ନୂଆଦିଲ୍ଲୀ: ପ୍ରାୟ ବର୍ଷେରୁ ଉର୍ଦ୍ଧ୍ୱ ସମୟ ଧରି ସମଗ୍ର ବିଶ୍ୱ ସମୁଦାୟରେ ଆତଙ୍କ ଖେଳାଇଛି କୋରୋନା। ଏହି ବିଶ୍ୱ ମହାମାରୀକୁ ଦେଶରୁ ସମୂଳେ ନାଶ କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି ଭାରତ ସରକାର। ଏପରିକି କୋରୋନା କବଳରୁ ଲୋକଙ୍କୁ ରକ୍ଷା କରିବାକୁ ଯାଇ ଦେଶବ୍ୟାପୀ ଜାରି ରହିଛି ଗଣ ଟିକାକରଣ। 


COMMERCIAL BREAK
SCROLL TO CONTINUE READING

ଦେଶକୁ କୋରୋନା ମହାମାରୀ କବଳରୁ ରକ୍ଷା ପାଇବା ଲାଗି ମାସ୍କ-ସାନିଟାଇଜର (Mask-Sanitizer) ବ୍ୟବହାର, ସାମାଜିକ ଦୂରତା (Social Distance) ରକ୍ଷା ଦେଶବ୍ୟାପୀ ଗଣ ଟିକାକରଣ (Mass Vaccination) ଭଳି ପଦକ୍ଷେପ ନେଇଛନ୍ତି ଭାରତ ସରକାର। ହେଲେ ବିହାରର (Bihar) ରାଜଧାନୀ ପାଟନା (Patna) ଜିଲ୍ଲାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଯେଉଁଠି କୋରୋନା ଟିକା (Corona Vaccine) ନେବାକୁ ମନା କରିଛନ୍ତି ଲୋକେ।


Also Read: ରାଜ୍ୟରେ ଟିକା ସଂକଟ; ଆସନ୍ତାକାଲି କାଲି ଠାରୁ ୧୮-୪୪ ବର୍ଗଙ୍କ ଟିକାଦାନ ସ୍ଥଗିତ


ଆଜ୍ଞା ହଁ, ପାଟନା ଜିଲ୍ଲାରେ ଅବସ୍ଥିତ ଲଖନି ବିଘା ଏବଂ ଗ୍ୟାସପୁର ଗ୍ରାମର ଲୋକ ଟିକା ନେବାକୁ ସ୍ପଷ୍ଟ ଭାବେ ମନା କରିଛନ୍ତି। ଏନେଇ ସେମାନେ କହିଛନ୍ତି ମରିଗଲେ ମଧ୍ୟ ଆମେ କୋରୋନା ଟିକା ନେବୁ ନାହିଁ। ମହାମାରୀ ଅପେକ୍ଷା ଏଠାକାର ଲୋକ ଟିକାକୁ ନେଇ ଅଧିକ ଭୟଭୀତ ହୋଇଉଠିଛନ୍ତି। ଏପରି ଘଟଣା ପଛରେ ଗୁଜବ ରହିଥିବା କୁହାଯାଇଛି। 


ପାଟନାର ଫୁଲୱାଡ଼ି ସରିଫ ଅଞ୍ଚଳରେ ଅବସ୍ଥିତ ଗ୍ୟାସପୁର ଗ୍ରାମର ସମସ୍ତ ଗ୍ରାମବାସୀଙ୍କ ମଧ୍ୟରୁ ଅଳ୍ପ କେତେକ ଲୋକେ ମହାମାରୀ କବଳରୁ ବଞ୍ଚିବା ପାଇଁ କୋରୋନା ଟିକା ନେଇସାରିଛନ୍ତି। ଅଧିକାଂଶ ଗ୍ରାମବାସୀ ସେ ପୁରୁଷ ହୁଅନ୍ତୁ ଅଥବା ମହିଳା ସେମାନଙ୍କୁ ଟିକା ଦେବା କଥା କହିଲେ ସେମାନେ ଚିହିଁକି ଉଠୁଛନ୍ତି। 


Also Read: BMC ପକ୍ଷରୁ Vaccine Drive ସେବା ଆରମ୍ଭ; ଗାଡିରେ ମିଳିଲା ଟୀକା, No Waiting No Halting


ଏ ଘଟଣାରେ ପ୍ରତିକ୍ରିୟା ରଖି ଗ୍ରାମର ପୂର୍ବତନ ମୁଖିଆ ମହମ୍ମଦ ଗିୟାସୁଦ୍ଦୀନ କହିଛନ୍ତି ମୁଁ ନିଜ ଗାଁରେ ଘରକୁ ଘର ଯାଇ ଗ୍ରାମବାସୀଙ୍କୁ କୋରୋନା ଟିକାକାରଣ ବାବଦରେ ଅବଗତ କରାଉଛି। ହେଲେ ତଥାପି ମଧ୍ୟ ଗାଁରେ ଟିକା ନେବା ପାଇଁ ଲୋକଙ୍କ ମଧ୍ୟରେ କୌଣସି ଆଗ୍ରହ ଦେଖିବାକୁ ମିଳୁନାହିଁ। ଏ ଘଟଣାର ଗୁରୁତ୍ୱକୁ ବୁଝି ସ୍ୱାସ୍ଥ୍ୟ ବିଭାଗ ଗ୍ରାମକୁ ଆସି ଟିକାକରଣ ବାବଦରେ ଲୋକଙ୍କୁ ବ୍ୟାପକ ଭାବରେ ସଚେତନ କରାଇବାର ଆବଶ୍ୟକତା ରହିଥିବା କହିଛନ୍ତି ପୂର୍ବତନ ମୁଖିଆ।    


ଯେତେବେଳେ ଗଣମାଧ୍ୟମ ପ୍ରତିନିଧି ଟିକାକରଣ ବାବଦରେ ଗ୍ରାମ ମହିଳାଙ୍କୁ ପ୍ରଶ୍ନ କରିଥିଲେ ସେମାନେ ଅଜବ ଧରଣର ଜବାବ ରଖିଥିଲେ। କୋରୋନା ଟିକା ନେବାରୁ ଲୋକଙ୍କ ମୃତ୍ୟୁ ଘଟୁଛି। ଏହା ପଛରେ ସରକାରଙ୍କ ଷଡଯନ୍ତ୍ର ରହିଛି। କୌଣସି ପରିସ୍ଥିତିରେ ଆମେ କିମ୍ବା ଆମ ପରିବାରର ଲୋକେ କୋରୋନା ଟିକା ନେବେ ନାହିଁ। ମହିଳାଙ୍କ ପକ୍ଷରୁ ରଖାଯାଇଥିବା ଉତ୍ତରକୁ ସମର୍ଥନ କରିଛନ୍ତି ଗ୍ରାମର ଯୁବକ।  


ଏ ଘଟଣାରେ ପ୍ରତିକ୍ରିୟା ରଖି ପାଟନା ଜିଲ୍ଲାସ୍ଥିତ ଫୁଲୱାଡି ସରିଫ (Phulwari Sharif) ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (Primary Health Center) ପ୍ରବନ୍ଧକ କହିଛନ୍ତି ସଚେତନତା ଅଭାବରୁ ଲୋକେ କୋରୋନା ଟିକାକରଣ ପ୍ରକ୍ରିୟାରେ ସାମିଲ ହେଉନାହାଁନ୍ତି। ଟିକାକରଣ ବାବଦର ଲୋକଙ୍କୁ ଅବଗତ କରାଇବା ପାଇଁ ପ୍ରୟାସ ଜାରି ରହିଛି। ଜିଲ୍ଲାର କେତେକ ନିର୍ଦ୍ଧିଷ୍ଟ ସ୍ଥାନରେ ଲୋକ କୋରୋନା ଟିକାକରଣ ପ୍ରକ୍ରିୟାରେ ସାମିଲ ହୋଇନାହାଁନ୍ତି। 


Also Read: କୋରୋନା ମୁକାବିଲା: ଆସନ୍ତା ଏପ୍ରିଲ ପହିଲାରୁ ହେବ ବ୍ୟାପକ ଟୀକାକରଣ


ଆଶ୍ୱସ୍ତିକର ଖବର ହେଉଛି ଯଦିଓ ଗ୍ୟାସପୁର ଗ୍ରାମରେ ଏ ପର୍ଯ୍ୟନ୍ତ କୌଣସ କୋଭିଡ୧୯ ଆକ୍ରାନ୍ତ ଚିହ୍ନଟ ହୋଇନାହାଁନ୍ତି ହେଲେ କୋରୋନା ଟିକାକରଣ ପ୍ରକ୍ରିୟାକୁ ନେଇ ଲୋକଙ୍କ ମନରେ ରହିଥିବା ସନ୍ଦେହକୁ ଦୂର କରିବାକୁ ହେବ। ନହେଲେ ଏହି  ମହାମାରୀ ପ୍ରଭାବରେ କ'ଣ ଘଟିବ ତାହାର ଅନୁମାନ ଲଗାଇବା କଷ୍ଟକର।