WhatsApp Banned : WhatsAppର କାର୍ଯ୍ୟାନୁଷ୍ଠାନ; ଭାରତରେ ୬୬ ଲକ୍ଷ ଆକାଉଣ୍ଟ କଲା ବ୍ୟାନ୍
Advertisement
Article Detail0/zeeodisha/odisha2319365

WhatsApp Banned : WhatsAppର କାର୍ଯ୍ୟାନୁଷ୍ଠାନ; ଭାରତରେ ୬୬ ଲକ୍ଷ ଆକାଉଣ୍ଟ କଲା ବ୍ୟାନ୍

WhatsApp Bans 66 Lakh Accounts In India : ନିୟମ ଉଲଂଘନ ଅଭିଯୋଗରେ ହ୍ବାଟ୍ସଆପ୍ ୬୬ ଲକ୍ଷରୁ ଅଧିକ ଆକାଉଣ୍ଟକୁ ବ୍ୟାନ୍ କରିଛି .ପୁରା ପଢନ୍ତୁ...

WhatsApp

WhatsApp Banned : whatsapp ର ବଡ କାର୍ଯ୍ୟାନୁଷ୍ଠାନ।ମେଟା ଦ୍ବାରା ପରଚାଳିତ ହେଉଥିବା ଲୋକପ୍ରିୟ ମେସେଜିଂ ଆପ୍ ହ୍ବାଟ୍ସଆପ୍ ୬୬ ଲକ୍ଷରୁ ଅଧିକ ଆକାଉଣ୍ଟକୁ ବ୍ୟାନ୍ କରିଛି । 
ତେବେ ନିୟମ ଉଲଂଘନ ଅଭିଯୋଗରେ ଗତ ମେ ମାସରେ ୧୨ଲକ୍ଷ ୫୫ ହଜାର ଆକାଉଣ୍ଟକୁ କମ୍ପାନି ବ୍ଲକ କରିଥିବା ସୂଚନା ରହିଛି। 

ହ୍ବାଟ୍ସଆପ୍ ଭାରତରେ ୬୬ ଲକ୍ଷ ୨୦ ହଜାର ଆକାଉଣ୍ଟ ବ୍ୟାନ୍ କରିଛି । ଭାରତ ସରକାରଙ୍କ ଆଇଟି ନିୟମ ଅନୁସାରେ କମ୍ପାନିକୁ ପ୍ରତି ମାସ ରିପୋର୍ଟ ଦେବାକୁ ପଡ଼ୁଛି ।ତେଣୁ ଅନେକ ଆକାଉଣ୍ଟରେ କମ୍ପାନି ଆକ୍ସନ ନେଇଛି । ହ୍ଵାଟ୍ସଆପକୁ ୧୩ ହଜାର ଅଭିଯୋଗ ମିଳିଥିବା ବେଳେ କମ୍ପାନି କେବଳ ୩୧ଟି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଭାରତରେ ହ୍ବାଟ୍ସଆପରେ 880 ମିଲିୟନରୁ ଅଧିକ ୟୁଜର୍ସ ରହିଛନ୍ତି। ହ୍ଵାଟ୍ସଆପକୁ ଯଦି କୌଣସି ପ୍ରକାର ଅଭିଯୋଗ ମିଳେ ତେବେ କମ୍ପାନି ତା' ଉପରେ କାର୍ଯ୍ୟାନୁଷ୍ଠାନ ନେଇଥାଏ । କିନ୍ତୁ ହ୍ବାଟ୍ସଆପ୍ କେବଳ ଯେ ଆକାଉଣ୍ଟ୍ ବ୍ୟାନ୍ କରିବ ତା' ନୁହେଁ ଅନ୍ୟ ଉପାୟରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ । ଏହି ଭଳି ଏପ୍ରିଲ ମାସରେ ୭୧ ଲକ୍ଷ ଆକାଉଣ୍ଟ ବିରୋଧରେ ହ୍ବାଟ୍ସଆପ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।

ମିଳିଥିବା ସୂଚନା ଅନୁସାରେ ମାର୍ଚ୍ଚ ମାସରେ ହ୍ଵାଟ୍ସଆପକୁ ୧୦,୫୫୪ଟି ଅଭିଯୋଗ ଆସିଥିଲା । ତେବେ ହ୍ଵାଟ୍ସଆପ୍ ପକ୍ଷରୁ କୁହାଯାଇଛି ଯେ, ୟୁଜର୍ସଙ୍କୁ ମଧ୍ୟ ଆକାଉଣ୍ଟ ବ୍ୟାନ୍ କରିବା ଲାଗି ସ୍ଵତନ୍ତ୍ର ସୁବିଧା ଦିଆଯାଇଛି । ସେମାନେ ଚାହିଁଲେ ନିଜେ ଆକାଉଣ୍ଟ ବନ୍ଦ କରିପାରିବେ ।