ନୂଆଦିଲ୍ଲୀ: ଆଜି ହେଉଛି ଫେବୃଆରୀ ୧୪ । ଚାରିଆଡ଼େ ଭାଲେଣ୍ଟାଇନ୍ସ ଡେ ଅର୍ଥାତ୍ ପ୍ରେମ ଦିବସ ପାଳନ କରାଯାଉଛି ହେଲେ ଆଜି ଆମ ଦେଶବାସୀଙ୍କ ପାଇଁ ଏକ କଳାର ଦିନ ବୋଲି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ ।  କରାଣ ଆଜିର ଦିନରେ ଭାରତ ମାତାର ସୁଯୋଗ୍ୟ ସନ୍ତାନ ନିଜ ମାଟି ମାଆକୁ ବଞ୍ଚାଇବାକୁ ଯାଇ ଶହୀଦ ହୋଇଥିଲେ । ୨୦୧୯ ମସିହା ଠିକ୍ ଆଜିର ଦିନରେ ପୁଲୱାମାରେ ଘଟିଥିଲା ବଡ଼ ଆତଙ୍କୀ ହମଲା । ଯେଉଁଥିରେ ଭାରତ ମାଆର ୪୦ ଜଣ ସନ୍ତାନ ଶହୀଦ ହୋଇଥିବା ବେଳେ ପ୍ରାୟ ୩୫ରୁ ଅଧିକ ଆହତ ହୋଇଥିଲେ ।


COMMERCIAL BREAK
SCROLL TO CONTINUE READING

ସେଦିନ ମନେ ପଡ଼ିଲେ ପ୍ରତିଟି ଭାରତୀୟ (Indian) ଙ୍କ ଲୋମ ଟାଙ୍କୁରି ଉଠିବା ସହ କ୍ରୋଧ ଓ କୋହରେ ମନ ଭରିଯାଏ । ୭୬ ତମ ବାଟାଲିୟନ ( 76Th Battalion) ର ଯବାନଙ୍କୁ ନେଇ ବସ୍ ଟି ଯାଉଥିବା ବେଳେ ଭୟଙ୍କର ବିସ୍ଫୋରକ RDX ବିସ୍ଫୋରଣ କରିଥିଲେ ଆତଙ୍କବାଦୀ (Terrorist) । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ କେହି କିଛି ବୁଝିବା ଆଗରୁ ସବୁ କିଛି ଧ୍ୱସ୍ତ ବିଧ୍ୱସ୍ତ ହୋଇପଡ଼ିଥିଲା ।ପୁଲୱାମା (Pulwama) ଯାହା କାଶ୍ମୀର (Kashmir)ର ସବୁଠାରୁ ବଡ ଦୁଗ୍ଧ ଉତ୍ପାଦନ କ୍ଷେତ୍ର ଭାବରେ ପରିଚିତ ସେହି ଦିନ ଏହି ଅଞ୍ଚଳରେ କେବଳ ରକ୍ତର ଧାର ଧାର ସୁଅ ଛୁଟିଥିଲା ।


Also Read: ପ୍ରଶାନ୍ତ କିଶୋରଙ୍କ ଘର ଉପରେ ବୁଲିଲା ବୁଲଡୋଜର


ଘଟଣା ପରେ ଧିରେ ଧିରେ ଶହୀଦଙ୍କ ସଂଖ୍ୟା ବଢିଲା ଓ ଆହତଙ୍କ ସଂଖ୍ୟା ବି । ଏହାକୁ ନେଇ ରାଜନୀତି ବି ଜୋର ଧରିଥିଲା । ହେଲେ ସେହି ସୁଯୋଗ୍ୟ ସନ୍ତାନ ମାନେ ଆଉ ଘରକୁ ବାହୁଡି଼ଲେନି । ସେହି ଚାଳିଶି CRPF ଶହୀଦ ଯବାନଙ୍କ ସ୍ମୃତିରେ ପୁଲୱାମାର ଲେଥପୋରା ( Lethpora of Pulwama) ଅଞ୍ଚଳରେ ଗତ ବର୍ଷ ଏହି ସ୍ମାରକୀ ନିର୍ମାଣ କରାଯାଇଥିଲା । ବର୍ତ୍ତମାନ ପୁଲୱାମା ହମଲା (Pulwama Attack)କୁ ଆଜି ସାରା ଦେଶ ମନେ ପକାଇଛି ।


Also Read: ଧର୍ମ ପରିବର୍ତ୍ତନ କରିଥିବା ଦଳିତଙ୍କୁ ମିଳିବନି ଜାତିଗତ ଆରକ୍ଷଣ ସୁବିଧା!


ପୁଲୱାମା ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ (Prime Minister) ନରେନ୍ଦ୍ର ମୋଦି (Narendra Modi) ସଂସଦ (Parliament) ରେ ପାକିସ୍ତାନ (Pakistan) କୁ ଚେତାବନୀ ଦେଇଥିଲେ ଯେ, କାଶ୍ମୀରରେ ରକ୍ତ ଓ ଜଳ ଏକାସାଙ୍ଗରେ ପ୍ରବାହିତ ହୋଇପାରିବ ନାହିଁ। ପୁଲୱାମାର ଶହୀଦଙ୍କ ତ୍ରୟୋଦଶ ଦିନରେ ପ୍ରତିଶୋଧ ନେଇଥିଲା ଭାରତ । ୨୬  ଫେବୃଆରୀ ୨୦୧୯ ରେ, ପାକିସ୍ତାନର ବାଲାକୋଟ (Balakot) ରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ (Surgical strike) ରେ ଜୈଶ-ଏ-ମହମ୍ମଦ (Jaish-e-Muhammad) ସଂଗଠନର ଆତଙ୍କବାଦୀ ଲୁଚି ରହିଥିବା ସ୍ଥାନକୁ ଧ୍ୱସ୍ତବିଧ୍ୱସ୍ତ କରିଦେଇଥିଲା ଭାରତ ।


Also Read: ଚେତାବନୀ ପରେ ଚେତିଲା Twitter, ୧୩୦୦ରୁ ଅଧିକ Account ବନ୍ଦ


ସେପେଟ ଏହି ଘଟଣାରେ  ଜାତୀୟ ଅନୁସନ୍ଧାନ ଏଜେନ୍ସି ବା NIA ଗତ ବର୍ଷ ଅଗଷ୍ଟ ୨୫ ରେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ମାମଲାରେ ଏକ ଚାର୍ଜସିଟ ଦାଖଲ କରିଥିଲା । ଜାମ୍ମୁର ସ୍ୱତନ୍ତ୍ର କୋର୍ଟରେ ଦାଖଲ ହୋଇଥିବା ଏହି ଚାର୍ଜସିଟ୍ ତେର ହଜାର ପୃଷ୍ଠାର ଥିଲା । ଏଥିରେ ୧୯ ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ଇନସା ଜାନ ନାମକ ଜଣେ ମହିଳା ଆତଙ୍କବାଦୀ (Lady Terrorist) ଙ୍କ ନାଁ ମଧ୍ୟ ସାମିଲ ରହିଥିଲା ।


Also Read: ଆତଙ୍କବାଦୀଙ୍କ ଟାର୍ଗେଟରେ ଅଜିତ ଡୋଭାଲ


ଆଜି ପ୍ରେମ ପାଇଁ ଦିନଟିଏ ବା ଭାଲେଣ୍ଟାଇନ୍ସ ଡେ (Valentine's Day) । ହେଲେ ଆଜିର ଦିନ ୨୦୧୯ ରେ ଆମେ ଆମ ଜୀବନର ପ୍ରକୃତ ହିରୋ ବା ଯବାନଙ୍କୁ ହରାଇଛୁ। ତେବେ ପ୍ରତିଟି ଭାରତୀୟଙ୍କୁ ଏହି ଖବର ମାଧ୍ୟମରେ ନିବେଦନ ଯେ, ଅନ୍ତତଃ ଆଜିର ଦିନରେ ବୀର ଯବାନଙ୍କ ନାଁରେ ଗୋଟିଏ ଗୋଲାପ ଫୁଲ ଶ୍ରଦ୍ଧାଞ୍ଜଳୀ ଭାବେ ଅର୍ପଣ କରନ୍ତୁ ।