ମସ୍କୋ: ଶତ୍ରୁ ପକ୍ଷ ସହ ଭବିଷ୍ୟତରେ ଲଢାଯିବାକୁ ଥିବା ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇଉଠୁଛି ଋଷୀୟ ସେନା। ବିଗତ ବର୍ଷ ଚଳିତ ବର୍ଷ ମଧ୍ୟ ମିତ୍ର ସହଯୋଗୀଙ୍କୁ ନେଇ ଋଷିଆ ପକ୍ଷରୁ ଆୟୋଜିତ ହୋଇଯାଇଛି ଏକ ସମରାଭ୍ୟାସ। ଏହି ଯୁଦ୍ଧାଭ୍ୟାସର ନାଁ ହେଉଛି "ଜାପଡ ୨୦୨୧"।


COMMERCIAL BREAK
SCROLL TO CONTINUE READING

ଋଷିଆ (Russia) ପକ୍ଷରୁ ଆୟୋଜିତ ହୋଇଥିବା ଏହି ଯୁଦ୍ଧାଭ୍ୟାସରେ (Zapad 2021 Military Exercise) ଭାରତ (India) ସମେତ ଆର୍ମେନିଆ (Armenia), ବେଲାରୁଷ (Belarus), କାଜାଖାସ୍ତାନ (Kazakhstan),କିରଗିଜସ୍ତାନ (Kyrgyzstan), ମଙ୍ଗୋଲିଆ (Mongolia) ପ୍ରଭୃତି ଦେଶ ଯୋଗଦାନ କରିଛନ୍ତି। ହେଲେ ଚୀନ-ପାକିସ୍ତାନ (China-Pakistan) ପର୍ଯ୍ୟବେକ୍ଷକ ଦେଶ ଭାବେ ଏଥିରେ ଅଂଶଗ୍ରହଣ କରିଛନ୍ତି।


ଆତଙ୍କବାଦ ବିରୋଧି ଲଢେଇରେ ପାରସ୍ପରିକ ସହଯୋଗ ବୃଦ୍ଧି କରିବା ଏପରି ସମରାଭ୍ୟାସ ଆୟୋଜନ କରାଯାଇଥିବା ଆୟୋଜକ ଋଷିଆ ପକ୍ଷରୁ କୁହାଯାଇଛି। ମାତ୍ର ପୋଲାଣ୍ଡ (Poland), ଲାଟଭିଆ (Latvia), ଲିଥୁଆନିଆ (Lithuania), ଇଷ୍ଟୋନିଆ (Estonia) ଭଳି ଦେଶ ପକ୍ଷରୁ କୁହାଯାଇଛି ଏହି ଯୁଦ୍ଧାଭ୍ୟାସ ଦ୍ୱାରା ପୂର୍ବ ୟୁରୋପୀୟ ଅଞ୍ଚଳରେ ସାମରିକ ଉତ୍ତେଜନା ବୃଦ୍ଧି ପାଇବ।  


ପ୍ରତିଦ୍ୱନ୍ଦ୍ୱୀ ଦେଶକୁ ଜବାବ ଦେଇ ଋଷୀୟ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ କ୍ରେମଲିମ ପ୍ରବକ୍ତା କହିଛନ୍ତି ସହଯୋଗୀ ରାଷ୍ଟ୍ରଙ୍କୁ ନେଇ ସମରାଭ୍ୟାସ ଆୟୋଜନ କରିବା ଏକ ନିୟମିତ ପ୍ରକ୍ରିୟା। ଏହାକୁ କୌଣସି ଦେଶ ବିରୁଦ୍ଧରେ କରାଯାଉ ନାହିଁ। ଏହାର ମୂଳ ଲକ୍ଷ୍ୟ ହେଉଛି ସାମରିକ ତଥା ଆତଙ୍କବାଦ ବିରୋଧି ଲଢେଇରେ ପାରସ୍ପରିକ ସହଯୋଗ ବୃଦ୍ଧି କରିବା। ମାତ୍ର ଋଷିଆ ପକ୍ଷରୁ କରାଯାଉଥିବା ଏହି ଯୁଦ୍ଧାଭ୍ୟାସକୁ ନେଇ ଚିନ୍ତିତ ହୋଇଉଠିଛି ଅନ୍ୟତମ ପ୍ରତିଦ୍ୱନ୍ଦ୍ୱୀ ୟୁକ୍ରେନ (Ukraine)। 


କ୍ରୀମିୟା ଉପଦ୍ୱୀପକୁ (Crimean Peninsula)ନେଇ ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦ ଏ ପର୍ଯ୍ୟନ୍ତ ଥମିନାହିଁ। ବିଗତ ୭ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଏହି କ୍ଷେତ୍ରରେ କ୍ଷମତା ବିସ୍ତାର କରିବାକୁ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ଉପୁଜିଛି। ୟୁକ୍ରେନ ଅଧିନସ୍ଥ କ୍ରୀମିୟା ଠାରେ ବସବାସ କରୁଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଋଷୀୟ ବଂଶୋଦ୍ଭବ। ଯାହା ବର୍ତ୍ତମାନ ଋଷିଆ ନିୟନ୍ତ୍ରଣକୁ ଆସିସାରିଛି।


ଏହି କ୍ଷେତ୍ରକୁ ଲାଗିଥିବା ଅନ୍ୟ ସନ୍ନିକଟସ୍ଥ ଅଞ୍ଚଳକୁ ଋଷିଆ ଦଖଲ କରି ନେଇପାରେ ବୋଲି ସନ୍ଦେହ କରି ୟୁକ୍ରେନ ଦେଶର ଦକ୍ଷିଣ-ପୂର୍ବ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ସାମରିକ ଉପସ୍ଥିତିକୁ ମଜବୁତ କରିବାରେ ଲାଗିପଡିଛି। ଋଷିଆ ବିରୁଦ୍ଧରେ ସଂଗ୍ରାମ କରିବା ପାଇଁ ଆମେରିକା ନେତୃତ୍ୱାଧିନ ନାଟୋ ଦେଶ ୟୁକ୍ରେନକୁ ସାମରିକ କ୍ଷେତ୍ରରେ ବିଭିନ୍ନ ପ୍ରକାର ସହଯୋଗ ଯୋଗାଇ ଦେଉଛନ୍ତି। 


Also Read: Warship ରୋକିବାକୁ Russia ପକ୍ଷରୁ ବୋମାମାଡ; ଜବାବ ଦେଲା Britain


"ଜାପଡ ୨୦୨୧" ଯୁଦ୍ଧାଭ୍ୟାସ କିପରି ଚାଲିଛି ସେ ବାବଦରେ ଜାଣିବା ପାଇଁ ନିଜେ ନୋବଗୋରୋଡ (Novgorod) ଅଞ୍ଚଳରେ ପହଞ୍ଚିଛନ୍ତି ଋଷିଆ ରାଷ୍ଟ୍ରପତି (Russian President) ଭ୍ଲାଦମିର ପୁଟିନ (Vladimir Putin)। ଆଫଗାନିସ୍ତାନ (Afgahanistan) ଠାରେ ତାଲିବାନ ସରକାର (Taliban Govt) ପ୍ରତିଷ୍ଠା ହେବା ପର ଠାରୁ ଆତଙ୍କବାଦ ପ୍ରସଙ୍ଗକୁ ନେଇ ସତର୍କ ହୋଇଉଠିଛନ୍ତି ନିଜେ ଋଷୀୟ ରାଷ୍ଟ୍ରଧ୍ୟକ୍ଷ। 


ଚଳିତ ବର୍ଷ ସେପ୍ଟମ୍ବର ପ୍ରଥମ ସପ୍ତାହରେ ଅନୁଷ୍ଠିତ ହୋଇଥିବା ବ୍ରିକ୍ସ ବୈଠକରେ (BRICS Summit 2021) ଯୋଗଦେଇ ଆଫଗାନ-ଆତଙ୍କବାଦ ପ୍ରସଙ୍ଗରେ ଚିନ୍ତିତ ହୋଇଉଠିଥିଲେ ରାଷ୍ଟ୍ରପତି ପୁଟିନ। ନିକଟରେ ଋଷିଆ ପକ୍ଷରୁ ଜାରି ହୋଇଥିବା ଏକ ବୟାନରେ କୁହାଯାଇଥିଲା ମଧ୍ୟ ଏସୀୟ ଦେଶକୁ (Central Asian country) ଲାଗିଥିବା ଆଫଗାନ ସୀମାରେ (Afghan Boder) ପ୍ରାୟ ୧୦ ହଜାର ଆଇଏସ ଆତଙ୍କବାଦୀ (IS Terrorist) ଉପସ୍ଥିତ ଅଛନ୍ତି।  


ଆତଙ୍କବାଦୀଙ୍କ ମୁକାବିଲା କରିବାକୁ ଯାଇ ୧୩୪୪ କିମି ଦୂରତା ବିଶିଷ୍ଟ ଆଫଗାନ-ତାଜିକିସ୍ତାନ ସୀମାରେ (Afghanistan-Tajikistan Border) ବ୍ୟାପକ ସୈନ୍ୟ ବଳ ସହ ଟ୍ୟାଙ୍କ ମୃତୟନ କରିଛି ଋଷିଆ। ଅନ୍ୟପଟେ ତାଜିକିସ୍ତାନ ପକ୍ଷରୁ ଋଷକୁ ସହଯୋଗ କରିବାକୁ ଯାଇ ଦେଶର ସେନାବାହିନୀ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ମୁତୟନ କରିଛି। "ଜାପଡ ୨୦୨୧" ଯୁଦ୍ଧାଭ୍ୟାସକୁ ଛାଡି ଋଷିଆ କିର୍ଗିଜସ୍ତାନ (Kyrgyzstan),ତାଜିକିସ୍ତାନ (Tajikistan), କଜାଖାସ୍ତାନ (Kazakhstan) ଭଳି ସହଯୋଗୀ ଦେଶଙ୍କ ସହ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ସମରାଭ୍ୟାସ ଜାରି ରଖିଛି।


ରଣନୈତିକ, ଆର୍ଥିକ, ତଥା ସୁରକ୍ଷା କ୍ଷେତ୍ରରେ ମଧ୍ୟ ଏସୀୟା ଅଞ୍ଚଳ ଋଷିଆ ବେଶ ଗୁରୁତ୍ୱପୂର୍ଣ୍ଣ। ଯଦି ଏହି କ୍ଷେତ୍ର ଆତଙ୍କବାଦ କାରଣରୁ ଅଶାନ୍ତ ହୋଇଉଠେ ତାହେଲେ ଏହାର ଦ୍ୱାରା ରଷିଆର ନିରାପତ୍ତା ବିପର୍ଯ୍ୟସ୍ତ ହୋଇପଡି଼ବ। କାରଣ ଦେଶର ସୀମା ପଡୋଶୀ କିରଗିଜସ୍ତାନ, ତାଜିକିସ୍ତାନ, କଜାଖାସ୍ତାନ, ଉଜବେକିସ୍ତାନ (Uzbekistan) ଭଳି ଦେଶର ସୀମାକୁ ଲାଗିଛି।   


ପ୍ରାୟ ୨୦ ଆତଙ୍କୀ ସଙ୍ଗଠନ ସହ ସମ୍ପର୍କରେ ରହିଛି ତାଲିବାନ। ଏହି ଆତଙ୍କବାଦୀ ଗୋଷ୍ଠୀର ଉପସ୍ଥିତି ଭାରତ ଠାରୁ ଆରମ୍ଭ କରି ଋଷିଆ ପର୍ଯ୍ୟନ୍ତ ରହିଛି। ଅନ୍ୟପଟେ ତାଲିବାନ ସହ ଚୀନ ସରକାର ବୁଝାମଣା କରିବା  ବୁଝାମଣା କରିବା ପଛର ଅନ୍ୟ ଏକ କାରଣ ହେଉଛି ଶିନଜିଆଙ୍ଗ ପ୍ରଦେଶରେ (Xinjiang Province) ଚାଲିଥିବା ଆତଙ୍କବାଦ। ତୁର୍କୀମେନିସ୍ତାନ (Turkmenistan) ସୀମା ସଂଲଗ୍ନ ଦେଶରେ ଏହି ଅଞ୍ଚଳରେ ପୂର୍ବ ତୁର୍କେସ୍ତାନ ଇସଲାମିକ ଆନ୍ଦୋଳନ (East Turkestan Islamic Movement) କାରଣରୁ ଦେଶର ରାଷ୍ଟ୍ରୀୟ ସୁରକ୍ଷା ପ୍ରଭାବିତ ହୋଇପାରେ। କାରଣ ତାଲିବାନ ସହ ଯୋଗାଯୋଗରେ ଥିବା ଅନ୍ୟ ଆତଙ୍କବାଦୀ ସଙ୍ଗଠନ ଏଠାରେ ନିଜର କାୟା ବିସ୍ତାର କରିପାରନ୍ତି।


ସମାନ ସ୍ଥିତି ଭାରତର ପାରମ୍ପରିକ ସହଯୋଗୀ ଋଷିଆ (Russia) କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିଛି। କାଶ୍ମୀର ଘାଟି ଭଳି ମଧ୍ୟ ଏଠାରେ ଆତଙ୍କବାଦୀ ଆକ୍ରମଣ ହୋଇସାରିଛି। ଦେଶର ଦକ୍ଷିଣ ଭାଗରେ ଥିବା ଚେଚେନ୍ୟା ଅଞ୍ଚଳରେ (Chechnya Reghion) ବିଦ୍ରୋହୀ ଗୋଷ୍ଠୀ (Chechnya Rebel Group) ପକ୍ଷରୁ ଧର୍ମ ଆଧାରରେ ପୃଥକ ଇସଲାମିକ ରାଷ୍ଟ୍ର ଗଠନ (Separate Islamic State) ପାଇଁ ନବେ ଦଶକ ପର ଠାରୁ ବିଦ୍ରୋହ ଆରମ୍ଭ ହୋଇଯାଇଛି। ୧୯୯୧ ମସିହାରେ ସୋଭିଏତ ସଂଘର (Collapse of USSR 1991) ବିଭାଜନ ପରେ ୧୯୯୪-୯୬ ଏବଂ ୧୯୯୯-୨୦୦୦ ମସିହାରେ ଋଷିଆ ସେନା (Russian Army) ସହ ଦୁଇ ଦୁଇ ଥର ଯୁଦ୍ଧ ଲଢି ସାରିଛନ୍ତି ଚେଚେନ ବିଦ୍ରୋହୀ (Chechnya Rebel)। 


Also Read: Taliban ଆଗରେ Surrender କରିଦେଲା Kabul! କାହାର ହେବେ ଲାଭ, କିଏ ସହିବ କ୍ଷତି?


ହେଲେ ପ୍ରାୟ ୨ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ଦକ୍ଷିଣ ଋଷିଆରେ ଚାଲି ଆସୁଥିବା ଏହି ବିଚ୍ଛିନ୍ନତାବାଦୀ ଆନ୍ଦୋଳନ ଏପର୍ଯ୍ୟନ୍ତ ବନ୍ଦ ହୋଇନାହିଁ। ଚେଚନ ବିଦ୍ରୋହୀଙ୍କୁ ତାଲିବାନ ସହୟତା ପ୍ରଦାନ କରିପାରେ ବୋଲି ଆଶଙ୍କା କରି ସତର୍କ ହୋଇଉଠିଛି ଋଷିଆ। ଯଦିଓ ମଧ୍ୟ ଏସୀୟ ସୀମା ଅତିକ୍ରମ କରିବ ନାହିଁ ଋଷିଆ ଉଦ୍ଦେଶ୍ୟରେ କହିସାରିଛି ତାଲିବାନ। ପ୍ରାୟ ୨୦ ଆତଙ୍କୀ ସଙ୍ଗଠନ ଜଡିତ ଥିବା ତାଲିବାନର ଗୋଷ୍ଠୀର ଭୂମିକା ଚେଚେନ ବିଦ୍ରୋହ ପ୍ରସଙ୍ଗରେ କଣ ରହିବ ତାହା ଭବିଷ୍ୟତରେ ଜଣାପଡି଼ବ।