ଜମ୍ମୁ କାଶ୍ମୀର ମାମଲାରେ ଫେଲ ମାରିଲା ଚାଲ, ପାକିସ୍ତାନ-ଚୀନକୁ ଆମେରିକାର ଜୋରଦାର ବିରୋଧ
Advertisement

ଜମ୍ମୁ କାଶ୍ମୀର ମାମଲାରେ ଫେଲ ମାରିଲା ଚାଲ, ପାକିସ୍ତାନ-ଚୀନକୁ ଆମେରିକାର ଜୋରଦାର ବିରୋଧ

ଜମ୍ମୁ କାଶ୍ମୀର ମାମଲାରେ ପାକିସ୍ତାନ-ଚୀନକୁ ଜୋରଦାର ବିରୋଧ କରିଛି ଆମେରିକା।

 

ଜମ୍ମୁ କାଶ୍ମୀର ମାମଲାରେ ଫେଲ ମାରିଲା ଚାଲ, ପାକିସ୍ତାନ-ଚୀନକୁ ଆମେରିକାର ଜୋରଦାର ବିରୋଧ

ନ୍ୟୁୟର୍କ: ଜାମ୍ମୁ କାଶ୍ମୀର ମମାଲକୁ ନିଜର ଏକ ମାତ୍ର ପାରମ୍ପରିକ ସହଯୋଗୀ ଚୀନ ମାଧ୍ୟମରେ ଏକ ଆନ୍ତର୍ଜାତୀୟ ପ୍ରସଙ୍ଗ କରିବାକୁ ଚେଷ୍ଟା କରିଥିବା ପାକିସ୍ତାନ ଚାଲ ପୁଣି ଥରେ ଫେଲ ମାରିଛି। ଚୀନର ନିବେଦନ କ୍ରମେ ଗୁରୁବାର ମିଳିତ ଜାତିସଂଘ ସୁରକ୍ଷା ପରିଷଦର ପକ୍ଷରୁ ଆୟୋଜିତ ହୋଇଥିବା ବୈଠକ ବିନା କୌଣସି ନିଷ୍ପତ୍ତିରେ ଶେଷ ହୋଇଛି । ଏପରି ଅନୌପଚାରିକ ବୈଠକର କୌଣସି ରେକର୍ଡ ରଖାଯାଇନାହିଁ।

ଏ ମାମଲାରେ ଭାରତର ସ୍ଥାୟୀ ପ୍ରତିନିଧି ରାଷ୍ଟ୍ରଦୂତ ତ୍ରିମୂର୍ତ୍ତି ଏକ ଟ୍ୱିଟ କରି କହିଥିଲ, ' ପାକିସ୍ତାନର ଆଉ ଏକ ଉଦ୍ୟମ ବିଫଳ ହୋଇଛି। ଜାତିସଂଘ ସୁରକ୍ଷା ପରିଷଦର ବୈଠକ ଏନେଇ ହୋଇଥିବା ଚର୍ଚ୍ଚା ଏକ ଅନୌପଚାରିକ ଆଲୋଚନା ଥିଲା। ହେଲେ ଏହାର କୌଣସି ରେକର୍ଡ ରଖାଯାଇ ନଥିଲା ପ୍ରାୟ ସମସ୍ତ ଦେଶ ଏହା  ସ୍ୱୀକାର କରିଛନ୍ତି ଜାମ୍ମୁ କଶ୍ମୀର ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ। ଯେଉଁଥିରେ ଜାତିସଂଘ ସୁରକ୍ଷା ପରିଷଦ ହସ୍ତକ୍ଷେପ କରିବାର କୌଣସି  ଆବଶ୍ୟକତା ନାହିଁ।

ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ହଟାଇବାର ପ୍ରଥମ ବାର୍ଷିକୀରେ ଜାତିସଂଘର ସୁରକ୍ଷା ପରିଷଦରେ ଏହି ପ୍ରସଙ୍ଗ ଉଠାଇବାକୁ ପାକିସ୍ତାନ ପକ୍ଷରୁ ଯୋଜନା କରାଯାଇଥିଲା। ଲଦାଖକୁ ଏକ କେନ୍ଦ୍ରୀୟ ଶାସିତ ଅଞ୍ଚଳ ଭାବେ ପ୍ରତିଷ୍ଠା କରିବା ଏବଂ  ଏଲଏସି ଅଞ୍ଚଳରେ ଭାରତର କଠୋର ଆଭିମୁଖ୍ୟ ଦେଖି ପାକସ୍ତାନକୁ ଜାତିସଂଘର ସାଥ ଦେବା ଲାଗି ଆଗେଇ ଆସିଥିଲା ଚୀନ। 

ଜମ୍ମୁ କାଶ୍ମୀର ମାମଲାରେ ବୁଧବାର ସୁରକ୍ଷା ପରିଷଦ ପକ୍ଷରୁ ଏକ ରୁଦ୍ଧ ଦ୍ୱାରା ଅନୌପଚାରିକ ବୈଠକ ଆୟୋଜିତ ହୋଇଥିଲା। ଏହି ଆଲୋଚନାରେ ଆମେରିକା ନେତୃତ୍ୱାଧିନ ଦେଶ ଚୀନ ପକ୍ଷରୁ ଆସିଥିବାନ ପ୍ରସ୍ତାବକୁ ବିରୋଧ କରି ସ୍ପଷ୍ଟ କରିଛନ୍ତି ଯେ, ଜମ୍ମୁକାଶ୍ମୀର ବିବାଦ ଭାରତ-ପାକିସ୍ଥାନ ମଧ୍ୟରେ ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ। ଯାହାକୁ ଆନ୍ତର୍ଜାତୀୟ ମଞ୍ଚରେ ଉଠାଇବାର କୌଣସି ଆବଶ୍ୟକତା ନାହିଁ। ଏହା ପରେ ବିନା କୌଣସି ନିଷ୍ପତ୍ତିରେ ଏହି ବୈଠକ ଶେଷ ହୋଇଥିଲା। 

ଏନେଇ ଜାତିସଂଘରେ ଭାରତର ସ୍ଥାୟୀ ଦୂତ ତିରୁମୂର୍ତ୍ତି କହିଛନ୍ତି ପାକିସ୍ତାନ ଯେତେ ଚେଷ୍ଟା କଲେ ମଧ୍ୟ ଜମ୍ମୁକାଶ୍ମୀରକୁ ଏକ ଆନ୍ତର୍ଜାତୀୟ ପ୍ରସଙ୍ଗ କରିବାରେ ସମର୍ଥ ହେବେ ନାହିଁ। ବାରମ୍ବାର ମିଛ କହିବା ଦ୍ୱାରା ଏହା ସତ୍ୟରେ ବଦଳିଯିବ ନାହିଁ।