ନୂଆଦିଲ୍ଲୀ: ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ଧର୍ମକୁ ଅନୁସରଣ କରିଥାନ୍ତି ବିଭିନ୍ନ ବର୍ଗର ଲୋକ। ଆଉ ସେମାନଙ୍କର ଧାର୍ମିକ ରୀତନୀତି ଏବଂ ଆରାଧନା କରିବାର ସ୍ଥାନ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ। ଏହି କ୍ରମରେ ବିଶ୍ୱରେ ସର୍ବାଧିକ ପରିମାଣର ଅନୁଗାମୀ ରହିଥିବା ଖ୍ରୀଷ୍ଟଧର୍ମର ଧାର୍ମିକ ସ୍ଥଳ ହେଉଛି ଚର୍ଚ୍ଚା। ଯେଉଁଠି ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଲୋକେ ଇଶ୍ୱର ପୁତ୍ର ଯୀଶୁଙ୍କ ଉଦ୍ଦେଶ୍ୟରେ ଆରାଧନା କରିଥାନ୍ତି।


COMMERCIAL BREAK
SCROLL TO CONTINUE READING

ଇଶ୍ୱର ପୁତ୍ର ଯୀଶୁଙ୍କ ଦ୍ୱାରା ଖ୍ରୀଷ୍ଟ ଧର୍ମ ପ୍ରତିଷ୍ଠା ହେବା ପରେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ସ୍ଥାପିତ ହୋଇଛି ଚର୍ଚ୍ଚ (Church)। ବିଶ୍ୱର ଭିନ୍ନ ଭିନ୍ନ ଦେଶରେ ଏପରି ଅନେକ ଚର୍ଚ୍ଚ ରହିଛି ଯାହା ପର୍ଯ୍ୟଟକଙ୍କ ଲାଗି ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି। ଏଠାରେ ଆରାଧନା କରିବା ପରିବର୍ତ୍ତେ ପରିଦର୍ଶନ କରିବାକୁ ଆସିଥାନ୍ତି ଲକ୍ଷାଧିକ ଲୋକ। 


ଏପରି ଏକ ଚର୍ଚ୍ଚ ୟୁରୋପୀୟ ଦେଶ ଚେକ ଗଣରାଜ୍ୟର (Czech Republic) ରାଜଧାନୀ ପ୍ରାଗ (Prague) ଠାରେ ଅବସ୍ଥିତ। ଏହାର ବିଶେଷତ୍ୱ ହେଉଛି ଏହାକୁ ବିଶ୍ୱର ସବୁଠାରୁ ଭୟାନକ ଚର୍ଚ୍ଚ ବୋଲି କୁହାଯାଏ। କାରଣ ଏହାର ଗଠନ ମଣିଷ ଅସ୍ଥି (Human Bone) ସହାୟତାରେ କରାଯାଇଛି। ଭୟାନକ ହୋଇଥିବା ସତ୍ତ୍ୱେ ଏପରି ରହସ୍ୟମୟ ଚର୍ଚ୍ଚକୁ ପ୍ରତି ବର୍ଷ ଲକ୍ଷାଧିକ ଲୋକ ପରିଦର୍ଶନରେ ଆସିଥାନ୍ତି।    


Also Read: ଏଣିକି ଅଫିସରୁ ସପ୍ତାହରେ ମିଳିବ ତିନି ଦିନର Weekly Off


 


ଚେକ ଗଣରାଜ୍ୟର ରାଜଧାନୀ ପ୍ରାଗ ଠାରେ ଅବସ୍ଥିତ ଏହି ରହସ୍ୟମୟ ତଥା ଭୟାନକ ଚର୍ଚ୍ଚର ନାଁ ହେଉଛି ସେଡଲକ ଆସ୍ୟୁୟାରୀ (Sedlec Ossuary)। ଆଉ ଏହାର ନିର୍ମାଣ ୭୦ ହଜାର ନରକଙ୍କାଳ ସହାୟତାରେ କରାଯାଇଛି। ଏକ ଅନୁମାନ ଅନୁସାରେ ଏହି ଚର୍ଚ୍ଚର ଛାତ ଠାରୁ ଆରମ୍ଭ କରି ଚଟାଣ ପର୍ଯ୍ୟନ୍ତ ହୋଇଥିବା ନିର୍ମାଣେ ୪୦-୭୦ ହଜାର ମଣିଷ ହାଡ ବ୍ୟବହାର ହୋଇଛି। ହାଡରେ ନିର୍ମିତ ହୋଇଥିବାରୁ ଏହା ଚର୍ଚ୍ଚ ଅଫ ବୋନ୍ସ (Church of Bones) ନାମରେ ମଧ୍ୟ ଜଣାଶୁଣା।      


Also Read: ଅଯୋଧ୍ୟା ମସଜିଦରେ ନମାଜ ପଢିବା ହାରାମ: ଅସାଦୁଦ୍ଦିନ ଓୱେସୀ
 
ଆଜକୁ ୧୫୦ ବର୍ଷ ପୂର୍ବେ ଅର୍ଥାତ ୧୮୭୦ ମସିହାରେ ଏହି ଚର୍ଚ୍ଚର ନିର୍ମାଣ କରାଯାଇଥିଲା। ବିଶ୍ୱର ଏହି ଭୟାନକ ଚର୍ଚ୍ଚକୁ ମଣିଷ ହାଡ ସହାୟତାରେ ନିର୍ମାଣ କରିବା ପଛରେ ଏକ ରହସ୍ୟମୟ କାରଣ ରହିଛି। ୧୨୭୮ ମସିହାରେ ସେତେବେଳର ବୋହେମିଆ ସାମ୍ରଜ୍ୟର ରାଜା ଦ୍ୱିତୀୟ ଆଟ୍ଟୋକର ହେନେରୀ ନାମକ ଜଣେ ସନ୍ଥକୁ ଖ୍ରୀଷ୍ଟ ଧର୍ମର ପବିତ୍ର ସ୍ଥଳ ଜେରୁସେଲମ ପଠାଇଥିଲେ। ଏହି ସ୍ଥାନ ଇଶ୍ୱର ପୁତ୍ର ଯୀଶୁଙ୍କ କର୍ମସ୍ଥଳୀ ଭାବେ ଜଣାଶୁଣା। ଯେଉଁଠାରେ ତାକୁ କ୍ରୁସବିଦ୍ଧ କରାଯାଇଥିଲା।   


Also Read: ଏଆଇଏମଆଇଏମ ସାଂସଦଙ୍କ ଧମକ; 'ମସଜିଦ ଖୋଲ ନହେଲେ ରାସ୍ତାରେ ବସି ପଢିବୁ ନମାଜ'


 


ଜେରୁସେଲମ ଯାତ୍ରା ଶେଷ କରିବା ପରେ ହେନେରୀ ନାମକ ସେହି ସନ୍ଥ ସେଠାରୁ କିଛି ମାଟି ନେଇ ଆସିଥିଲେ। ଏହା ପରେ ସେହି ମାଟିକୁ ଏକ କବ୍ରିସ୍ଥାନ ଉପରେ ପକାଯାଇଥିଲା। ଯେଉଁଠାରେ ଶବ ସଂସ୍କାର କରାଯାଇଥାଏ। ଏହା ପରେ ୧୪ ଶହ ଶତାବ୍ଦୀରେ  ସେତେବେଳର ୟୁରୋପରେ ବ୍ଲାକ ଡେଥ ମହାମାରୀ (Black Death Pandemic) ବ୍ୟାପି ଯାଇଥିଲା। ଯାହା ଫଳରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହି ରୋଗରେ ପ୍ରାଣ ହରାଇଥିବା ଲୋକଙ୍କ ଅନ୍ତିମ ସଂସ୍କାର ସେଠାରେ କରାଯାଇଥିଲା ଯେଉଁଠି ବିଶ୍ୱର ସବୁଠାରୁ ଭୟାନକ ଚର୍ଚ୍ଚ ସ୍ଥାପନ କରାଯାଇଛି।   


Also Read: ପୁଣି ସାମ୍ନାକୁ ଆସିଲା ଚୀନର ମୁସଲମାନ ବିରୋଧି ଚେହେରା, ମସଜିଦ ଭାଙ୍ଗି ନିର୍ମାଣ କଲା ସର୍ବସାଧାରଣ ଶୌଚାଳୟ    


ଏହି ଘଟଣା ପରେ ୧୫ ଶହ ଶତାବ୍ଦୀରେ ବୋହେମିଆ ଯୁଦ୍ଧରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହି ଯୁଦ୍ଧରେ ପ୍ରାଣ ହରାଇଥିବା ଲୋକଙ୍କ ଅନ୍ତିମ ସଂସ୍କାର ସେଠାରେ  କରାଯାଇଥିଲା। ଯାହା ଫଳରେ ଏହି କବ୍ରିସ୍ତାନରେ ମଣିଷ ହାଡ଼ ସଂଖ୍ୟା  ବଢି ଚାଲିବାରୁ ଏହାକୁ ସଂଗ୍ରହ କରାଯାଇ ସେଠାରେ ଏକ ଚର୍ଚ୍ଚ ସ୍ଥାପନ କରାଯାଇଥିଲା। ଏହି ପ୍ରକ୍ରିୟା ଏ ପର୍ଯ୍ୟନ୍ତ ମଧ୍ୟ ଜାରି ରହିଛି।