ପ୍ରବଳ ବର୍ଷାରେ ଜଳବନ୍ଦୀ ମୁମ୍ବାଇ; ଟ୍ରେନରେ ଫସି ରହିଥବା ଲୋକ ଏନଡିଆରଏଫ-ଆରପିଏଏଫ ଦ୍ୱାରା ଉଦ୍ଧାର
Advertisement

ପ୍ରବଳ ବର୍ଷାରେ ଜଳବନ୍ଦୀ ମୁମ୍ବାଇ; ଟ୍ରେନରେ ଫସି ରହିଥବା ଲୋକ ଏନଡିଆରଏଫ-ଆରପିଏଏଫ ଦ୍ୱାରା ଉଦ୍ଧାର

ପ୍ରବଳ ବର୍ଷାରେ ବେହାଲ ହୋଇପଡିଛି ମୁମ୍ବାଇ।       

ପ୍ରବଳ ବର୍ଷାରେ ଜଳବନ୍ଦୀ ମୁମ୍ବାଇ; ଟ୍ରେନରେ ଫସି ରହିଥବା ଲୋକ ଏନଡିଆରଏଫ-ଆରପିଏଏଫ ଦ୍ୱାରା ଉଦ୍ଧାର

ମୁମ୍ବାଇ: ପ୍ରବଳ ବର୍ଷା ପରେ ଜଳବନ୍ଦୀ ହୋଇପଡିଛି ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ। ଗତ ବୁଧବାର(ଅଗଷ୍ଟ ୫, ୨୦୨୦) ଏଠାରେ ସର୍ବାଧିକ ପରିମାଣରେ ବର୍ଷା ହୋଇଥିବା ନେଇ ବ୍ରିହାନ ମୁମ୍ବାଇ ମୁନିସପାଲ କର୍ପୋରେସନ-ବିଏମସି (Brihanmumbai Municipal Corporation-BMC)ପକ୍ଷରୁ କୁହାଯାଇଛି। ମୁମ୍ବାଇରେ ୨୧୫.୮ ମିଲିମିଟର ବର୍ଷା ହୋଇଥିବା ନେଇ ରେକର୍ଡ କରାଯାଇଛି। 

ସହରର ପୂର୍ବ ଭାଗରେ ୧୦୧.୯ ଏବଂ ପଶ୍ଚିମ ଭାଗରେ ୭୬.୦୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏହା ସହିତ ଗୁରୁବାର(ଅଗଷ୍ଟ ୬, ୨୦୨୦) ସମୁଦ୍ରରେ ଉଚ୍ଚ ଜୁଆର ଉଠିବା ନେଇ ପୂର୍ବାନୁମାନ କରାଯାଇଛି। ବିଗତ ୧୨ ଘଣ୍ଟା ମଧ୍ୟରେ ମୁମ୍ବାଇରେ ବର୍ଷାରେ ପ୍ରକୋପ ଜାରି ରହିଛି।                      

ପ୍ରବଳ ବର୍ଷା କାରଣରୁ ମାୟାନଗରୀ ମୁମ୍ବାଇ ସହରରେ ବସବାସ କରୁଥିବା ଲୋକଙ୍କ ସମସ୍ୟା ବଢିଯାଇଛି। ଏହା ସହିତ ସହରର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଉଠିଛି। ଚେମ୍ବୁର, ପରେଲା, ବାୟକୁଲା, ହିନ୍ଦମାତା, ଦାଦର, କିଙ୍ଗ୍ସ ସର୍କଲ, ସାୟନ, ଅନ୍ଧେରୀ, ସାନ୍ତକ୍ରୁଜ, ବୋଲିବଲି, ନାଲସୋପାରା ପ୍ରଭୃତି ସ୍ଥାନ ଜଳବନ୍ଦୀ ଅବସ୍ଥାରେ ରହିଛି। ଏହା ସହିତ ସଡକ ଏବଂ ରେଳପଥରେ ଯାତାୟତ ପ୍ରଭାବିତ ହୋଇଛି।                      
                         

ବର୍ଷା କାରଣରେ ପାଣିରେ ବୁଡିରେ ରହିଛି କେନ୍ଦ୍ରୀୟ ରେଲୱେ ଜୋନ ଅଧିନସ୍ଥ ମସଜିଦ ଏବଂ ବାୟକୁଲା ଷ୍ଟେସନ ମଧ୍ୟରେ ୨ଟି ଲୋକାଲ ଟ୍ରେନ(Local Train) ଫସି ଯାଇଥିଲା। ଏହି ଟ୍ରେନରେ ଫସି ରହିଥିବା ପ୍ରାୟ ୨୯୦ ଯାତ୍ରୀଙ୍କୁ ରେଳବାଇ ସୁରକ୍ଷା ବଳ-ଆରପିଏଫ(RPF-Railway Protection Force),ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ-ଏନଡିଆରଏଫ(NDRF-National Disaster Response Force) ପକ୍ଷରୁ ଉଦ୍ଧାର କରାଯାଇଛି।