Taliban Rule in Afghan: ମିଳିବ କି ସ୍ୱୀକୃତି, ବଦଳି ଯିବକି ବିଶ୍ୱ ରାଜନୀତି?
Advertisement
Article Detail0/zeeodisha/odisha966361

Taliban Rule in Afghan: ମିଳିବ କି ସ୍ୱୀକୃତି, ବଦଳି ଯିବକି ବିଶ୍ୱ ରାଜନୀତି?

ତାଲିବାନ ପକ୍ଷରୁ ଜାରି ହୋଇଥିବା ବୟାନରେ କୁହାଯାଇଛି ରାଜଧାନୀ କାବୁଲ ସହର ଏବେ ସମ୍ପୂର୍ଣ୍ଣ ଭାବେ ସଙ୍ଗଠନ ନିୟନ୍ତ୍ରଣରେ ରହିଛି। 

Taliban Rule in Afghan: ମିଳିବ କି ସ୍ୱୀକୃତି, ବଦଳି ଯିବକି ବିଶ୍ୱ ରାଜନୀତି?

ନୂଆଦିଲ୍ଲୀ: ରାଜଧାନୀ କାବୁଲକୁ ଦଖଲ କରିନେବା ପରେ ଏବେ ଆଫଗାନିସ୍ତାନରେ ଆରମ୍ଭ ହୋଇଯିବ ତାଲିବାନ ଶାସନ। ଯାହାର ପରିଣାମ ସ୍ୱରୂପ ବିଶ୍ୱ ରାଜନୀତିରେ ଦେଖିବାକୁ ମିଳିପାରେ ପରିବର୍ତ୍ତନ। କାରଣ ଆଫଗାନ ଶାସନ ଗାଦିରେ ତାଲିବାନ ଭଳି ଆତଙ୍କୀ ସଙ୍ଗଠନ ବସିବା ପରେ ଏହାକୁ ଆନ୍ତର୍ଜାତୀୟ ସ୍ୱୀକୃତି ମିଳିବ ନା ନାହିଁ ତାହା ଉପରେ ରହିଛି ନଜର।   

ଯଦିଓ ତାଲିବାନ ରାଜଧାନୀ କାବୁଲ ସହର ସମେତ ସମଗ୍ର ଆଫଗାନିସ୍ତାନ କରିସାରିଛି ହେଲେ ଏପର୍ଯ୍ୟନ୍ତ ଔପଚାରିକ ଭାବେ ସେଠାକାର ଶାସନଗାଦି ଦଖଲ କରିନାହଁ। ଏହା ମଧ୍ୟରେ ଚୀନ (Chian), ପାକିସ୍ତାନ (Pakistan), ଋଷିଆ (Russia), ତୁର୍କୀ (Turkey) ଭଳି ଦେଶ  ତାଲିବାନ ସମର୍ଥିତ ସରକାରକୁ (Taliban backed Govt) ସମର୍ଥନ ଦେବା ସପକ୍ଷରେ ଅଛନ୍ତି। ଏପରିକି କାବୁଲ (Kabul) ସ୍ଥିତ ଦୂତାବାସ ବନ୍ଦ କରିବେ ନାହିଁ ବୋଲି ଏହି ରାଷ୍ଟ୍ର ଜଣାଇ ସାରିଛନ୍ତି। ଅନ୍ୟପଟେ ଭାରତର ଆଭିମୁଖ୍ୟ ଆଫଗାନ ପ୍ରସଙ୍ଗରେ କ'ଣ ରହିବ ତାହା ଜଣାପଡିନାହିଁ।

Also Read: 103 Days War: ଜାଣନ୍ତୁ କିପରି ସମଗ୍ର Afghan ଦଖଲ କରିନେଲା Taliban

ତାଲିବାନ ପକ୍ଷରୁ ଜାରି ହୋଇଥିବା ବୟାନରେ କୁହାଯାଇଛି ରାଜଧାନୀ କାବୁଲ ସହର ଏବେ ସମ୍ପୂର୍ଣ୍ଣ ଭାବେ ସଙ୍ଗଠନ ନିୟନ୍ତ୍ରଣରେ ରହିଛି। ସହରକୁ ସୁରକ୍ଷା ପ୍ରଦାନ କରିବାକୁ ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି ତାଲିବାନ ମୁଜାହୀଦୀନ (Taliban Mujahideen)। ପ୍ରଥମେ ସମଗ୍ର ଦେଶ ଏବଂ ପରେ ଦେଶର ରାଷ୍ଟ୍ରପତି ଭବନକୁ ଦଖଲ ନେବା ପରେ ଆଫଗାନିସ୍ତାନରେ ନୂଆ ସରକାର ଗଠନ କରିବା ନେଇ ଔପଚାରିକ ଭାବେ ଘୋଷଣା କରିପାରେ ତାଲିବାନ।  

ଆଫଗାନିସ୍ତାନର ବର୍ତ୍ତମାନର ନାମ (Islamic Republic of Afghanistan) ପରିବର୍ତ୍ତନ କରି ଏହାର ନୂତନ ନାମ ଇସଲାମିକ ଏମିରେଟ୍ସ ଅଫ ଆଫଗାନିସ୍ତାନ (Islamic Emirate of Afghanistan) ରଖିବାକୁ ଯୋଜନା କରିଛି ତାଲିବାନ। ଏବେ ପ୍ରଶ୍ନ ଉଠୁଛି ଏହି ଦେଶ କିମ୍ବା ଏହାର ସରକାରକୁ ଆନ୍ତର୍ଜାତୀୟ ସ୍ୱୀକୃତି ମିଳିବ ନା ନାହିଁ।   

ତାଲିବାନ କବଳକୁ ସମଗ୍ର ଆଫଗାନିସ୍ତାନ ଚାଲିଯିବା ପରେ ଦେଶ ଛାଡି ପଳାୟନ କରିଛନ୍ତି ଆଫଗାନ ରାଷ୍ଟ୍ରପତି (Afghan President) ଅସରଫ ଘନି (Asraf Ghani)। ସେ ତାଜିକିସ୍ତାନ (Tajikistan) ପଳାୟନ କରିଥିବା ନେଇ ପ୍ରଥମେ ଖବର ପ୍ରକାଶିତ ହେଉଥିଲା। ମାତ୍ର ଆଫଗନ ରାଷ୍ଟ୍ରପତି ଦେଶର ନଥିବା ତାଜିକିସ୍ତାନ ପକ୍ଷରୁ ଜାରି ହୋଇଥିବା ବୟାନରେ କୁହାଯାଇଛି। ରାଷ୍ଟ୍ରପତି ଘନି ଓମାନ (Oman) ଠାରେ ପହଞ୍ଚି ସାରିଛନ୍ତି। ସେଠାରୁ ସେ ଆମେରିକା (America) ଗସ୍ତ କରିବେ। ରାଷ୍ଟ୍ରପତିଙ୍କ ଉପରାଷ୍ଟ୍ରପତି (Afghan Vice President) ଅମରୁଲ୍ଲାହ ସାଲେହ (Amrullah Saleh) ଦେଶ ଛାଡିଥିବା ନେଇ ଚର୍ଚ୍ଚା ହେଉଥିଲା। ମାତ୍ର ଏହାକୁ ଖଣ୍ଡନ କରି ନିଜେ ଉପରାଷ୍ଟ୍ରପତି କହିଛନ୍ତି ମୁଁ ଏ ପର୍ଯ୍ୟନ୍ତ ଦେଶ ଛାଡିନାହିଁ। 

Also Read: Taliban ଆଗରେ Surrender କରିଦେଲା Kabul! କାହାର ହେବେ ଲାଭ, କିଏ ସହିବ କ୍ଷତି?

ଦେଶ ଛାଡିବା ସମ୍ପର୍କରେ ପ୍ରତିକ୍ରିୟା ରଖି ଆଫଗାନ ରାଷ୍ଟ୍ରପତି ଘନି କହିଛନ୍ତି ଦେଶବାସୀ ଅଧିକ ସଂଘର୍ଷ ନେ ଦେଖନ୍ତୁ ସେଥିଲାଗି ମୁଁ ଦେଶ ଛାଡିଛି। ଯଦି ମୁଁ ଦେଶରେ ରହିଥାନ୍ତି ତାହେଲେ ତାଲିବାନ ବିରୁଦ୍ଧରେ ଲଢିବା ପାଇଁ ଅଧିକ ମାତ୍ରାରେ ଆଗେଇ ଆସିଥାନ୍ତେ ଆଫଗାନ ନାଗରିକ। ହେଲେ ଏହା ଦ୍ୱାରା ସଂଘର୍ଷ ଆହୁରି ବଢିଥାନ୍ତା। କାବୁଲ ସହର ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥାନ୍ତା। ଏପରି ସ୍ଥିତିକୁ ନଜରରେ ଦେଖି ମୁଁ ଦେଶ ଛାଡିବାକୁ ନିଷ୍ପତ୍ତି ନେଇଥିଲି। ଆଫଗାନ ନାଗରିକଙ୍କ ନିରାପତ୍ତା, ସମ୍ମାନ, ସମ୍ପତ୍ତିକୁ ସୁରକ୍ଷା ପ୍ରଦାନ କରିବା ମୋର ଦାୟିତ୍ୱ। ହେଲେ ଦେଶ ଛାଡିବା ଭଳି ପଦକ୍ଷେପ ପାଇଁ ବର୍ତ୍ତମାନ ସମୟରେ ସେ ନିଜେ ସମାଲୋଚନାର ଶରବ୍ୟ ପାଲଟିଛନ୍ତି।