ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଗଣତନ୍ତ୍ର  ଯୁକ୍ତରାଷ୍ଟ୍ର ଆମେରିକାରେ ଜାରି ରହିଛି କୋରୋନା ସଂକଟ। ଅନ୍ୟପଟେ ଗତ ବର୍ଷ ହୋଇଥିବା ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ବାଜିମାତ କରିଛନ୍ତି ଜୋ ବାଇଡେନ। ଆସନ୍ତା ୨୦ ତାରିଖରେ ରାଷ୍ଟ୍ରପତି ଭାବେ ଶପଥ ନେବାକୁ ଯାଉଛନ୍ତି ପ୍ରସ୍ତାବିତ ରାଷ୍ଟ୍ରପତି ବାଇଡେନ।  


COMMERCIAL BREAK
SCROLL TO CONTINUE READING

ଦେଶରେ କୋରୋନା ସଂକଟ ଜାରି ରହିଥିବା ବେଳେ ନୂତନ କାର୍ଯ୍ୟକାଳ ଆରମ୍ଭ କରିବାକୁ ଯାଉଛନ୍ତି ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ। ଏନେଇ ଆୟୋଜିତ ହେଉଥିବା ଶପଥ ଗ୍ରହଣ କାର୍ଯ୍ୟକ୍ରମ ପୂର୍ବାପେକ୍ଷା ଅନେକ ଦୃଷ୍ଟିକୋଣରୁ ନିଆରା ହେବାକୁ ଯାଉଛି। ଏଥର ଆମେରିକା ରାଷ୍ଟ୍ରପତି ଙ୍କ କାର୍ଯ୍ୟାଳୟ ହ୍ୱାଇଟ ହାଉସ (White House) ପରିସରରେ ଥିବା ଇଷ୍ଟ ଫ୍ରଣ୍ଟ (East Front) ଠାରେ "ପାସ ଇନ ରିଭ୍ୟୁ" (Pass in Review) ସହ ହ୍ୱାଇଟ ହାଉସ ପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କ ଲାଗି ଏସ୍କର୍ଟ କରାଯିବ। ଚଳିତ ଥରର ଶପଥ ଗ୍ରହଣ କାର୍ଯ୍ୟକ୍ରମ ବେଶ ନିରାଡମ୍ବର ଭାବେ ଅନୁଷ୍ଠିତ ହେବ। ଏହି ଅବସରରେ ଦେଶବ୍ୟାପୀ ଡିଜିଟାଲ ପ୍ୟାରେଡ ଅନୁଷ୍ଠିତ ହେବ। 


"ପାସ ଇନ ରିଭ୍ୟୁ" ବ୍ୟବସ୍ଥା ହେଉଛି ଏକ ସୈନ୍ୟ ପରମ୍ପରା। ଯାହା ମାଧ୍ୟମରେ ଆମେରିକାରେ ରାଜନୈତିକ କ୍ଷମତା ଶାନ୍ତିପୂର୍ଣ୍ଣ ଭାବେ ହସ୍ତାନ୍ତର ହୋଇଥାଏ। ଏହି ପୁରୁଣା ସୈନିକ ପରମ୍ପରା ଅନୁସାରେ ନୂଆ କମାଣ୍ଡର ଇନ ଚିଫଙ୍କୁ (New Commander in Chief) କ୍ଷମତା ହସ୍ତାନ୍ତର କରାଯାଏ। ଏହି ବ୍ୟବସ୍ଥାକୁ ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ ଢଙ୍ଗରେ କରାଯାଏ। କାରଣ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଗଣତନ୍ତ୍ର ଭାବେ ଜଣାଶୁଣା ଯୁକ୍ତରାଷ୍ଟ୍ର ଆମେରିକାରେ କ୍ଷମତା ହସ୍ତାନ୍ତର କାହାର ପ୍ରଭାବ କିମ୍ବା ଚାପ ପରିବର୍ତ୍ତେ ଗଣତାନ୍ତ୍ରିକ ପଦ୍ଧତିରେ କରାଯାଏ। 


Also Read: ଆମେରିକାରେ ଏଣିକି ବାଇଡେନ ଶାସନ


ଆମେରିକା ସଂସଦର ୱେଷ୍ଟ ଫ୍ରଣ୍ଟ (West Front) ଠାରେ ଔପଚାରିକ ଭାବେ ଆମେରିକା ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଏହା ପରେ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ, ପ୍ରଥମ ମହିଳା ଜିଲ ବାଇଡେନ, ନବନିର୍ବାଚିତ ଉପରାଷ୍ଟ୍ରପତି କମଲା ହ୍ୟାରିସ ଏବଂ ତାଙ୍କ ସ୍ୱାମୀ ଡଗଲସ ଏମ୍ହାଫ ପ୍ରମୁଖ ଇଷ୍ଟ ଫ୍ରଣ୍ଟ ସ୍ଥିତ ପାସ ଇନ ରିଭ୍ୟୁ କାର୍ଯ୍ୟକ୍ରମରେ ସାମିଲ ହେବ। 


   



Also Read: ଚୀନ ଦେଲା ଝଟକା; ବିଡେନଙ୍କୁ ଆମେରିକା ରାଷ୍ଟ୍ରପତି ସ୍ୱୀକାର କରିବାକୁ କରିଦେଲା ମନା


ଏଥରର ଶପଥ ଗ୍ରହଣ କାର୍ଯ୍ୟକ୍ରମ ସମୟରେ କୋରୋନା ପ୍ରୋଟକଲ (Corona Protocal) ପାଳନ କରାଯିବ। ସାମାଜିକ ଦୂରତା ରକ୍ଷା ଉପରେ ଗୁରୁତ୍ୱ ଦିଆଯିବ। ଶପଥ ଗ୍ରହଣ ପରେ  ଯାନବାହନ କାଫିଲା   ରାଷ୍ଟ୍ରପତିଙ୍କୁ 15th Street ଠାରୁ ହ୍ୱାଇଟ ହାଉସ ପର୍ଯ୍ୟନ୍ତ ନେଇକି ଯିବ। ଏହି ଅବସରରେ ଆମେରିକାର ସେନାର ସମସ୍ତ ଶାଖାକୁ ସାମିଲ କରାଯିବ। ଏହି କାର୍ଯ୍ୟକ୍ରମ ସମ୍ପର୍କିତ ଏକ ଡିଜିଟାଲ ପ୍ୟାରେଡ ଆୟୋଜିତ ହେବ। ଯାହାକୁ ଆମେରିକୀୟ ଗଣମାଧ୍ୟମରେ ପ୍ରସାରଣ କରାଯିବ।