ୍ପଙ୍କ ପ୍ରତି ବିଶ୍ୱସ୍ତ ଥିବା ଉପରାଷ୍ଟ୍ରପତି ମାଇକ ପେନ୍ସ ବୁଧବାର ତାଙ୍କ 'ବସ୍'କୁ ବିରୋଧ କରିବାକୁ ସାହସ ଦେଖାଇ କହିଥିଲେ ହିଂସା କେବେ ଜିତିବ ନାହିଁ ହେଲେ ସ୍ୱାଧୀନତା ଜିତିବ।