ଆମେରିକାରେ ଏଣିକି ବାଇଡେନ ଶାସନ
Advertisement

ଆମେରିକାରେ ଏଣିକି ବାଇଡେନ ଶାସନ

 ଆସନ୍ତା ଜାନୁଆରୀ ମାସରେ ବାଇଡେନ ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ । 

ଆମେରିକାରେ ଏଣିକି ବାଇଡେନ ଶାସନ

ନୂଆଦିଲ୍ଲୀ: ଫେଲ ମାରିଛି ଡୋନାଲ୍ଡ ଟ୍ରମ୍ପଙ୍କ ରଣନୀତି । କାମ ଦେଲାନି ଅବ କି ବାର ଫିର ଟ୍ରମ୍ପ ସରକାରର ନାରା। ଦୀର୍ଘ ୪ ଦିନର ଭୋଟ ଗଣତି ପରେ ଡେମୋକ୍ରାଟିକ ପ୍ରାର୍ଥୀ ଜୋ ବାଇଡେନଙ୍କୁ ବହୁମତ ମିଳିଥିବା ଜଣାପଡ଼ିଛି । ଏହା ସହିତ ଆସନ୍ତା ଜାନୁଆରୀ ମାସରେ ବାଇଡେନ ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ । 

ତେବେ ଉଭୟ ଡୋନାଲ୍ଡ ଟ୍ରମ୍ପ ଓ ଜୋ ବାଇଡେନଙ୍କ ମଧ୍ୟରେ କଡ଼ା ସଂଘର୍ଷ ହୋଇଥିଲା । ୨୦୨୦ ରାଷ୍ଟ୍ରପତି ନିର୍ବାଚନ ଉଭୟଙ୍କ ମଧ୍ୟରେ ବେଶ କଡ଼ା ସଂଘର୍ଷ ହୋଇଥିଲା । ତେବେ ଏଥିରେ ବାଇଡେନଙ୍କ ବିପୁଳ ବିଜୟ ହୋଇଛି । ଅନ୍ତିମ ପର୍ଯ୍ୟାୟ ଗଣତିରେ ବାଇଡେନଙ୍କୁ ବହୁମତ ମିଳିଥିଲା । ଶେଷ ଖବର ମୁତାବକ ଜୋ ବାଇଡେନଙ୍କୁ ୨୯୦ ଇଲେକ୍ଟୋରାଲ ଭୋଟ ମିଳିଥିବା ବେଳେ ଡୋନାଲ୍ଡ ଟ୍ରମ୍ପଙ୍କୁ ୨୧୪ ଭୋଟ ମିଳିଛି । 

ସେପଟେ ଚତୁର୍ଥ ଦିନର ଗଣତି ପେର ମ୍ୟାଜିକ ନମ୍ବର ୨୭୦ ଅତିକ୍ରମ କରିଛନ୍ତି ବାଇଡେନ । ଫଳରେ ଅନ୍ତର୍ଜାତୀୟ ସ୍ତରର ଗଣମାଧ୍ୟମ ଗୁଡ଼ିକ ତାଙ୍କୁ ବିଜେତା ଘୋଷିତ କରିଛନ୍ତି । ସେପଟେ ଗଣତି ସରିବା ପରେ ତାଙ୍କ ଖାତାକୁ କେତେ ଖଣ୍ଡ ଭୋଟ ଯାଉଛି ତାହା ଦେଖିବାକୁ ବାକି ରହିଲା । ସେହିପରି ଭାରତୀୟ ବଂଶୋଦ୍ଭବ କମଳା ହାରିସ ମଧ୍ୟ ଉପ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଚନ୍ତି । କମଳା ବାଇଡେନଙ୍କ ସହିତ ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ ।