Virushka News: ବୃନ୍ଦାବନରେ ପହଞ୍ଚିଲେ ବିରାଟ କୋହଲି-ଅନୁଷ୍କା ଶର୍ମା, ଫଟୋ ଭାଇରାଲ
Advertisement

Virushka News: ବୃନ୍ଦାବନରେ ପହଞ୍ଚିଲେ ବିରାଟ କୋହଲି-ଅନୁଷ୍କା ଶର୍ମା, ଫଟୋ ଭାଇରାଲ

Virat Kohli Anushka Sharma:  ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କର ପ୍ରତ୍ୟେକ ଯାତ୍ରାକୁ ବ୍ୟକ୍ତିଗତ ରଖିଥାନ୍ତି। ଏପରିକି ଗଣମାଧ୍ୟମ ପାଖରେ ମଧ୍ୟ ଏ ସମ୍ପର୍କିତ ଖବର ପହଞ୍ଚି ନଥାଏ।

 Virushka News: ବୃନ୍ଦାବନରେ ପହଞ୍ଚିଲେ ବିରାଟ କୋହଲି-ଅନୁଷ୍କା ଶର୍ମା, ଫଟୋ ଭାଇରାଲ

  
Virat Kohli Anushka Sharma in Vrindavan:
ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ଏବେ ଜାତୀୟ ଦଳରୁ ୧୫ ଦିନିଆ ବିରତି ମିଳିଛି। ଗତ ଡିସେମ୍ବରରେ ବାଂଲାଦେଶ ବିପକ୍ଷରେ ଶେଷ ଟେଷ୍ଟ ଖେଳିଥିଲେ ବିରାଟ। ବର୍ତ୍ତମାନ ତାଙ୍କୁ ଆସନ୍ତା ୧୦ ଜାନୁଆରୀରେ ଭାରତୀୟ ଜାତୀୟ ଦଳ ପାଇଁ ପରବର୍ତ୍ତୀ ମ୍ୟାଚ୍ ଖେଳିବାକୁ ପଡିବ। ବିରତି ସମୟରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ତାଙ୍କ ପରିବାର ସହିତ ଛୁଟି ଉପଭୋଗ କରୁଛନ୍ତି। 

ବିରାଟ କୋହଲି (Virat Kohli) ଏବଂ ତାଙ୍କ ପତ୍ନୀ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା (Anushka Sharma) ତାଙ୍କର ପ୍ରତ୍ୟେକ ଯାତ୍ରାକୁ ବ୍ୟକ୍ତିଗତ ରଖିଥାନ୍ତି। ଏପରିକି ଗଣମାଧ୍ୟମ ପାଖରେ ମଧ୍ୟ ଏ ସମ୍ପର୍କିତ ଖବର ପହଞ୍ଚି ନଥାଏ। ହେଲେ ତାଙ୍କର କୋଟି ପ୍ରଶଂସକ ଏ ସମ୍ପର୍କରେ ଜାଣିବାକୁ  ଆଗ୍ରହୀ ରହିଥାନ୍ତି। ବିଗତ କିଛି ଦିନ ମଧ୍ୟରେ ଉଭୟ ବିରାଟ ଏବଂ ଅନୁଷ୍କା ସେମାନଙ୍କ ଧାର୍ମିକ ଯାତ୍ରା ସମୟରେ ନଜର ଆସିଥିଲେ। ଏହି କ୍ରମରେ କୋହଲି ତାଙ୍କ ପତ୍ନୀ ଅନୁଷ୍କାଙ୍କ ସହ ମଥୁରାସ୍ଥିତ (Mathura) ବୃନ୍ଦାବନ (Vrindavan) ଠାରେ ପହଞ୍ଚିଛନ୍ତି। ବୃନ୍ଦାବନ ଠାରେ ପହଞ୍ଚିବା ପରେ ସେଲିବ୍ରିଟି ଦମ୍ପତିଙ୍କ ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥିଲା।

ବୃନ୍ଦାବନ ଗସ୍ତରେ ଯାଇ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ପ୍ରଥମେ ବାବା ନିମ୍ କରୌଲି ଆଶ୍ରମ (Baba Neem Karoli Ashram) ଠାରେ ପହଞ୍ଚିଥିଲେ। ଏନେଇ ମିଳିଥିବା ଖବର ଅନୁଯାୟୀ ସେମାନଙ୍କର ଏହି କାର୍ଯ୍ୟକ୍ରମ ବୁଧବାର ମଧ୍ୟାନ୍ନ ପର୍ଯ୍ୟନ୍ତ ରହିଥିଲା। ହେଲେ ନିର୍ଦ୍ଧାରିତ ସମୟର ଅଢେଇ ତିନି ଘଣ୍ଟା ପୂର୍ବରୁ ବିରାଟ-ଅନୁଷ୍କା ବୃନ୍ଦାବନ ଠାରେ ପହଞ୍ଚିଥିଲେ। ଏଠାରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ବାବା ନିମ୍ କରୌଲି ଆଶ୍ରମ ଦର୍ଶନ ପାଇବାକୁ ଯାଇ ସେଠାରେ ପ୍ରାୟ ଏକ ଘଣ୍ଟା ବିତାଇଥିଲେ। ଏହି ଆଶ୍ରମ ପରିସରରେ ବାବା ନିମ୍ କରୌଲିଙ୍କ ସମାଧି ମଧ୍ୟ ଅବସ୍ଥିତ ରହିଛି। ପ୍ରାୟ ମାସେ ପୂର୍ବେ ଅର୍ଥାତ ୨୦୨୨ ଟି-୨୦ ବିଶ୍ୱକପ ପରେ ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ନୈନିତାଲ ନିକଟସ୍ଥ କୈଞ୍ଚି ଧାମକୁ ତୀର୍ଥଯାତ୍ରା କରିଥିଲେ। କୈଞ୍ଚି ଧାମ (Kainchi Dham) ହେଉଛି ସେହି ସ୍ଥାନ ଯେଉଁଠାରେ ବାବା ନିମ୍ କରୌଲି (Baba Neem Karoli) ତାଙ୍କ ଜୀବନ କାଳରେ ରହୁଥିଲେ। 

ବର୍ତ୍ତମାନ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍ ଶେଷ ହେବା ମାତ୍ରେ ୩୩ ବର୍ଷୀୟ ବିରାଟ କୋହଲି ଖୁବ ଶୀଘ୍ର ଭାରତୀୟ ଦଳରେ ଯୋଗଦେବେ। ଶ୍ରୀଲଙ୍କା ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍ ପାଇଁ ତାଙ୍କୁ ବିଶ୍ରାମ ଦିଆଯାଇଛି। ହେଲେ ଚଳିତ ମାସରୁ ଆରମ୍ଭ ହେବାକୁ ଥିବା ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍ ପାଇଁ ତାଙ୍କୁ ଦଳରେ ସ୍ଥାନ ମିଳିଛି। ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଦିନିକିଆ ୬ ଜାନୁଆରୀରେ ଗୌହାଟୀ, ଦ୍ୱିତୀୟ ଦିନିକିଆ ୧୨ ଜାନୁଆରୀରେ କୋଲକାତା, ତୃତୀୟ ଦିନିକିଆ ୧୫ ଜାନୁଆରୀରେ ତିରୁଅନନ୍ତପୁରମ ଠାରେ ଖେଳାଯିବ।