କୋରୋନା ସଂକଟକୁ ନେଇ ଡବ୍ଲ୍ୟୁଏଚଓର ଚାଞ୍ଚଲ୍ୟକର ବୟାନ; ଆଗାମୀ ୧୦ବର୍ଷ ପର୍ଯ୍ୟନ୍ତ ଜାରି ରହିବ କୋଭିଡ୧୯ ପ୍ରଭାବ
Advertisement

କୋରୋନା ସଂକଟକୁ ନେଇ ଡବ୍ଲ୍ୟୁଏଚଓର ଚାଞ୍ଚଲ୍ୟକର ବୟାନ; ଆଗାମୀ ୧୦ବର୍ଷ ପର୍ଯ୍ୟନ୍ତ ଜାରି ରହିବ କୋଭିଡ୧୯ ପ୍ରଭାବ

ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ସମଗ୍ର ବିଶ୍ୱରେ କୋରୋନା ପ୍ରଭାବ ଜାରି ରହିବ ବୋଲି କହିଛନ୍ତି ଡବ୍ଲ୍ୟୁଏଚଓ ମୁଖ୍ୟ।  

କୋରୋନା ସଂକଟକୁ ନେଇ ଡବ୍ଲ୍ୟୁଏଚଓର ଚାଞ୍ଚଲ୍ୟକର ବୟାନ; ଆଗାମୀ ୧୦ବର୍ଷ ପର୍ଯ୍ୟନ୍ତ ଜାରି ରହିବ କୋଭିଡ୧୯ ପ୍ରଭାବ

ଜେନିଭା: ମହାମାରୀ କୋରୋନା ଭାଇରସ ପ୍ରସଙ୍ଗରେ ଏକ ଚାଞ୍ଚଲ୍ୟକର ବୟାନ ପ୍ରଦାନ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ-ଡବ୍ଲ୍ୟୁଏଚଓ (WHO-World Helath Organisation)। ଏନେଇ କୁହାଯାଇଛି କରୋନା ଭାଇରସ୍ କବଳରୁ ଶୀଘ୍ର ମୁକ୍ତି ମିଳିବ ନାହିଁ। ଏନେଇ ଡବ୍ଲ୍ୟୁଏଚଓ ମୁଖ୍ୟ ଟେଡ୍ରୋସ ଏଡହୋମ(WHO Chief Tedros Adhanom) କହିଛନ୍ତି ଦୁନିଆରେ ଏପରି ମହାମାରୀ ଶତାବ୍ଦୀରେ(୧୦୦ ବର୍ଷ) ଥରେ ଘଟିଥାଏ ଏବଂ ଏହାର ପ୍ରଭାବ ଆଗାମୀ ଦଶନ୍ଧି(୧୦ ବର୍ଷ) ପର୍ଯ୍ୟନ୍ତ ଅନୁଭୂତ ହେବ।  

ଜରୁରୀକାଳୀନ କମିଟି ବୈଠକରେ ଡବ୍ଲ୍ୟୁଏଚଓ ମୁଖ୍ୟ କହିଛନ୍ତି ଅନେକ ଦେଶ ଯେଉଁମାନେ ବିଶ୍ୱାସ କରିଥିଲେ ସେମାନେ କରୋନା ମୁକାବିଲା କରିବାରେ ସକ୍ଷମ ହୋଇଛନ୍ତି, ଏବେ ସେମାନେ ବର୍ତ୍ତମାନ ନୂଆ ମାମଲା ସହ ଲଢୁଛନ୍ତି। ଅନ୍ୟ କେତେକ ଦେଶ ଯେଉଁମାନେ କୋଭିଡ୧୯ ଦ୍ୱାରା କମ ପ୍ରଭାବିତ ହୋଇଥିଲେ, ବର୍ତ୍ତମାନ ସେମାନଙ୍କ ସ୍ଥିତି ଚିନ୍ତାଜନକ ହୋଇପଡିଛି। ଏହା ସହିତ ସେ ଏହା ମଧ୍ୟ କହିଛନ୍ତି କୋରୋନା ଟୀକା ନିର୍ମାଣ ଉପରେ ଜୋରସୋରରେ କାର୍ଯ୍ୟ ଚାଲିଛି। ହେଲେ ବର୍ତ୍ତମାନ ଆମକୁ ଏହି ଭାଇରସ ସହ କିପରି ବଞ୍ଚିବାକୁ ହେବ ସେ ନେଇ ଶିଖିବାକୁ ହେବ। ଆମ ପାଖରେ ଯାହା ଅଛି ତାହା ମାଧ୍ୟମରେ ଏପରି ମହମାରୀ ବିରୁଦ୍ଧରେ ଲଢେଇ ଜାରି ରଖିବାକୁ ହେବ ।

ଡବ୍ଲ୍ୟୁଏଚଓ ମୁଖ୍ୟ ଆହୁରି କହିଛନ୍ତି, 'ଅନେକ ବୈଜ୍ଞାନିକ ପ୍ରଶ୍ନର ସମାଧାନ ହୋଇଛି ଏବଂ ଅନେକଙ୍କୁ ଉତ୍ତର ଦିଆଯାଉଛି। ସେରୋଲୋଜି ଅଧ୍ୟୟନର ପ୍ରାରମ୍ଭିକ ଫଳାଫଳ ଏକ ସ୍ଥିର ଚିତ୍ର ଉପସ୍ଥାପନ କରୁଛି । ଦୁନିଆର ଅଧିକାଂଶ ଲୋକ ଏହି ଭାଇସ ପ୍ରତି ସଜାଗ ରହିଛନ୍ତି। ଏହିପରି ମହାମାରୀ ଶତାବ୍ଦୀରେ ଥରେ ଘଟିଥାଏ ଏବଂ ଆଗାମୀ ଦଶନ୍ଧି ପର୍ଯ୍ୟନ୍ତ ଏହାର ପ୍ରଭାବ ଆମକୁ ଅନୁଭବ କରିବାକୁ ହେବ। 

ଚୀନର ବୁହାନ ସହରରୁ ଉତ୍ପତ୍ତି ଲାଭ କରିଥିବା କୋରୋନା ମହମାରୀ ଏବେ ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ସ୍ୱାସ୍ଥ୍ୟ ସଙ୍କଟ ସହିତ ଅଧିକାଂଶ ଦେଶର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡିଛି। ୟୁରୋପରେ ଜିଡିପିରେ ୧୨.୧ପ୍ରତିଶତ ଏବଂ ୟୁନିୟନ ବ୍ଲକରେ ୧୧.୯ ପ୍ରତିଶତ ହ୍ରାସ ଘଟିଛି। ବର୍ତ୍ତମାନ ସୁଦ୍ଧା କରୋନା ଦ୍ୱାରା ୧୭ ମିଲିୟନରୁ ଅଧିକ ଲୋକ ସଂକ୍ରମିତ ହୋଇ ସାରିଛନ୍ତି। ପାଖାପାଖି ୬,୭୫,୦୦୦ ଲୋକଙ୍କ ମୃତ୍ୟୁ ଘଟିଛି।