ୱାଶିଂଟନ: ବିଶ୍ୱ ସମୁଦାୟକୁ ସବୁବେଳେ ଗଣତାନ୍ତ୍ରିକ ମୂଲ୍ୟବୋଧ, ମାନବ ଅଧିକାର, ସାମ୍ବିଧାନିକ ଶାସନ ବ୍ୟବସ୍ଥା ବାବଦରେ ପାଠ ପଢାଉଥିବା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ସାଧାରଣତନ୍ତ୍ର ଯୁକ୍ତରାଷ୍ଟ୍ର ଆମେରିକା ଭଳି ଦେଶରେ ଗଣତନ୍ତ୍ର ବ୍ୟବସ୍ଥା କେତେ ମଜବୁତ ତାହା ନୂଆ ବର୍ଷ ଆରମ୍ଭରୁ ଜଣାପଡିଛି। ଗଣତାନ୍ତ୍ରିକ ବ୍ୟବସ୍ଥାରେ କ୍ଷମତା ହସ୍ତାନ୍ତରଣକୁ କେନ୍ଦ୍ର କରି ଏହି ଦେଶରେ ହୋଇଥିବା ହିଂସାକାଣ୍ଡରେ ଏ ପର୍ଯ୍ୟନ୍ତ ୪ ଜଣ ଲୋକ ପ୍ରାଣ ହରାଇ ସାରିଲେଣୀ।


COMMERCIAL BREAK
SCROLL TO CONTINUE READING

ମୃତକଙ୍କ ମଧ୍ୟରେ ବିଦାୟ ନେବାକୁ ଯାଉଥିବା ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜଣେ ସମର୍ଥକ ରହିଛନ୍ତି। ଦେଶର କ୍ଷମତା ହସ୍ତାନ୍ତରଣ ହେବା ପୂର୍ବରୁ ରାଷ୍ଟ୍ରପତି ଟ୍ରମ୍ପଙ୍କ ସମର୍ଥକ କ୍ୟପିଟାଲ ବିଲ୍ଡିଂ ଠାରେ ଭିଆଇଥିବା ହିଂସାକାଣ୍ଡକୁ ରୋକିବା ପାଇଁ ଆମେରିକା ପୋଲିସ  ପ୍ରୟାସ କରିଥିଲା। ହେଲେ ଏହି ସମୟରେ ଫାୟାରିଂ ହେବାରୁ ଆମେରିକା ବାୟୁସେନାରେ ୧୪ ବର୍ଷ କାର୍ଯ୍ୟ କରିଥିବା ଏଶଲି ବୈବଟ ନାମକ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। 




 


ମୃତକ ମହିଳା ରାଷ୍ଟ୍ରପତି ଟ୍ରମ୍ପଙ୍କ ଜଣେ ଦୃଢ ସମର୍ଥକ ଭାବେ ଜଣାଶୁଣା। ମୃତ୍ୟୁ ପୂର୍ବରୁ ଏଶଲି କହିଥିଲେ ଆମକୁ କେହି ଅଟକାଇ ପାରିବେ ନାହିଁ। ସେ ଦେଶର ଦକ୍ଷିଣ କାର୍ଲିଫର୍ଣିଆ ରାଜ୍ୟର ସାନ ଡିଏଗୋ ଅଞ୍ଚଳର ବାସିନ୍ଦା। କ୍ୟାପିଟାଲ ବିଲ୍ଡିଂ ଠାରେ ହିଂସାକାଣ୍ଡ ଚାଲିଥିବା ସମୟରେ ସେଠାରେ ଉପସ୍ଥିତ ଥିଲେ ଏଶଲି ବୈବଟ। ହିଂସାକାଣ୍ଡକୁ ନିୟନ୍ତ୍ରଣକୁ କରିବା ପାଇଁ ପୋଲିସ ପକ୍ଷରୁ ଫାୟାରିଂରେ ତାଙ୍କର ମୃତ୍ୟୁ ହୋଇଥିଲା। ଗୁଳିକାଣ୍ଡରେ ଦେଶର ପୂର୍ବତନ ବାୟୁସେନା କର୍ମଚାରୀ ଏଶିଲଙ୍କ ମୃତ୍ୟୁ ହୋଇଥିବା ନେଇ ଆମେରିକା ପୋଲିସ ସ୍ପଷ୍ଚ କରିଛି। 



 
ଦେଶରେ ଚାଲିଥିବା ହିଂସାକାଣ୍ଡ ଉପରେ ପ୍ରତିକ୍ରିୟା ରଖିଛନ୍ତି ନବନିର୍ବାଚିତ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଏପରି କାରନାମା ଦେଶ ବିରୁଦ୍ଧରେ ବିଦ୍ରୋହ ବୋଲି ସେ କହିଛନ୍ତି। ପ୍ରତିଦ୍ୱନ୍ଦୀ ଡୋନାଲ୍ଡ ଟ୍ରମ୍ପ ସାମ୍ନାକୁ ଆସି ଏପରି ହିଂସାକାଣ୍ଡ ଘଟଣାକୁ ବନ୍ଦ କରିବାକୁ  ନିବେଦନ କରିବା ଦରକାର। ହିଂସାକାଣ୍ଡ ହୋଇଥିବା ସ୍ଥାନରୁ ଟ୍ରମ୍ପ ତାଙ୍କ ସମର୍ଥକଙ୍କୁ ହଟାଯିବା ଆବଶ୍ୟକ ବୋଲି କହିବା ଦରକାର। କ୍ୟାପିଟାଲ ବିଲ୍ଡିଂ ଠାରେ କିଛି ନିର୍ଦ୍ଧିଷ୍ଟ ଲୋକ ଯେଉଁ କାଣ୍ଡ କାରନାମ କରିଛନ୍ତି ସେମାନ ଆଇନ ଉଂଲଘନକାରୀ।  



ଅନ୍ୟପଟେ ଏହି ପ୍ରସଙ୍ଗରେ ଜବାବ ରଖି ରାଷ୍ଟ୍ରପତି ଟ୍ରମ୍ପ ଟ୍ୱିଟ କରି ଘଟଣାସ୍ଥଳ ଛାଡି ଘରକୁ ଫେରିଯିବାକୁ ସମର୍ଥକଙ୍କୁ ନିବେଦନ କରିଛନ୍ତି। ଏପରି ଏକ ନିର୍ବାଚନ ହୋଇଛି ଯାହା ଆମ ଠାରୁ ଚୋରାଇ ନିଆଯାଇଛି। ଏ ଘଟଣା ବାବଦରେ ସମସ୍ତଙ୍କୁ ଜଣା। ପ୍ରତିଦ୍ୱନ୍ଦ୍ୱୀ ପକ୍ଷ ମଧ୍ୟ ଏ ବାବଦରେ ଜାଣିଛନ୍ତି। ଆମକୁ ଶାନ୍ତି ରକ୍ଷା କରିବାକୁ ହେବ। ଆମକୁ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବାକୁ ହେବ। ହେଲେ ଟ୍ୱିଟର ପକ୍ଷରୁ  ରାଷ୍ଟ୍ରପତି  ଚ୍ରମ୍ପଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଲାଇକ, ସେୟାର, କମେଣ୍ଟ ଆଦି ଅପ୍ସନକୁ ବନ୍ଦ କରିଥିଲା।