ରାଜ୍ୟରେ ଟିକା ସଂକଟ; ଆସନ୍ତାକାଲି କାଲି ଠାରୁ ୧୮-୪୪ ବର୍ଗଙ୍କ ଟିକାଦାନ ସ୍ଥଗିତ
Advertisement

ରାଜ୍ୟରେ ଟିକା ସଂକଟ; ଆସନ୍ତାକାଲି କାଲି ଠାରୁ ୧୮-୪୪ ବର୍ଗଙ୍କ ଟିକାଦାନ ସ୍ଥଗିତ

ପର୍ଯ୍ୟାପ୍ତ ଟିକା ଆସିଲେ ସମ୍ପୂର୍ଣ୍ଣ ସ୍ବାଭାବିକ ଟିକାକରଣ ହେବ ବୋଲି ବିଏମସି ପକ୍ଷରୁ କୁହାଯାଇଛି। 

ରାଜ୍ୟରେ ଟିକା ସଂକଟ; ଆସନ୍ତାକାଲି କାଲି ଠାରୁ ୧୮-୪୪ ବର୍ଗଙ୍କ ଟିକାଦାନ ସ୍ଥଗିତ

ଭୁବନେଶ୍ବର: ରାଜ୍ୟରେ ଟୀକା ସଂକଟ। ତୃତୀୟ ପର୍ଯ୍ୟାୟ ଟିକାକରଣରେ ଯୁବବର୍ଗଙ୍କୁ ଦ୍ବିତୀୟ ଡୋଜ୍ ପ୍ରଦାନ କରିବାକୁ ନେଇ ଦେଖାଦେଇଛି ଆଶା ଆଶଙ୍କା। କେବେ ଖୋଲିବ ଅନଲାଇନ ସ୍ଲଟ୍ ଅପେକ୍ଷା କରିଥିବା ବେଳେ ଟୋକନ ଟିକାକରଣ ମଧ୍ୟ ସ୍ଥଗିତ ହୋଇଛି। ଏପରି ସ୍ଥିତିରେ ବିଶେଷ କରି ଯୁବ ବର୍ଗ ତଥା ୧୮-୪୪ ବର୍ଷର ହିତାଧିକାରୀଙ୍କ ଡ୍ୟୁ ଡେଟ୍ ପାଖେଇ ଆସୁଥିବା ବେଳେ ନିର୍ଦ୍ଧାରିତ ସମୟରେ ନେଇପାରିବେ କି ନାହିଁ ତାହା ଏବେ ସନ୍ଦେହ ଘେରରେ ରହିଛି। 

ଭୁବନେଶ୍ୱର ମହାନଗର ନିଗମ-ବିଏମସି (Bhubaneswar Municipal Corporation-BMC) ସିଧାସଳଖ ରାଜଧାନୀରେ ଟିକା ଅଭାବକୁ (Corona Vaccine Unavailability) ସ୍ୱୀକାର କରିନଥିଲେ ମଧ୍ୟ ପର୍ଯ୍ୟାପ୍ତ ଟିକା ଆସିଲେ ସମ୍ପୂର୍ଣ୍ଣ ସ୍ବାଭାବିକ ଟିକାକରଣ ହେବ ବୋଲି କହିଛି। ଅପରପକ୍ଷେ ୪୫ ବର୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କ ଲାଗି ମେ ୩୧ ତାରିଖ ସୋମବାର ଠାରୁ ସହରରେ ରହିଥିବା ଆପାର୍ଟମେଣ୍ଟ ପରିସରରେ ଆରମ୍ଭ ହୋଇଛି ଡୋର ଷ୍ଟେପ ଭ୍ୟାକ୍ସିନେସନ (Door Step Vaccination) ସେବା। 

Also Read: BMC ପକ୍ଷରୁ Vaccine Drive ସେବା ଆରମ୍ଭ; ଗାଡିରେ ମିଳିଲା ଟୀକା, No Waiting No Halting

ରାଜ୍ୟ ରାଜଧାନୀରେ ଦିଆଯାଉଥିବା ଏକମାତ୍ର କୋଭାକ୍ସିନ (Covaxin) ଟିକାର ଏବେ ଅଭାବି ସ୍ଥିତି ଦେଖାଦେଇଛି। ୧୮-୪୪ ବର୍ଷ ବର୍ଗର ହିତାଧିକାରୀଙ୍କ ପାଇଁ ଏହାର ଅଭାବ ଦେଖାଦେଇଛି। ଯାହା ଫଳରେ ସାମୟିକ ଭାବେ ଅନଲାଇନ ସ୍ଲଟ୍ ବୁକିଂ (Online Slut Booking) ସହିତ ଟୋକନ୍ ମାଧ୍ୟମରେ ଟିକାଦାନକୁ ମଧ୍ୟ ସ୍ଥଗିତ ରଖିଛି ବିଏମସି। ମୋଟ ଟିକାଦାନ କେନ୍ଦ୍ର ମଧ୍ୟରୁ ୯ଟି ସ୍ବତନ୍ତ୍ର ଟୋକନ ଟିକାକରଣ କେନ୍ଦ୍ର (Token Vaccination Center) ଠାରେ ଯୁବ ବର୍ଗଙ୍କ ଟିକାଦାନକୁ ସ୍ଥଗିତ ରଖାଯାଇଛି। ଚିରାଚରିତ ଭାବେ ପୂର୍ବରୁ ସ୍ଲଟ୍ ବୁକ୍ କରିଥିବା ୧୮-୪୫ ବର୍ଷରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କ ଟିକାକରଣ ଜାରି ରହିଛି। ହେଲେ ଦ୍ବୀତିୟ ଡୋଜ୍ ସଠିକ ସମୟ ମିଳିବ କି ନାହିଁ ବୋଲି ସେ ନେଇ ପ୍ରଶ୍ନ କରିଛନ୍ତି ଯୁବବର୍ଗ ହିତାଧିକାରୀ।

ବିଏମସିର ସଚନା ମୁତାବକ ସହରରେ ବର୍ତ୍ତମାନ ପର୍ଯ୍ୟନ୍ତ ଶତ ପ୍ରତିଶତ ୪୫ ବର୍ଷରୁ ଉର୍ଦ୍ଧ୍ବ ହିତାଧିକାରୀ ପ୍ରଥମ ଡୋଜ୍ ଟିକା ନେଇସାରିଥିବା ବେଳେ ସେମାନଙ୍କର ଦ୍ୱିତୀୟ ଡୋଜ ଟିକାକରଣ ଜାରି ରହିଛି। ମାତ୍ର ୧୮-୪୪ ବର୍ଷ ବର୍ଗର ହିତାଧିକାରୀଙ୍କ ପାଇଁ ଟିକା ଅଭାବରୁ ସାମୟିକ ଭାବେ କେତେକ କେନ୍ଦ୍ରରେ ଟିକାକାରଣ ବନ୍ଦ ରଖାଯାଇଛି। ଖୁବ୍ ଶୀଘ୍ର କୋଭାକ୍ସିନ୍ ଟିକା  ଆସିବା ପରେ ନିର୍ଦ୍ଧାରିତ ସମୟରେ ପୁଣି ଥରେ ଟିକାକରଣ ଆରମ୍ଭ ହେବ ବୋଲି ବିଏମସି କମିଶନର ସଞ୍ଜୟ ସିଂ (BMC Commissioner Sanjay Singh) କହିଛନ୍ତି। 

Also Read: ବିନା ପଞ୍ଜୀକରଣରେ ଟିକାକରଣ ମନା, ଶନିବାର ଠାରୁ ସ୍ଲଟ୍ ବୁକିଂ

ଏହାସହ ୪୫ ବର୍ଷରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କ ଉଭୟ ପ୍ରଥମ-ଦ୍ବୀତିୟ ଡୋଜ୍ ଟିକାଦାନକୁ ଆହୁରି ସରଳିକରଣ କରାଯାଇଛି। ସହରର  ତିନୋଟି ଜୋନରେ ମୋଟ୍ ଛଅଟି ଆପାର୍ଟମେଣ୍ଟରେ ଆରମ୍ଭ ହୋଇଛି ଡୋର୍ ଷ୍ଟେପ୍ ଭ୍ୟାକ୍ସିନେସନ ବ୍ୟବସ୍ଥା। ଶହେରୁ ଉର୍ଦ୍ଧ୍ବ ହିତାଧିକାରୀ ଥିବା ଆପାର୍ଟମେଣ୍ଟକୁ ଚୟନ କରି  ପ୍ରତି କେନ୍ଦ୍ରରେ ୨ ଶହ ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟଧାର୍ଯ୍ୟ କରିଛି ବିଏମସି।

ତଥ୍ୟ କହୁଚି ମେ ୩ ତାରିଖରୁ ୨୮ ତାରିଖ ମଧ୍ୟରେ ୧୮-୪୪ ବର୍ଷ ବର୍ଗର ୧ ଲକ୍ଷ ୫୧ ହଜାର ୪୨୬ ଜଣ ହିତାଧିକାରୀ ପ୍ରଥମ କୋଭାକ୍ସିନ୍ ଡୋଜ୍ ନେଇସାରିଛନ୍ତି। ସେମାନେ ଜୁନ ମାସରେ ପୁଣି ଦ୍ଵିତୀୟ ଡୋଜ୍ ନେବେ। ମାତ୍ର ଏବେ କୋଭାକ୍ସିନ୍ ଟିକାର ସାମୟିକ ଅଭାବ ସ୍ଥିତି ଉପୁଜିଥିବାରୁ ନିଜର ଦ୍ୱିତୀୟ ଡୋଜ୍ ନେବାକୁ ନେଇ ଦ୍ୱନ୍ଦରେ ଯୁବବର୍ଗ।

Also Read: ଟିକା ଅଭାବରୁ ରାଜ୍ୟରେ ଟିକାକରଣ ଅଭିଯାନ ପ୍ରଭାବିତ

ଅପରପକ୍ଷେ ଆସନ୍ତା ୩ ତାରିଖରେ ୩ ଲକ୍ଷ ୫ ହଜାର ୪୬୦ କୋଭିସିଲିଡ଼ (Covishield) ଏବଂ ୬ ତାରିଖରେ ୪୦ ହଜାର କୋଭାସ୍କିନ୍ ଟିକା ଓଡ଼ିଶାରେ ଆସି ପହଞ୍ଚିବ। ଏହି ସମସ୍ତ ଟିକା କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟକୁ ଯୋଗାଇ ଦିଆଯିବା। କେବଳ ୪୫ ବର୍ଷରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ଏହି ଟିକା ପ୍ରଦାନ କରାଯିବ। ଏହାସହ ଯୁବବର୍ଗଙ୍କ ପାଇଁ ଆବଶ୍ୟକୀୟ ଟିକା ଅଭାବ ହେତୁ ଆସନ୍ତାକାଲି ପର ଠାରୁ ୧୮-୪୪ ବର୍ଷ ବର୍ଗର ହିତାଧିକାରୀଙ୍କ ଟିକା କରଣ ବନ୍ଦ ରହିବ। 

Also Read: କୋରୋନା ମୁକାବିଲା: ଆସନ୍ତା ଏପ୍ରିଲ ପହିଲାରୁ ହେବ ବ୍ୟାପକ ଟୀକାକରଣ

ବର୍ତ୍ତମାନ ପର୍ଯ୍ୟନ୍ତ ଟିକା ନିର୍ମାଣକାରୀ କମ୍ପାନୀ ପକ୍ଷରୁ କୌଣସି ପ୍ରକାର ସୂଚନା ଦିଆଯାଇନଥିବାରୁ ଯେତିକି ପରିମାଣରେ ଟିକା ମହଜୁଦ ରହିଛି ତାହା ଆସନ୍ତାକାଲି ପର୍ଯ୍ୟନ୍ତ ବ୍ୟବହୃତ ହୋଇପାରିବ। ଟିକା ଅଭାବରୁ ବର୍ତ୍ତମାନ ଏହି ବର୍ଗର ହିତାଧିକାରୀଙ୍କ ଟିକାକରଣ ପ୍ରକ୍ରିୟାକୁ ବନ୍ଦ ରଖାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜଣାଇ ଦିଆଯାଇଛି।