'ତିନି ତଲାକ'କୁ ନେଇ ଆସିଲା ନୂଆ ପ୍ରାବଧାନ, ଲାଭରେ ରହିବେ ମୁସଲିମ ମହିଳା
Advertisement

'ତିନି ତଲାକ'କୁ ନେଇ ଆସିଲା ନୂଆ ପ୍ରାବଧାନ, ଲାଭରେ ରହିବେ ମୁସଲିମ ମହିଳା

ତିନି ତଲାକ (Triple Talaq) ହେଉଛି ଭାରତରେ ପ୍ରଚଳିତ ମୁସଲିମ ଆଇନ (Muslim Law) ଅନ୍ତର୍ଗତ ତୁରନ୍ତ ବିବାହ ବିଚ୍ଛେଦ (Divorce) ସମ୍ବନ୍ଧିତ ଏକ ପ୍ରାବଧାନ । ବିଶେଷଭାବେ ହନାଫି ସୁନ୍ନି ଇସଲାମିକ (Islamic) ପନ୍ଥାର ଅନୁଗାମୀମାନେ ଏହି ନ୍ୟାୟିକ ପରମ୍ପରାରେ ବିଶ୍ୱାସ କରନ୍ତି । ଉକ୍ତ ପ୍ରାବଧାନ ପ୍ରକାରେ ମୁସଲମାନ (Musalman) ପୁରୁଷଟିଏ ମାତ୍ର

'ତିନି ତଲାକ'କୁ ନେଇ ଆସିଲା ନୂଆ ପ୍ରାବଧାନ, ଲାଭରେ ରହିବେ ମୁସଲିମ ମହିଳା

ନୂଆଦିଲ୍ଲୀ: ତିନି ତଲାକ (Triple Talaq) ହେଉଛି ଭାରତରେ ପ୍ରଚଳିତ ମୁସଲିମ ଆଇନ (Muslim Law) ଅନ୍ତର୍ଗତ ତୁରନ୍ତ ବିବାହ ବିଚ୍ଛେଦ (Divorce) ସମ୍ବନ୍ଧିତ ଏକ ପ୍ରାବଧାନ । ବିଶେଷଭାବେ ହନାଫି ସୁନ୍ନି ଇସଲାମିକ (Islamic) ପନ୍ଥାର ଅନୁଗାମୀମାନେ ଏହି ନ୍ୟାୟିକ ପରମ୍ପରାରେ ବିଶ୍ୱାସ କରନ୍ତି । ଉକ୍ତ ପ୍ରାବଧାନ ପ୍ରକାରେ ମୁସଲମାନ (Musalman) ପୁରୁଷଟିଏ ମାତ୍ର ତିନିଥର ତଲାକ ଅର୍ଥାତ୍ ଏହାର (ଆରବୀ ଭାଷାରେ ବିବାହ ବିଚ୍ଛେଦ ଉଚ୍ଚାରଣ କରି (ମୌଖିକ, ଲିଖିତ କିମ୍ବା କୌଣସି ଇଲେକ୍ଟୋନିକ ଉପକରଣ ମାଧ୍ୟମରେ) ନିଜ ସ୍ତ୍ରୀକୁ ଆଇନତଃ ଛାଡପତ୍ର ଦେଇପାରିବେ । ହେଲେ ଭାରତର ଉଚ୍ଚତମ ନ୍ୟାୟାଳୟ (Supreme Court) ତିନି ତଲାକକୁ ଅସାମ୍ବିଧାନିକ ତଥା ଅବୈଧ ଘୋଷଣା କରିଛନ୍ତି। 

ମାତ୍ର କିଛିଦିନ ତଳେ ସୁପ୍ରିମକୋର୍ଟ ଏକ ମୁସଲିମ ମହିଳାଙ୍କ ଯାଚିକାର ଶୁଣାଣି ସମୟରେ କହିଛନ୍ତି ଯେ, ଇସଲାମ ଧର୍ମରେ ତଲାକ- ଏ- ହସନ ଏତେଟା ଅନୁଚିତ୍ ବି ନୁହେଁ । ତେବେ ଉକ୍ତ ମହିଳା ପ୍ରଥମେ ନିଜ ଓକିଲରୁ ଭେଟିବା ସହ ଏକଥା କହିଛନ୍ତି କି ତାଙ୍କର ଗୋଟିଏ ୮ ମାସର ଶିଶୁ ଅଛି ହେଲେ ତାଙ୍କ ସ୍ୱାମୀ ଲିଖିତ ଆକାରର ତଲାକ୍ କରିଛନ୍ତି ଆଉ ତାହା ତଲାକ-ଏ-ହସନ ଜରିଆରେ କରିଛନ୍ତି। ଏହାପରେ ଉକ୍ତ ମୁସଲିମ ମହିଳା ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଯାଚିକା ଦାୟର କରିଛନ୍ତି । ଉକ୍ତ ମହିଳା କହିଛନ୍ତି ଯେ, ତାଙ୍କ ସ୍ୱାମୀ ନିଜେ ଲିଖିତ ଭାବେ ତଲାକ ଲେଖିନାହାଁନ୍ତି ବରଂ ତାଙ୍କ ଓକିଲ ଏହା ଲେଖିକି ଦେଇଛନ୍ତି। ତେବେ ଏହାକୁ ଅସାମ୍ୱିଧାନିକ କହିବା ସହ ଏହା ଉପରେ ରୋକ ଲଗାଇବାକୁ ଅପିଲ କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣୀ ଅଗଷ୍ଟ ୨୮ ତାରିଖକୁ ଧାର୍ଯ୍ୟ କରାଯାଇଛି। 

ମୁସଲିମ ଉଲେମାଙ୍କ କହିବାନୁଯାୟୀ, ଖାଲି ତଲାକ୍ କହିଦେଲେ ହୁଏନାହିଁ, ଜଣେ ଯେତେବେଳେ ପ୍ରଥମେ ତଲାକ୍ ବୋଲି କହୁଛି ସର୍ବପ୍ରଥମେ ଦମ୍ପତ୍ତିଙ୍କ ଶେଯ ଅଲଗା ହୁଏ ଅର୍ଥାତ୍ ଦୁହିଁଙ୍କ ମଧ୍ୟରେ କୌଣସି ସମ୍ପର୍କ ରୁହେ ନାହିଁ । ଆଉ ଏହା ତିନି ଥର ହେବା ଦରକାର । ଅନ୍ୟପଟେ ସେ କହିଛନ୍ତି ଯେ, ତଲାକ-ଏ-ହସନ ଜରିଆରେ ଯଦି ଜଣେ ତଲାକ୍ ଦେବାକୁ ଚାହୁଁଛି ତେବେ ତୁରନ୍ତ ଦମ୍ପତିଙ୍କ ମଧ୍ୟରେ ଥିବା ବିବାଦକୁ ଶେଷ କରିବାକୁ ପ୍ରକ୍ରିୟା ଆରମ୍ଭ କରିଦେବା ଜରୁରୀ । ଏହାପରେ ଦ୍ୱିତୀୟ ତଲାକ୍ ମଧ୍ୟସ୍ଥିଙ୍କ ଉପସ୍ଥିତିରେ ହେବା ଜରୁରୀ । ଏହା ପରେ ବି ଯଦି ଦମ୍ପତ୍ତିଙ୍କ ମଧ୍ୟରେ ଭଲ ସମ୍ପର୍କ ବଦଳରେ ତିକ୍ତତା ଦେଖାଦିଏ ତେବେ ତୃତୀୟ ଥର ତଲାକ୍ ରେ ଏହାକୁ ବିବାହ ବିଚ୍ଛେଦର ରୂପ ଦିଆଯାଇଥାଏ । ଆଉ ଏଥିରେ ପତ୍ନୀ ଅର୍ଥାତ୍ ମୁସଲିମ ମହିଳାଙ୍କ ସହମତି ବି ଜରୁରୀ ହୋଇଥାଏ । ତେବେ ଉକ୍ତ ମୁସଲିମ ମହିଳାଙ୍କ କହିବାନୁଯାୟୀ ତାଙ୍କ ସ୍ୱାମୀ ନେଇଥିବା ପଦକ୍ଷେପ ଏକତରଫା ତେବେ ଏହା ଉପରେ ବିଚାର କରିବା ଜରୁରୀ।

ଅଧିକ ପଢନ୍ତୁ: ସିନ୍ଦେଙ୍କୁ କଡ଼ା ଜବାବ ଦେଲେ ବିଦ୍ରୋହୀ ବିଧାୟକ

ଅଧିକ ପଢନ୍ତୁ: ମୁଣ୍ଡ ବିନ୍ଧାଉଛନ୍ତି କଂଗ୍ରେସ ପରିବାର, ରାହୁଲଙ୍କୁ ମନାଇବାକୁ ପ୍ରୟାସ ଜୋରଦାର