ଆମେରିକା ପ୍ରତି ବିପଦ ସୃଷ୍ଟି କରୁଥିବା ପ୍ରତ୍ୟେକ ଆତଙ୍କବାଦୀଙ୍କୁ ଦମନ କରାଯିବ: ଡୋନାଲ୍ଡ ଟ୍ରମ୍ପ
Advertisement
Article Detail0/zeeodisha/odisha754909

ଆମେରିକା ପ୍ରତି ବିପଦ ସୃଷ୍ଟି କରୁଥିବା ପ୍ରତ୍ୟେକ ଆତଙ୍କବାଦୀଙ୍କୁ ଦମନ କରାଯିବ: ଡୋନାଲ୍ଡ ଟ୍ରମ୍ପ

ନିର୍ବାଚନ ଜିତିବା ଲାଗି ଏବେ ଧିରେ ଧିରେ ସମସ୍ତ ରାସ୍ତା ଆପଣାଇବାରେ ଲାଗିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ନିର୍ବାଚନରେ ବିରୋଧିଙ୍କୁ ମାତ ଦେବାକୁ ଆତଙ୍କବାଦ ପ୍ରସଙ୍ଗକୁ ନିର୍ବାଚନୀ ରଣନୀତି ଭାବେ ଆପଣାଇଛନ୍ତି । 

ଆମେରିକା ପ୍ରତି ବିପଦ ସୃଷ୍ଟି କରୁଥିବା ପ୍ରତ୍ୟେକ ଆତଙ୍କବାଦୀଙ୍କୁ ଦମନ କରାଯିବ: ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ବିଶ୍ୱରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ଲାଗି ବିଭିନ୍ନ ଦେଶ ଦେଶ (Country) ଏବଂ ଏହାର ଶାସନ ମୁଖ୍ୟ (State Head) ଙ୍କ ପକ୍ଷରୁ ଜାରିରହିଛି ଉଦ୍ୟମ । ଏପରି ଅନେକ ଦେଶରେ ରାଷ୍ଟ୍ରମୁଖ୍ୟ ନିଜକୁ ଶାନ୍ତିପ୍ରିୟ ନେତା ଭାବେ ପ୍ରଦର୍ୱିତ କରିବାକୁ ପଛଘୁଞ୍ଚା ଦେଉନାହାଁନ୍ତି । ଏହି କ୍ରମରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଗଣତାନ୍ତ୍ରିକ ଦେଶ (Powerful Democratic Nation) ଯୁକ୍ତରାଷ୍ଟ୍ର ଆମେରିକା-ୟୁଏସଏ (USA-United States of America) ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ (Prez Donald Trump) ଶାନ୍ତି ସ୍ଥାପନ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ।

ଚଳିତ ବର୍ଷ ଶେଷ ଭାବରେ ହେବାକୁ ଯାଉଛି ୟୁଏସଏ ରାଷ୍ଟ୍ରପତି ନିର୍ବାଚନ (USA Prez Elelction 2020) । ହେଲେ ଏବେ ଠାରୁ ନିର୍ବାଚନର ତାତି ଆମେରିକାରେ ଅନୁଭୂତ ହେବାରେ ଲାଗିଲାଣି । କହିବାକୁପ ଗଲେ ବର୍ତ୍ତମାନର ରାଷ୍ଟ୍ରପତି ଏକପ୍ରକାର ନିର୍ବାଚନ ପ୍ରଚାର ଆରମ୍ଭ କରିବା କରିଦେଲେଣୀ । 

ନିର୍ବାଚନ ସମୟ ପାଖେଇ ଆସୁଥିବା ଆମେରିକା ରାଷ୍ଟ୍ରପତିଙ୍କ ପରାମର୍ଶଦାତା ନିର୍ବାଚନ ଲାଗି ବୁଝିବିଚାରି ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି ନିର୍ବାଚନ ପୂର୍ବରୁ ରାଷ୍ଟ୍ରପତି ଟ୍ରମ୍ପଙ୍କ ପକ୍ଷରୁ ଆସିଥିବା ବିବୃତ୍ତିରେ କୁହାଯାଇଛନ୍ତି ଯଦି ପୁନର୍ବାର ରାଷ୍ଟ୍ରପତି ନିର୍ବାଚନ ବିଜୟୀ ହୁଅନ୍ତି, ତାହେଲେ ଆମେରିକାକୁ ବିଦେଶରେ ହେଉଥିବା ଯୁଦ୍ଧ ଠାରୁ ଦୂରରେ ରଖିବେ । ଏହା ସହିତ ସେ ଅବିଶ୍ୱସନୀୟ କଥା ମଧ୍ୟ କହିଛନ୍ତି । ଏନେଇ ତାଙ୍କ ପକ୍ଷରୁ କୁହାଯାଇଛି ବିଦେଶରେ ଯୁଦ୍ଧ ଲଢୁଥିବା ଆମେରକୀୟ ସୈନିକ (American Soldier) ଙ୍କୁ ଦେଶକୁ ଫେରାଇ ଅଣାଯିବ। 

ନିର୍ବାଚନ ଜିତିବା ଲାଗି ଏବେ ଧିରେ ଧିରେ ସମସ୍ତ ରାସ୍ତା ଆପଣାଇବାରେ ଲାଗିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ନିର୍ବାଚନରେ ବିରୋଧିଙ୍କୁ ମାତ ଦେବାକୁ ଆତଙ୍କବାଦ ପ୍ରସଙ୍ଗକୁ ନିର୍ବାଚନୀ ରଣନୀତି (Poll Strategy) ଭାବେ ଆପଣାଇଛନ୍ତି । ଏନେଇ ସେ କହିଛନ୍ତି ଯଦି ପୁନର୍ବାର ରାଷ୍ଟ୍ରପତି ଭାବେ ନିର୍ବାଚନ ହୁଅନ୍ତି, ତାହେଲେ ଆମେରିକା ପ୍ରତି ବିପଦ ଥିବା ପ୍ରତ୍ୟେକ ଆତଙ୍କବାଦୀଙ୍କୁ ଦମନ କରାଯିବ ।
      
ଗୁରୁବାର (ସେପ୍ଟମ୍ବର୨୪,୨୦୨୦) ଫ୍ଲୋରିଡା ସ୍ଥିତ ଏକ ରାଲିରେ ଡୋନାଲ୍ଡ ଟ୍ରମ୍ପ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ । ତାଙ୍କ ଭାଷଣ ଶୁଣୁଥିବା ବ୍ୟକ୍ତି ରାଷ୍ଟ୍ରପତିଙ୍କ ପ୍ରଶାସନକୁ ପ୍ରଶଂସା କରିବା ସହିତ ତାଙ୍କର ଭବିଷ୍ୟତର ପ୍ରତିଶୃତି ମଧ୍ୟ ଦେଇଛନ୍ତି । ଫ୍ଲୋରିଡା ରାଲିରେ ଟ୍ରମ୍ପ କହିଛନ୍ତି ଦେଶର ସୁରକ୍ଷା ପାଇଁ କାର୍ଯ୍ୟ କରୁଛି । ଟ୍ରମ୍ପ କହିଛନ୍ତି ଆମର ନିଯୁକ୍ତି ଓ କମ୍ପାନୀକୁ ଆମ ଦେଶକୁ ଫେରାଇ ଆଣିବା ପାଇଁ ଆମେ ଐତିହାସିକ କାର୍ଯ୍ୟରେ ନିୟୋଜିତ ଅଛୁ ।