ପ୍ରଶାନ୍ତ କିଶୋରଙ୍କ ଘର ଉପରେ ବୁଲିଲା ବୁଲଡୋଜର
Advertisement
Article Detail0/zeeodisha/odisha848014

ପ୍ରଶାନ୍ତ କିଶୋରଙ୍କ ଘର ଉପରେ ବୁଲିଲା ବୁଲଡୋଜର

ANI ଅନୁଯାୟୀ, ପ୍ରଶାସନ ସହ ଜଡିତ ସୂତ୍ରରୁ ପ୍ରକାଶ ଯେ NH 84 ବିସ୍ତାର ଯୋଗୁଁ ପ୍ରଶାନ୍ତ କିଶୋରଙ୍କ ଘରର ଏକ ଅଂଶ ଜାତୀୟ ରାଜପଥ ପ୍ରାଧିକରଣ ଦ୍ୱାରା ଅଧିଗ୍ରହଣ କରାଯାଇଛି । 

ପ୍ରଶାନ୍ତ କିଶୋରଙ୍କ ଘର ଉପରେ ବୁଲିଲା ବୁଲଡୋଜର

ପାଟନା: ଏକଦା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର (Nitish Kumar) ଙ୍କ ଅତି ନିକଟତମ ତଥା ଜଣାଶୁଣା ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (Prashant Kishore) ଙ୍କ ବିହାରର ବକ୍ସର ସ୍ଥିତ ଘର ଉପରେ ଚାଲିଲା ବୁଲଡୋଜର । ଏହା ହେଉଛି ତାଙ୍କର ପୈତୃକ ଘର । ଶୁକ୍ରବାର ପହଞ୍ଚିଥିବା ସ୍ଥାନୀୟ ଅଧିକାରୀ ତାଙ୍କ ଘରର ଚାରି କାନ୍ଥ ଓ ମୁଖ୍ୟ ଦ୍ୱାର ଭାଙ୍ଗି ଦେଇଛନ୍ତି । ଏହି ଘରଟି ଜାତୀୟ ରାଜପଥ ୮୪ ନିକଟ ଅହିରୌଲୀ ଗ୍ରାମରେ ଅବସ୍ଥିତ । ଏହି ଅବସରରେ ଉପସ୍ଥିତ ଲୋକମାନେ କହିଛନ୍ତି ଯେ ସ୍ଥାନୀୟ ଅଧିକାରୀମାନେ କିଛି ମିନିଟରେ ଏହି ଭଙ୍ଗାରୁଜା କରିଥିଲେ । ଏହି ଘର ପ୍ରଶାନ୍ତ କିଶୋରଙ୍କ ପିତା ଡକ୍ଟର ଶ୍ରୀକାନ୍ତ ପାଣ୍ଡେଙ୍କ ଦ୍ୱାରା ନିର୍ମିତ ହୋଇଥିଲା ।

ଅଧିକ ପଢ଼ନ୍ତୁ:-ମୋଦିଙ୍କୁ ଲୋକପ୍ରିୟ କରିବା ପାଇଁ 'ଖରାପ ଭାଷା' ଓ ଆଇଟି ସେଲର ଯାଞ୍ଚ କରାଯିବ କି?: ବିଜେପି ସାଂସଦ

ANI ଅନୁଯାୟୀ, ପ୍ରଶାସନ ସହ ଜଡିତ ସୂତ୍ରରୁ ପ୍ରକାଶ ଯେ NH 84 ବିସ୍ତାର ଯୋଗୁଁ ପ୍ରଶାନ୍ତ କିଶୋରଙ୍କ ଘରର ଏକ ଅଂଶ ଜାତୀୟ ରାଜପଥ ପ୍ରାଧିକରଣ ଦ୍ୱାରା ଅଧିଗ୍ରହଣ କରାଯାଇଛି । କିଶୋର ଏଥିପାଇଁ କର୍ତ୍ତୃପକ୍ଷଙ୍କଠାରୁ କୌଣସି କ୍ଷତିପୂରଣ ନେଇ ନାହାଁନ୍ତି । ଏହା ବ୍ୟତୀତ କର୍ତ୍ତୃପକ୍ଷ ମଧ୍ୟ ସମସ୍ତ ଅଂଶ ଅଧିଗ୍ରହଣ କରିଛନ୍ତି ଯାହା ପ୍ରଶସ୍ତ ହେବା ପଥରେ ଆସିଛି, ପ୍ରଶାସନ ଏହାକୁ ଖାଲି କରିବା ଅଭିଯାନରେ ନିୟୋଜିତ ଅଛି । ଏହା ଅନ୍ତର୍ଗତ କିଶୋରଙ୍କ ଘରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଅଧିକ ପଢ଼ନ୍ତୁ:-ଶହେ ଟଙ୍କା ଲିଟରରେ ପହଞ୍ଚିଲା ପେଟ୍ରୋଲ, ମୂଲ୍ୟ ଦେଖାଇ ପାରୁନାହିଁ ମେସିନ୍

ଯଦିଓ ପ୍ରଶାସନ ଜାତୀୟ ରାଜପଥ ବିସ୍ତାରକୁ ଏହାର କାରଣ ବୋଲି ଦର୍ଶାଇଛି । କିନ୍ତୁ ବିଜେପି-ଜେଡିୟୁ (BJP-JDU) ର ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଭାବେ ପ୍ରଶାନ୍ତ କିଶୋର ଜଣାଶୁଣା । ଏହାପୂର୍ବରୁ ବିରୋଧୀ ନେତାଙ୍କ ବିରୁଦ୍ଧରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଚଢ଼ାଉ ଠାରୁ ଆରମ୍ଭ କରି ନୋଟିସ ଜାରି କରିବା କାର୍ଯ୍ୟ କରାଯାଇଛି । ଏଭଲି ପରିସ୍ଥିତିରେ ପ୍ରଶାନ୍ତଙ୍କ ଘର ଉପରେ ନିଆଯାଇଥିବା ଏହି କାର୍ଯ୍ୟାନୁଷ୍ଠାନ ଉପରେ ସନ୍ଦେହ ସୃଷ୍ଟି ହୋଇଥାଏ ।