ଏଣିକି ସମସ୍ତ ସରକାରୀ ହସ୍ପିଟାଲରେ ଦିନକୁ ୨୦୦ ଲୋକଙ୍କୁ କୋରୋନା ଟିକା ଦେବା ପାଇଁ ଲକ୍ଷଧାର୍ଯ୍ୟ ହୋଇଛି।
Trending Photos
ଭୁବନେଶ୍ବର: କୋରୋନା ମହାମାରୀକୁ ନାହିଁ ଡର। ଏହି ମହାମାରୀ ବ୍ୟାପିବାର ସର୍ବାଧିକ ସମ୍ଭାବ୍ୟ ସ୍ଥାନ ବିମାନବନ୍ଦର ଠାରେ କୋଭିଡ଼ ମୁକବିଲା ପାଇଁ ଜାରି ହୋଇଥିବା ନିୟମ ସଠିକ ଭାବେ ପାଳନ ହେଉନଥିବା ନେଇ ଅବଗତ ହୋଇଛି ଡିଜିସିଏ।
ଏନେଇ ଅସନ୍ତୋଷ ପ୍ରକାଶ କରିବା ସହ ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ-ଏଏଏ (Airport Authority of India-AAA) ଅଧ୍ୟକ୍ଷ ଏବଂ ସମସ୍ତ ବିମାନ ସେବା ପ୍ରଦାନକାରୀ ସଂସ୍ଥାକୁ ତାଗିଦ କରିଛନ୍ତି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ-ଡିଜିସିଏ (Directorate General of Civil Aviation-DGCA)। ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ପଦକ୍ଷେପ ନେବା ସହ ନିୟମ ଖିଲାପକାରୀଙ୍କ ବିରୁଦ୍ଧରେ ସ୍ଥାନୀୟ ପୋଲିସ ସହଯୋଗରେ ଜୋରିମାନା ଆଦାୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହାକୁ ନେଇ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ (Biju Patnaik International Airport) ତତ୍ପରତା ପ୍ରକାଶ ପାଇଥିବା ବେଳେ ଭୁବନେଶ୍ବର ମହାନଗର ନିଗମ-ବିଏମସି (Bhubaneswar Municipal Corporation-BMC) ପକ୍ଷରୁ ମଧ୍ୟ ସତର୍କ ନଜର ରଖାଯାଇଛି।
Also Read: ଭବିଷ୍ୟତ ପାଇଁ ମହାମାରୀ ସହ ସଂଘର୍ଷ; କୋରୋନା କାଳେ ଛାତ୍ରଛାତ୍ରୀଙ୍କ ଅଗ୍ନିପରୀକ୍ଷା
ଦେଶରେ ପୁଣି ଥରେ କୋରୋନା ମହାମାରୀ କାୟା ବିସ୍ତାର କରିଥିବା ବେଳେ ବିମାନ ବନ୍ଦର ଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ କୋଭିଡ୧୯ ନିୟମ (Covid19 Guidelines) ସଠିକ ଭାବେ ପାଳନ ହେଉନଥିବା ହେତୁ ଅସନ୍ତୋଷ ପ୍ରକାଶ କରିଛି ଡିଜିସିଏ। ଏହାକୁ କଡ଼ାକଡ଼ି ପାଳନ କରିବାକୁ ଏଏଏ ଏବଂ ସମସ୍ତ ବିମାନ ସେବା ପ୍ରଦାନକାରୀ ସଂସ୍ଥାକୁ ତାଗିଦ କରିଛି ଡିଜିସିଏ। ନିୟମ କଡ଼ାକଡ଼ି ପାଳନ ପାଇଁ କଠୋର ପଦକ୍ଷେପ ନେବା ସହ ନିୟମ ଖିଲାପକାରୀଙ୍କ ବିରୁଦ୍ଧରେ ସ୍ଥାନୀୟ ପୋଲିସ ସହଯୋଗରେ ଫାଇନ ଆଦାୟ କରିବାକୁ ନିର୍ଦ୍ଦେଶ ମିଳିଛି।
ଏହାକୁ ନେଇ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଘଣ୍ଟାକୁ ଘଣ୍ଟା କୋଭିଡ ନିୟମ ପାଳନ ପାଇଁ ଘୋଷଣା କରୁଥିବା କହିଛନ୍ତି ନିର୍ଦ୍ଦେଶକ ଭି. ଭି ରାଓ। ଯାତ୍ରୀଙ୍କୁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରାଯିବା ସହ ଚେୟାର ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି।
Also Read: Corona Alert: ସର୍ବସାଧାରଣରେ ରଙ୍ଗ ମନା, ଜାରି ହେଲା କଟକଣା
ସେପଟେ ରାଜଧାନୀ ଭୁବନେଶ୍ବରରେ କଣ୍ଟେନମେଣ୍ଟ ଜୋନ୍ କରିବା ନେଇ ପ୍ରତିକ୍ରିୟା ଦେଇଛନ୍ତି ବିଏମସି କମିଶନର। ବର୍ତ୍ତମାନ ପର୍ଯ୍ୟନ୍ତ ଭୁବନେଶ୍ୱରରେ ସେଭଳି କୌଣସି ସ୍ଥାନରେ ପରିସ୍ଥିତି ଉପୁଜିନଥିବା ବେଳେ ଯେଉଁ ସବୁ ସ୍ଥାନରେ ଉପୁଜିଛି ସେହି ସ୍ଥାନକୁ ସିଲ୍ କରାଯାଉଥିବା ସେ କହିଛନ୍ତି। ଯଦି ସେଭଳି ପରିସ୍ଥିତି ଆସେ ତାହେଲେ ଲୋକଙ୍କ ସୁରକ୍ଷା ପାଇଁ ସେହି ଅଞ୍ଚଳକୁ କଣ୍ଚେନମେଣ୍ଟ ଜୋନ ଘୋଷଣା କରାଯିବା ନାଁ ନାହିଁ ସେ ନେଇ ନିଷ୍ପତ୍ତି ନିଆଯିବ।
ଏହାସହ ଆସନ୍ତା ଏପ୍ରିଲ ପହିଲାରୁ ବ୍ୟାପକ ଟୀକାକରଣ (Massive vaccination) ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ୩ଟି ଜୋନ୍ ତାଲିକା ପ୍ରସ୍ତୁତ କରି ଦେଇଛନ୍ତି ଜେଡିସି। ଏଣିକି ସମସ୍ତ ସରକାରୀ ହସ୍ପିଟାଲରେ ଦିନକୁ ୨୦୦ ଲୋକଙ୍କୁ କୋରୋନା ଟିକା ଦେବା ପାଇଁ ଲକ୍ଷଧାର୍ଯ୍ୟ ହୋଇଛି। ସେହିପରି ଘରୋଇ ଚିକିତ୍ସାଳୟରେ ମୋବିଲାଇଜେସନ୍ ୩୦ରୁ ୫୦ ପ୍ରତିଶତକୁ ବଢାଇ ଦିଆଯାଇଛି। ଭୁବନେଶ୍ୱରର ୨୪ ସରକାରୀ ଏବଂ ୩୧ ଘରୋଇ ହସ୍ପିଟାଲରେ ଟିକାକରଣ କରାଯିବ ବୋଲି କମିଶନର ପ୍ରେମ ଚନ୍ଦ୍ର ଚୌଧରୀ କହିଛନ୍ତି।
Also Read: କୋରୋନାର ଛାଟ: ପର୍ବପର୍ବାଣୀ ଉପରେ କଟକଣା
କୋରୋନା ହାରିଛି ସତ ହେଲେ ଏବେ ମଧ୍ୟ ସମ୍ପୂର୍ଣ୍ଣ ମୂଳପୋଛ ହୋଇନାହିଁ। ହେଲେ ଏବେ ବେପରୁଆ ମନୋଭାବ ରଖିଲେ ସ୍ଥିତି ସାଂଘାତିକ ହେବ। ବିମାନ ବନ୍ଦର ହେଉ ଅଥବା ରେଳ ଷ୍ଟେସନ କିମ୍ବା ବସଷ୍ଟାଣ୍ଡ ଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ କୋରୋନା ନିୟମ ମାନିବା ଅବଶାମ୍ଭାବୀ ହୋଇପଡିଛି।