ଡବ୍ଲ୍ୟୁଏଚଓର ବିଶ୍ୱାସ: କୋରୋନା ବିରୋଧି ଲଢେଇରେ ଜିତି ପାରିବ ଭାରତ
Advertisement

ଡବ୍ଲ୍ୟୁଏଚଓର ବିଶ୍ୱାସ: କୋରୋନା ବିରୋଧି ଲଢେଇରେ ଜିତି ପାରିବ ଭାରତ

କୋରୋନା  ବିରୋଧି ଲଢେଇରେ ଭାରତ ଜିତି ପାରିବ ବୋଲି ବିଶ୍ୱାସ ରଖିଛି ଡବ୍ଲ୍ୟୁଏଚଓ।

ଡବ୍ଲ୍ୟୁଏଚଓର ବିଶ୍ୱାସ: କୋରୋନା ବିରୋଧି ଲଢେଇରେ ଜିତି ପାରିବ ଭାରତ

ଜେନେଭା: ଗତବର୍ଷ ଡିସେମ୍ବରରୁ ଚଳିତ ବର୍ଷର ମଧ୍ୟଭାଗ ପର୍ଯ୍ୟନ୍ତ ବିଶ୍ୱର କୋଣ ଅନୁକୋଣରେ ଜାରି ରହିଛି କୋରୋନା ପ୍ରକୋପ । ବିଶ୍ୱ ବ୍ୟାପୀ ୧୪୦ରୁ ଅଧିକ ଦେଶ ବିଶ୍ୱ ମହମାରୀ କୋଭିଡ ୧୯ ଦ୍ୱାରା ହୋଇଛନ୍ତି କବଳିତ । ଭାରତ ଆମେରିକା, ବ୍ରାଜିଲ, ଋଷ ସମେତ ଅନେକ ଦେଶ ଏହା ଦ୍ୱାରା ହୋଇଛନ୍ତି ପ୍ରଭାବିତ ।  କୋରନାର ମୁକାବିଲା କରିବାକୁ ସମସ୍ତ ପ୍ରଭାବିତ ରାଷ୍ଟ୍ର ନିଜ ନିଜସ ସ୍ତରରେ ଜାରି ରଖିଛନ୍ତି ଉଦ୍ୟମ ।

କୋରୋନା ମୁକାବିଲା କ୍ଷେତ୍ରରେ ଭାରତ ପକ୍ଷରୁ ନିଆଯାଇଥିବା ସତର୍କତା ମୂଳକ ପଦକ୍ଷେପ ଏବଂ ଦକ୍ଷତାକୁ ବିଶ୍ୱାସ ପରିସରକୁ ନେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ-ଡବ୍ଲ୍ୟୁଏଚଓ(World Health Organisation-WHO)।

ଏନେଇ ଡବ୍ଲ୍ୟୁଏଚଓ ପକ୍ଷରୁ ଆମେରିକା, ବ୍ରାଜିଲ ଏବଂ ଭାରତ ଯେଉଁଠାରେ କରୋନା ଜୀବାଣୁ ବୃଦ୍ଧି ପାଇଛି, ସେ କ୍ଷେତ୍ରରେ ଏହି ଦେଶ ଏହାର ମୁକାବିଲା କରି ବିଶ୍ୱର ଶୀର୍ଷ ସ୍ଥାନରେ ପହଞ୍ଚିବାର କ୍ଷମତା ରଖିଛନ୍ତି। ଡବ୍ଲ୍ୟୁଏଚଓର ଜରୁରୀକାଳୀନ କାର୍ଯ୍ୟକ୍ରମ ମୁଖ୍ୟ ଡ.ମାଇକ ରିଆନ(Dr Mike Ryan)କହିଛନ୍ତି, ଭାରତ, ଆମେରିକା ଏବଂ ବ୍ରାଜିଲ ଆଦି ଦେଶ ଶକ୍ତିଶାଳୀ, ଦକ୍ଷ, ଗଣତାନ୍ତ୍ରିକ ରାଷ୍ଟ୍ର । ବିଶ୍ୱ ମହମାରୀର କୋରୋନା ମୁକାବିଲା ଲାଗି ସେମାନଙ୍କ ନିକଟରେ ଆଭ୍ୟନ୍ତରୀଣ କ୍ଷମତା ରହିଛି। 

ଆମେରିକା ହେଉଛି ବିଶ୍ୱର ସବୁଠାରୁ ଅଧିକ କରୋନା ପ୍ରଭାବିତ ଦେଶ। ବ୍ରାଜିଲ ଦ୍ୱିତୀୟ ସ୍ଥାନରେ ରହିଛି, ତୃତୀୟରେ ଭାରତ ରହିଛି। ଆମେରିକାରେ କରୋନ ଭାଇରସ ମାମଲା ଗୁରୁବାର ୪ ମିଲିୟନରୁ ଅଧିକ ହୋଇଛି। ହାରାହାରି, ପ୍ରତି ଘଣ୍ଟାରେ ୨୬୦୦ରୁ ଅଧିକ ନୂତନ ମାମଲା ପଞ୍ଜିକୃତ ହୋଇଛି। ନିକଟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ କରୋନା ବିରୋଧରେ ଯୁଦ୍ଧରେ ଭାରତର ପ୍ରଶଂସା କରିଥିଲେ । ସେ କହିଛନ୍ତି ଏକ ବଡ ଧରଣର ପରୀକ୍ଷା କ୍ଷେତ୍ରରେ ଭାରତ ନମ୍ବର ଆମେରିକା ପରେ ଆସୁଛି ।

ପୂର୍ବରୁ ମଧ୍ୟ କରିଥିଲା ପ୍ରଶଂସା
ଏହା ପୂର୍ବରୁ କୋରୋନା ମୁକାବିଲା କ୍ଷେତ୍ରରେ ଡବ୍ଲ୍ୟୁଏଚଓ ଭାରତର ଉଦ୍ୟମକୁ ପ୍ରଶଂସା କରିଛି। ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଥିଲା, ଆରମ୍ଭରୁ ଭାରତ କୋଭିଡ୧୯ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ପରୀକ୍ଷଣ କ୍ଷମତାକୁ ବଢାଇବା, ଅଧିକ ଡାକ୍ତରଖାନା ପ୍ରସ୍ତୁତ କରିବା, ଔଷଧ ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ମହଜୁଦ ରଖିବା ଲାଗି ବ୍ୟବସ୍ଥା କରିବା ଉପରେ ଭାରତ ଧ୍ୟାନ ଦେଉଛି।

ମାଇକ ରିଆନ ଏହା ମଧ୍ୟ କହିଛନ୍ତି କରୋନା ବିସ୍ତାରକୁ ରୋକିବା ପାଇଁ ଭାରତ ନିଜର ଆକ୍ରମଣାତ୍ମକ କାର୍ଯ୍ୟ ଜାରି ରଖିବା ଉଚିତ। ସେ କହିଥିଲେ, ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ଭାରତ ଆକ୍ରମଣାତ୍ମକ କାର୍ଯ୍ୟ ଜାରି ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସାଇଲେଣ୍ଟ କିଲର(silent killer) ଏବଂ ପୋଲିଓ ଭଳି ଦୁଇଟି ଗୁରୁତର ରୋଗ ଦୂର କରିବାରେ ଭାରତ ବିଶ୍ୱସ୍ତରରେ ସଫଳତା ହାସଲ କରିଛି। ବର୍ତ୍ତମାନ ମଧ୍ୟ ଭାରତ ନିକଟରେ ଏହି କ୍ଷମତା ରହିଛି, ସମସ୍ତ ଦେଶ ପାଖରେ ଭାରତ ଭଳି ସାମର୍ଥ୍ୟ ରହିବା ଦରକାର।