Taliban ଆଗରେ Surrender କରିଦେଲା Kabul! କାହାର ହେବେ ଲାଭ, କିଏ ସହିବ କ୍ଷତି?
Advertisement
Article Detail0/zeeodisha/odisha965650

Taliban ଆଗରେ Surrender କରିଦେଲା Kabul! କାହାର ହେବେ ଲାଭ, କିଏ ସହିବ କ୍ଷତି?

ତାଲିବାନ ହାତକୁ ଆଫଗାନିସ୍ତାନ ଚାଲିଯିବା ପରେ କାଶ୍ମୀର ଘାଟିରେ ଆତଙ୍କୀ ଗତିବିଧି ଘଟଣା ବଢିପାରେ।

Taliban ଆଗରେ Surrender କରିଦେଲା Kabul! କାହାର ହେବେ ଲାଭ, କିଏ ସହିବ କ୍ଷତି?

କାବୁଲ: କ୍ଷମତା ଦଖଲ କରିବାକୁ ନେଇ ତାଲିବାନ ସହ ଚାଲିଥିବା ସଂଘର୍ଷରେ ଶେଷରେ ହାତ ଟେକିଦେଇଛନ୍ତି ଆଫଗାନିସ୍ତାନରେ କ୍ଷମତାସୀନ ଗଣତାନ୍ତ୍ରିକ ସରକାର। ସମଗ୍ର ଦେଶ ତାଲିବାନୀ ଆତଙ୍କବାଦୀଙ୍କ ନିୟନ୍ତ୍ରଣକୁ ଆସିବା ପରେ ଗାଦି ଖାଲିବାକୁ ନିଷ୍ପତ୍ତି ନେଇଛନ୍ତି ଆଫଗାନ ରାଷ୍ଟ୍ରପତି ଅସରଫ ଘନି। ଶାନ୍ତିପୂର୍ଣ୍ଣ କ୍ଷମତା ହସ୍ତାନ୍ତର କରିବା ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ରାଷ୍ଟ୍ରପତି ଭବନରେ ପହଞ୍ଚି ସାରିଛି ଏହି ଆତଙ୍କୀ ସଙ୍ଗଠନ।  

ସମଗ୍ର ଆଫଗାନିସ୍ତାନକୁ (Afghanistan) ଦଖଲ କରିବା ପରେ ବଳପୂର୍ବକ ଦେଶର କ୍ଷମତା ହାତେଇବାକୁ କୌଣସି ଯୋଜନା ନଥିବା ତାଲିବାନ (Taliban) ପକ୍ଷରୁ କୁହାଯାଇଛି। ଏନେଇ ତାଲିବାନ ପ୍ରବକ୍ତା ସୁହୈଲ ଶାହୀନ କହିଛନ୍ତି ଶାନ୍ତିପୂର୍ଣ୍ଣ କ୍ଷମତା ହସ୍ତାନ୍ତରକୁ ଅପେକ୍ଷା କରି ରହିଛି ସଙ୍ଗଠନ। ବିନା ସର୍ତ୍ତରେ ଆଫଗାନ ସରକାର ଆତ୍ମସମର୍ପଣ କରୁନ୍ତି। କ୍ଷମତା ହସ୍ତାନ୍ତରଣ କେବେ ହେବେ ସେ ନେଇ ଦେଶର ସରକାର କିମ୍ବା ତାଲିବାନ ସଙ୍ଗଠନ ପକ୍ଷରୁ କୌଣସି ବୟାନ ଜାରି କରାଯାଇନାହିଁ।  

ବିଗତ ଦୁଇ ଦଶନ୍ଧି ଧରି ଆଫଗାନ ମାଟିରେ ଆତଙ୍କବାଦ ବିରୋଧି ଯୁଦ୍ଧ (Afghna War on Terror) ଲଢୁଥିବା ସୈନିକଙ୍କୁ ସ୍ୱଦେଶ ଫେରାଇ ନେବା ଲାଗି ଘୋଷଣା କରିଥିଲେ ଆମେରିକା ସରକାର (USA Govt)। ଆଉ ଏହା ପରେ ଦୀର୍ଘ ୨୦ ବର୍ଷ ସୁପ୍ତ ଅବସ୍ଥାରେ ଥିବା ତାଲିବାନ ଆତଙ୍କୀ ସଙ୍ଗଠନ (Taliban Terror Group) ହଠାତ ସକ୍ରିୟ ହୋଇଉଠିବା ସହ ଗରିଲା ଯୁଦ୍ଧ ମାଧ୍ୟମରେ ଏବେ ସମଗ୍ର ଦେଶକୁ ଦଖଲ କରିନେଇଛି। 

ତାଲିବାନ ନିୟନ୍ତ୍ରଣକୁ ଆଫଗାନିସ୍ତାନ ଚାଲିଯିବା ପରେ ଏବେ ସାମରିକ, ରଣନୈତିକ, ବାଣିଜ୍ୟକ, କୂଟନୈତିକ କ୍ଷେତ୍ରରେ ଭାରତକୁ (India) ନୂଆ ସମସ୍ୟାର ସାମ୍ନା କରିବାକୁ ହେବ। କାରଣ ଆତଙ୍କବାଦ ବିରୋଧି ଯୁଦ୍ଧରେ ଭାରତ ଉଦ୍ଦେଶ୍ୟରେ ସବୁବଳେ ସମର୍ଥନ ଜଣାଇ ଆସୁଥିଲେ ଆଫଗାନ ସରକାର। ସେହପରି ଆଫଗାନିସ୍ତାନର ଆର୍ଥିକ ବିକାଶ ପାଇଁ ଭିତ୍ତିଭୂମି ଜନିତ କ୍ଷେତ୍ରରେ ୩ ଆରବ ଡଲାରର ନିବେଶ କରିଥିଲା ଭାରତ। ହେଲେ ଏବେ ଏହି ପ୍ରକଳ୍ପର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। 

Also Read: Afghan Army Airstrike ରେ କମ୍ପିଉଠିଲା Kandhar; ଛତ୍ରଭଙ୍ଗ ଦେଲା Taliban

ପ୍ରାୟ ୨୦ ଆତଙ୍କୀ ସଙ୍ଗଠନ ସହ ସମ୍ପର୍କରେ ରହିଛି ତାଲିବାନ। ଏହି ଆତଙ୍କବାଦୀ ଗୋଷ୍ଠୀର ଉପସ୍ଥିତି ଭାରତ ଠାରୁ ଆରମ୍ଭ କରି ଋଷିଆ ପର୍ଯ୍ୟନ୍ତ ରହିଛି। ଆଫଗାନ ମାଟିରୁ ଆମେରିକା ହଟିଯିବା ପରେ ଏବେ ସିପିଇସି ପ୍ରକଳ୍ପ (CPEC Project) ମାଧ୍ୟମରେ ପାକିସ୍ତାନ (Pakistan) ସହାୟତାରେ ଆଫଗାନିସ୍ତାନରେ ସ୍ଥିତିକୁ ମଜବୁତ କରିବାରେ ଲାଗିଛି ଚୀନ (China)। ଚୀନ ପାକିସ୍ତାନ ଅର୍ଥନୈତିକ କରିଡର ମାଧ୍ୟମରେ ନିର୍ମିତ ହେଉଥିବା ବିଭିନ୍ନ ପ୍ରକଳ୍ପକୁ ସୁରକ୍ଷା ଦେବ ବୋଲି ତାଲିବାନ କହିଛି। 

ଆଫଗାନିସ୍ତାନରେ ଆମେରିକାର ଉପିସ୍ଥିତି ସପକ୍ଷରେ ଭାରତ ରହିଥିଲା। ଯାହାର ଫଳସ୍ୱରୂପ ଚୀନ ଏଠାରେ ପ୍ରବେଶ କରିପାରୁନଥିଲା। ହେଲେ ବର୍ତ୍ତମାନ ତାଲିବାନ ନିୟନ୍ତ୍ରଣକୁ ଆଫଗାନ ଚାଲିଯିବା ପରେ ସିପିଇସି ପ୍ରକଳ୍ପକୁ ଆଫଗାନିସ୍ତାନ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ଯୋଜନା କରିଛି ଚୀନ। ଏହା ଅଧିନରେ ପାକିସ୍ତାନର ପେଶାୱାର ଠାରୁ କାବୁଲ ପର୍ଯ୍ୟନ୍ତ ଏକ ନୂତନ ରାଜମାର୍ଗ ନିର୍ମାଣ କରାଯିବ। 

ତାଲିବାନ ସହ ଚୀନ ସରକାର ବୁଝାମଣା କରିବା  ବୁଝାମଣା କରିବା ପଛର ଅନ୍ୟ ଏକ କାରଣ ହେଉଛି ଶିନଜିଆଙ୍ଗ ପ୍ରଦେଶରେ (Xinjiang Province) ଚାଲିଥିବା ଆତଙ୍କବାଦ। ତୁର୍କୀମେନିସ୍ତାନ (Turkmenistan) ସୀମା ସଂଲଗ୍ନ ଦେଶରେ ଏହି ଅଞ୍ଚଳରେ ପୂର୍ବ ତୁର୍କେସ୍ତାନ ଇସଲାମିକ ଆନ୍ଦୋଳନ (East Turkestan Islamic Movement) କାରଣରୁ ଦେଶର ରାଷ୍ଟ୍ରୀୟ ସୁରକ୍ଷା ପ୍ରଭାବିତ ହୋଇପାରେ। କାରଣ ତାଲିବାନ ସହ ଯୋଗାଯୋଗରେ ଥିବା ଅନ୍ୟ ଆତଙ୍କବାଦୀ ସଙ୍ଗଠନ ଏଠାରେ ନିଜର କାୟା ବିସ୍ତାର କରିପାରନ୍ତି।

Also Read: India ପରେ Afghan Army ଆକ୍ରମଣରେ ଥରହର Pakistan Terrorist

ସମାନ ସ୍ଥିତି ଭାରତର ପାରମ୍ପରିକ ସହଯୋଗୀ ଋଷିଆ (Russia) କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିଛି। କାଶ୍ମୀର ଘାଟି ଭଳି ମଧ୍ୟ ଏଠାରେ ଆତଙ୍କବାଦୀ ଆକ୍ରମଣ ହୋଇସାରିଛି। ଦେଶର ଦକ୍ଷିଣ ଭାଗରେ ଥିବା ଚେଚେନ୍ୟା ଅଞ୍ଚଳରେ (Chechnya Reghion) ବିଦ୍ରୋହୀ ଗୋଷ୍ଠୀ (Chechnya Rebel Group) ପକ୍ଷରୁ ଧର୍ମ ଆଧାରରେ ପୃଥକ ଇସଲାମିକ ରାଷ୍ଟ୍ର ଗଠନ (Separate Islamic State) ପାଇଁ ନବେ ଦଶକ ପର ଠାରୁ ବିଦ୍ରୋହ ଆରମ୍ଭ ହୋଇଯାଇଛି। ୧୯୯୧ ମସିହାରେ ସୋଭିଏତ ସଂଘର (Collapse of USSR 1991) ବିଭାଜନ ପରେ ୧୯୯୪-୯୬ ଏବଂ ୧୯୯୯-୨୦୦୦ ମସିହାରେ ଋଷିଆ ସେନା (Russian Army) ସହ ଦୁଇ ଦୁଇ ଥର ଯୁଦ୍ଧ ଲଢି ସାରିଛନ୍ତି ଚେଚେନ ବିଦ୍ରୋହୀ।

ହେଲେ ପ୍ରାୟ ୨ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ଦକ୍ଷିଣ ଋଷିଆରେ ଚାଲି ଆସୁଥିବା ଏହି ବିଚ୍ଛିନ୍ନତାବାଦୀ ଆନ୍ଦୋଳନ ଏପର୍ଯ୍ୟନ୍ତ ବନ୍ଦ ହୋଇନାହିଁ। ଚେଚନ ବିଦ୍ରୋହୀଙ୍କୁ ତାଲିବାନ ସହୟତା ପ୍ରଦାନ କରିପାରେ ବୋଲି ଆଶଙ୍କା କରି ସତର୍କ ହୋଇଉଠିଛି ଋଷିଆ। ଯଦିଓ ମଧ୍ୟ ଏସୀୟ ସୀମା ଅତିକ୍ରମ କରିବ ନାହିଁ ଋଷିଆ ଉଦ୍ଦେଶ୍ୟରେ କହିସାରିଛି ତାଲିବାନ। ପ୍ରାୟ ୨୦ ଆତଙ୍କୀ ସଙ୍ଗଠନ ଜଡିତ ଥିବା ତାଲିବାନର ଗୋଷ୍ଠୀର ଭୂମିକା ଚେଚେନ ବିଦ୍ରୋହ ପ୍ରସଙ୍ଗରେ କଣ ରହିବ ତାହା ଭବିଷ୍ୟତରେ ଜଣାପଡି଼ବ।

ତାଲିବାନ କବଳକୁ ଆଫଗାନ ଚାଲିଯିବା ପରେ ପାକିସ୍ତାନ ଖୁସି କହିଲେ ନସରେ। କାରଣ ଆଫଗାନ ସେନା ବିରୁଦ୍ଧରେ ଲଢିବା ପାଇଁ ତାଲିବାନ ଆତଙ୍କବାଦୀଙ୍କୁ କରିଥିବା ସହଯୋଗ ସଫଳ ହୋଇଛି। ଏବେ ଆଫଗାନିସ୍ତାନ ମାଟିରେ ପାକିସ୍ତାନ ସେନା, ଦେଶର ଗୁଇନ୍ଦା ସଂସ୍ଥା ଆଇଏସଆଇ ଏବଂ ତାଲିବାନ ସପକ୍ଷରେ ଯୁଦ୍ଧ ଲଢୁଥିବା ପାକିସ୍ତାନୀ ଆତଙ୍କବାଦୀ ସେଠାରେ ପ୍ରଭାବ ବିସ୍ତାର କରିବାରେ ସଫଳ ହେବେ। ଏହା ସହିତ ଭାରତ ବିରୋଧି ଆତଙ୍କବାଦକୁ ଆହୁର ପ୍ରସାର କରିବା ପାଇଁ ଆଉ ଏକ ସୁଯୋଗ ପାଇଯାଇଛି ଆତଙ୍କୀସ୍ତାନ ଭାବେ ଜଣାଶୁଣା ପାକିସ୍ତାନ।  

Also Read: War Against Terrorism: Iraq ପରେ Afghan ମୈଦାନରେ ଲଢିବ USA

ତାଲିବାନ ପାକିସ୍ତାନ ପାଇଁ କୌଣସି କୌଣସି ଭସ୍ମାସୁର ଠାରୁ କମ ନୁହେଁ। କାରଣ ଯେପରି ଭାବେ ତାଲିବାନ ଆଫଗାନ ସରକାରଙ୍କ ବିରୁଦ୍ଧରେ ଯୁଦ୍ଧ ଲଢୁଥିଲା ଅନୁରୂପ ଭାବେ ପାକିସ୍ତାନ ମାଟିରେ ମଧ୍ୟ ସମାନ କାମ କରୁଛି ଅନ୍ୟ ଏକ ଆତଙ୍କୀ ସଙ୍ଗଠନ ତେହେରିକ୍ ଇ ତାଲିବାନ ପାକିସ୍ତାନ (Tehrik-i-Taliban Pakistan) ଟିଟିପି (TTP)। ଏହି ଆତଙ୍କ ଗୋଷ୍ଠୀ ପାକିସ୍ତାନ ସରକାରଙ୍କ ବିରୁଦ୍ଧରେ ସଂଗ୍ରାମ ଜାରି ରଖିଛି। ତାଲିବାନ ଆଫଗାନ ଦଖଲ କରିବା ପରେ ଟିଟିପି ଗୋଷ୍ଠୀର ଆଭମୁଖ୍ୟ ପାକିସ୍ତାନ ସରକାରଙ୍କ ପ୍ରତି କ'ଣ ରହୁଛି ତାହା ଆଗାମୀ ଦିନରେ ଜଣାପଡିବ।

ପାକିସ୍ତାନ ସହ ଶାନ୍ତିପୂର୍ଣ୍ଣ ସମ୍ପର୍କ ରଖିବାକୁ ଚାହୁଁଛି ତାଲିବାନ। ଏନେଇ ସଙ୍ଗଠନ ପକ୍ଷରୁ ଖୋଲାଖୋଲି ଭାବେ ଜଣାଇ ଦିଆଯାଇଛି କୌଣସି କ୍ଷେତ୍ରରେ ପାକିସ୍ତାନ ସରକାରଙ୍କ ଏକଛତ୍ରବାଦ ନୀତିକୁ ସମର୍ଥନ ଦିଆଯିବ ନାହିଁ। ଗତ ୧୯୯୯ ମସିହାରେ ହୋଇଥିବା ତାଲିବାନ ପକ୍ଷରୁ ହୋଇଥିବା କନ୍ଧାର ବିମାନ ଅପହରଣ ଘଟଣାରେ ପାକିସ୍ତାନରେ ଭୂମିକାକୁ ନେଇ ସତର୍କତା ଅବଲମ୍ବନ କରିବାସ ଜରୁରୀ ହୋଇପଡିଛି। 

ତାଲିବାନ ହାତକୁ ଆଫଗାନିସ୍ତାନ ଚାଲିଯିବା ପରେ କାଶ୍ମୀର ଘାଟିରେ ଆତଙ୍କୀ ଗତିବିଧି ଘଟଣା ବଢିପାରେ। ଏ ପ୍ରସଙ୍ଗରେ ଭାରତ ପକ୍ଷରୁ କୁହାଯାଇଛି ଇସଲାମିକ ଅମିରାତକୁ (Afghan Islamic Emirates) କୌଣସି ପରିସ୍ଥିତିରେ ସ୍ୱୀକୃତି ପ୍ରଦାନ କରାଯିବ ନାହିଁ। ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା କରିବା ସପକ୍ଷରେ ସବୁବେଳେ ରହିଛି ଭାରତ। ଦେଶର ରାଜନୈତିକ କ୍ଷମତା କିଏ ଦଖଲ କରିବ ତାହା ଗଣତାନ୍ତ୍ରିକ ଉପାୟରେ ନିର୍ଦ୍ଧାରିତ ହେବା ଆବଶ୍ୟକ।