ବାଇଡେନଙ୍କ ଶପଥ ଗ୍ରହଣ ପୂର୍ବରୁ କାହିଁକି ବିଚଳିତ Facebook-Twitter?
Advertisement
Article Detail0/zeeodisha/odisha831314

ବାଇଡେନଙ୍କ ଶପଥ ଗ୍ରହଣ ପୂର୍ବରୁ କାହିଁକି ବିଚଳିତ Facebook-Twitter?

ବାଇଡେନଙ୍କ ଶପଥ ଗ୍ରହଣ ପୂର୍ବରୁ ସୁରକ୍ଷାଗତ କାରଣକୁ ନେଇ ସତର୍କ ହୋଇଉଠିଛନ୍ତି ସୋସିଆଲ ମିଡିଆ ସାଇଟ ଫେସବୁକ-ଟ୍ୱିଟର।  

ବାଇଡେନଙ୍କ ଶପଥ ଗ୍ରହଣ ପୂର୍ବରୁ କାହିଁକି ବିଚଳିତ Facebook-Twitter?

ନୂଆଦିଲ୍ଲୀ: ନବନିର୍ବାଚିତ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶପଥ ଗ୍ରହଣ ପୂର୍ବରୁ ବିଭିନ୍ନ ସୋସିଆଲ ମିଡିଆରେ ବିଦାୟୀ ରାଷ୍ଟ୍ରମୁଖ୍ୟ ଟ୍ରମ୍ପଙ୍କ ସମର୍ଥକଙ୍କ ପଟୁ ଭୟର ମାହୋଲ ଦୃଶ୍ୟମାନ ହେଲାଣି। ଏଥିଲାଗି ଆଗୁଆ ପଦକ୍ଷେପ ନେଇଛି ଫେସବୁକ। ଏହିକ୍ରମରେ ହିଂସାକାଣ୍ଡକୁ ଉସାକାଇବା ଲାଗି ଉଦ୍ଦିଷ୍ଟ କେତେକ ବିଜ୍ଞାପନର ପ୍ରସାରଣ ଉପରେ କମ୍ପାନୀ ଚଳିତ ବର୍ଷ ଜାନୁଆରୀ ୨୨ ତାରିଖ ପର୍ଯ୍ୟନ୍ତ ରୋକ ଲଗାଇଛି। 

ପ୍ରତିବନ୍ଧକ ଲଗାଯାଇଥିବା ବିଜ୍ଞାପନ ଦ୍ୱାରା ଅସ୍ତ୍ରଶସ୍ତ୍ର ବ୍ୟବହାର ବଢିବାର ସମ୍ଭାବନା ରହିଛି। ଏହା ଦ୍ୱାରା ଜାନୁଆରୀ ୨୦ସ ତାରିଖରେ ହେବାକୁ ଯାଉଥିବା  ରାଷ୍ଟ୍ରପତି ବାଇଡେନଙ୍କ ଶପଥ ଗ୍ରହଣ ସମୟରେ ଆମେରିକାରେ ହିଂସାକାଣ୍ଡ ଘଟିବାର ସମ୍ଭାବନା ରହିଛି ବୋଲି ଅନୁମାନ କରୁଛି ଫେସବୁକ।  

ଏନେଇ ଗତ ଶନିବାର ଫେସବୁକ ପକ୍ଷରୁ କୁହାଯାଇଛି କମ୍ପାନୀ ହତିଆର ରଖିବାରେ ବ୍ୟବହାର ହେଉଥିବା ବିଭିନ୍ନ ସାମଗ୍ରୀର ବିଜ୍ଞାପନ ପ୍ରସାରଣ ଉପରେ କଟକଣା ଲାଗୁ କରିଛି। ଆଗାମୀ ଦିନରେ ବନ୍ଧୁକ ରଖିବା ଲାଗି ବ୍ୟବହୃତ ହେଉଥିବା ଜନିଷର ବିକ୍ରି ସହ ଜଡିତ ବିଜ୍ଞାପନ ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇ ପାରେ କମ୍ପାନୀ। 

fallback

Also Read: ନିର୍ବାଚନ ହାରି ମଧ୍ୟ ବାଇଡେନଙ୍କ ଠାରୁ ଆଗରେ ଟ୍ରମ୍ପ

ଅନ୍ୟପଟେ ବାଇଡେନଙ୍କ ଶପଥ ପୂର୍ବରୁ ସୋସିଆଲ ମିଡିଆ ଟ୍ୱିଟର କର୍ମଚାରୀ ସେମାନଙ୍କ ଆକାଉଣ୍ଟକୁ ଲକ କରିବା ଲାଗି କମ୍ପାନୀକୁ ନିବେଦନ କରିଛନ୍ତି। ସୁରକ୍ଷାକୁ ନଜରରେ ରଖି ଟ୍ୱିଟର ନିଜର କର୍ମଚାରୀଙ୍କ ଆକାଉଣ୍ଟକୁ ଲକ କରିଦେଇଛି। 

Also Read: ଆମେରିକାରେ ଶୁଭିଲା ଗୃହଯୁଦ୍ଧର ପଦଧ୍ୱନୀ; ହିଂସାକାଣ୍ଡକୁ ନେଇ ମୁହାଁମୁହିଁ ଟ୍ରମ୍ପ-ବାଇଡେନ

 

0ବିଦାୟୀ ରାଷ୍ଟ୍ରପତି ଟ୍ରମ୍ପଙ୍କ ସମର୍ଥକ ସେମାନଙ୍କ ଉପରେ ଆକ୍ରମଣ କରିପାରନ୍ତି ବୋଲି ଟ୍ୱିଟର କର୍ମଚାରୀ ସନ୍ଦେହ କରୁଛନ୍ତି। ନବନିର୍ବାଚିତ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ପୂର୍ବରୁ ଟ୍ୱିଟର ବିଦାୟୀ ରାଷ୍ଟ୍ରମୁଖ୍ୟ ଟ୍ରମ୍ପଙ୍କ ଟ୍ୱିଟର ହ୍ୟାଣ୍ଡେଲକୁ ସସପେଣ୍ଡ କରିଦେଇଛି। ଏହି ଘଟଣା ପରେ ଟ୍ୱିଟର କର୍ମଚାରୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରାଯାଉଛି।  

fallback

Also Read: ହିଂସାକାଣ୍ଡ ଫେରିଲା ଚେତା; ବାଇଡେନକୁ କ୍ଷମତା ହସ୍ତାନ୍ତର କରିବେ ଟ୍ରମ୍ପ

ଏହା ବ୍ୟତୀତ ଟ୍ୱିଟର କର୍ମଚାରୀ ଇଣ୍ଟରନେଟରେ ଉପଲବ୍ଧ ଥିବା ସେମାନଙ୍କ ବ୍ୟକ୍ତିଗତ ତଥ୍ୟକୁ ହଟାଇ ଦେଇଛନ୍ତି। ଆସନ୍ତାକାଲି ହେବାକୁ ଥିବା ଶପଥଗ୍ରହଣ ପୂର୍ବରୁ ୩୫୦ କମ୍ପାନୀ କର୍ମଚାରୀ ଟ୍ୱିଟର ସିଇଓ  ଜ୍ୟାକ ଡୋର୍ସିଙ୍କ ନିକଟରେ ଏକ ଯାଚିକା ଦାଏର କରିଥିଲେ। ଯେଉଁଥିରେ ସେମାନେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଟ୍ୱିଟର ହ୍ୟାଣ୍ଡେଲ ସସପେଣ୍ଡ କରିବାକୁ ଦାବି କରିଥିଲେ। ଏହା ପରେ ଟ୍ୱିଟର କର୍ମଚାରୀଙ୍କୁ ଟାର୍ଗେଟ କରିବା ଆରମ୍ଭ କରି ଦେଇଥିଲେ ଟ୍ରମ୍ପ ସମର୍ଥକ।