ଏଆଇଏମଆଇଏମ ସାଂସଦଙ୍କ ଧମକ; 'ମସଜିଦ ଖୋଲ ନହେଲେ ରାସ୍ତାରେ ବସି ପଢିବୁ ନମାଜ'
Advertisement
Article Detail0/zeeodisha/odisha737475

ଏଆଇଏମଆଇଏମ ସାଂସଦଙ୍କ ଧମକ; 'ମସଜିଦ ଖୋଲ ନହେଲେ ରାସ୍ତାରେ ବସି ପଢିବୁ ନମାଜ'

ଦୀର୍ଘ ଦିନ ଧରି ମନ୍ଦିର, ମସଜିଦ ଆଦି ଧର୍ମାନୁଷ୍ଠାନ ବନ୍ଦ ରହିଛି । ଯାହାର ପ୍ରତିବାଦ କରିଛନ୍ତି ଔରଙ୍ଗାବାଦର ଏଆଇଏମଆଇଏମ ସାଂସଦ ଇମତିଆଜ ଜଲୀଲ । ଏନେଇ ଧମକପୂର୍ଣ୍ଣ ଶୈଳୀରେ ସେ କହିଛନ୍ତି, "ଯଦି ମସଜିଦ ଖୋଲାନଯାଏ ତାହେଲେ ରାସ୍ତାରେ ବସି ନମାଜ ପଢିବୁ । "

ଏଆଇଏମଆଇଏମ ସାଂସଦଙ୍କ ଧମକ; 'ମସଜିଦ ଖୋଲ ନହେଲେ ରାସ୍ତାରେ ବସି ପଢିବୁ ନମାଜ'

ମୁମ୍ବାଇ: ପ୍ରାୟ ୬ ମାସରୁ ଉର୍ଦ୍ଧ୍ୱ ସମୟ ଧରି ଦେଶରେ ଜାରି ରହିଛି କୋରୋନା ସଂକଟ । ଦେଶରେ କୋରୋନା ସଂକ୍ରମିତ ରାଜ୍ୟଙ୍କ ତାଲିକାରେ ସର୍ବାଗ୍ରେ ରହିଛି ମହାରାଷ୍ଟ୍ର । ବିଶ୍ୱ ମହାମାରୀ କୋଭିଡ୧୯ର ମୁକାବିଲା ଲାଗି ସାମାଜିକ ଦୂରତା ରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି । ଏହି କ୍ରମରେ ଧର୍ମାନୁଷ୍ଠାନ ଭଳି ସାର୍ବଜନୀନ ସ୍ଥାନକୁ କେତେକ ଅଞ୍ଚଳରେ ଖୋଲାଯାଇନାହିଁ ।    

ହେଲେ ଏବେ ମସଜିଦ ଖୋଲିବାକୁ ଧମକପୂର୍ଣ୍ଣ ଷ୍ଟାଇଲରେ ଦାବି କରିଛନ୍ତି ମହାରଷ୍ଟ୍ରର (Maharstra) ଔରଙ୍ଗାବାଦ ସଂସଦୀୟ କ୍ଷେତ୍ରର (Aurangabad Lok Sabha Seat) ସାଂସଦ ତଥା ଅଲ ଇଣ୍ଡିଆ ମଜଲିସ ଇ ଇତ୍ତେହାଦୁଲ ମୁସଲିମିନ-ଏଆଇଏମଆଇଏମ (All India Majlis-e-Ittehadul Muslimeen-AIMIM) ନେତା ଇମତିଆଜ ଜଲୀଲ (Imtiyaz Jaleel) । 

ଏନେଇ ସେ କହିଛନ୍ତି ବର୍ତ୍ତମାନ ବ୍ୟବସାୟ, କାରଖାନା, ଦୋକାନ ବଜାର, ଜାତୀୟ ରାଜପଥ ଆଦି ଖୋଲିଗଲାଣି । ଏପରିକି ବସ, ଟ୍ରେନ, ବିମାନ ସେବା ଚାଲୁହେଲାଣି । ହେଲେ ସରକାରକୁ ଧାର୍ମିକସ୍ଥଳକୁ ବନ୍ଦ ରଖିଛନ୍ତି । ରାଜସ୍ୱ ଲାଗି ମଦ ଦୋକାନ ଖୋଲିଗଲାଣି । କମ ଲୋକଙ୍କ ଉପସ୍ଥିତି ବାହାଘର ଆଦି କାର୍ଯ୍ୟ ମଧ୍ୟ ଅନୁଷ୍ଠିତ ହେଉଛି । 

ଦୀର୍ଘ ଦିନ ଧରି ମନ୍ଦିର, ମସଜିଦ ଆଦି ଧର୍ମାନୁଷ୍ଠାନ ବନ୍ଦ ରହିଛି । ଯାହାର ପ୍ରତିବାଦ କରିଛନ୍ତି ଔରଙ୍ଗାବାଦର ଏଆଇଏମଆଇଏମ ସାଂସଦ ଇମତିଆଜ ଜଲୀଲ । ଏନେଇ ଧମକପୂର୍ଣ୍ଣ ଶୈଳୀରେ ସେ କହିଛନ୍ତି, "ଯଦି ମସଜିଦ ଖୋଲାନଯାଏ ତାହେଲେ ରାସ୍ତାରେ ବସି ନମାଜ ପଢିବୁ । "

 
ଆମେ କେତେଦିନ ପର୍ଯ୍ୟନ୍ତ ଅପେକ୍ଷା କରିବୁ। ମୁଁ ସମସ୍ତ ହିନ୍ଦୁଙ୍କୁ ଅନୁରୋଧ କରୁଛି ସେମାନେ ମନ୍ଦିର ଖୋଲିବା କାର୍ଯ୍ୟରେ ଲାଗିଯାନ୍ତୁ । ଆମେ ସେପ୍ଟମ୍ବର ୨ ତାରିଖରୁ ମସଜିଦ ଖୋଲିବା ଲାଗି ଆହ୍ୱାନ କରିବୁ । ଏଥିଲାଗି ସରକାର ଯଦି ଅନୁମତି ଦିଅନ୍ତି ତାହେଲେ ଭଲକଥା ନହେଲେ ଆମେ ରାସ୍ତାରେ ନମାଜ ପଢିବୁ ।     

ଏଆଇଏମଆଇଏମ ସାଂସଦଙ୍କ ଧମକର ଜବାବ ଦେଇ ବିଜେପି ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସୀମ୍ହା ରାଓଙ୍କ ପୁଅ ଏନ.ବି ସୁଭାଷ (BJP Leader N.B Shubash) କହିଛନ୍ତି ଏହା ହାସ୍ୟାସ୍ପଦ କଥା । ବର୍ତ୍ତମାନ ଦେଶରେ ଜାରି ରହିଥିବା କୋରୋନା ସଂକଟ ଜାରି ରହିଥିବା ବେଳେ ଏହାର ମୁକାବିଲା ଲାଗି ପର୍ଯ୍ୟାୟକ୍ରମେ ଅନଲକିଂ ପ୍ରକିୟା ଜାରି ରହିଛି । ଜନପ୍ରତିନିଧି ଭାବେ ଏଆଇଏମଆଇଏମ ସାଂସଦ ଇମତିଆଜ ଜଲୀଲ ମୁସଲମାନଙ୍କୁ ଉତ୍ତେଜିତ କରାଇବା ଠିକ ନୁହେଁ । ବର୍ତ୍ତମାନ ଦେଶରେ ସ୍ୱାଭାବିକ ଅବସ୍ଥା ଫେରିନାହିଁ । ଦେଶର ସର୍ବାଧିକ କୋରୋନା ପ୍ରଭାବିତ ରାଜ୍ୟଙ୍କ ତାଲିକାରେ ରହିଛି ମହାରାଷ୍ଟ୍ର ।