ଏଣିକି ଅଫିସରୁ ସପ୍ତାହରେ ମିଳିବ ତିନି ଦିନର Weekly Off
Advertisement
Article Detail0/zeeodisha/odisha867595

ଏଣିକି ଅଫିସରୁ ସପ୍ତାହରେ ମିଳିବ ତିନି ଦିନର Weekly Off

ତେବେ କିଛି କିଛି ଅଫିସରେ ଛୁଟି ଗୋଟିଏ ଦିନ, ଦୁଇ ଦିନ ବି ରହିଥାଏ, ହେଲେ ଥରେ ଭାବନ୍ତୁ ଯଦି ସାପ୍ତାହିକ ଛୁଟି ତିନିଦିନ ରୁହେ ତେବେ କଣ ହେବ ?

ଏଣିକି ଅଫିସରୁ ସପ୍ତାହରେ ମିଳିବ ତିନି ଦିନର Weekly Off

ନୂଆଦିଲ୍ଲୀ: କର୍ମଯୋଗୀ ମଣିଷଙ୍କୁ ସବୁବେଳେ ନିଜର ସାପ୍ତାହିକ ଛୁଟି ଉପରେ ନଜର ରହିଥାଏ । ସପ୍ତାହର ୬ ଦିନ କାମ କରିବା ପରେ ଗୋଟିଏ ଦିନ ମିଳିଥାଏ ଆରାମ କରିବାକୁ। ଅଧିକତମ ସରକାରୀ ଅଫିସ ଗୁଡ଼ିକରେ ରବିବାର ଛୁଟି ରହିଥାଏ ସେହିପରି ବେସରକାରୀ ଅଫିସରେ ଲୋକସଂଖ୍ୟା ଓ କାମର ଭାରକୁ ନଜରରେ ରଖି ଛୁଟି ଦିଆଯାଇଥାଏ ।ତେବେ କିଛି କିଛି ଅଫିସରେ ଛୁଟି ଗୋଟିଏ ଦିନ, ଦୁଇ ଦିନ ବି ରହିଥାଏ, ହେଲେ ଥରେ ଭାବନ୍ତୁ ଯଦି ସାପ୍ତାହିକ ଛୁଟି ତିନିଦିନ ରୁହେ ତେବେ କଣ ହେବ ?

ତେବେ ଏମିତି ନିୟମ ଲାଗୁ ହେବାକୁ ଯାଉଛି ସ୍ପେନ (Spain) ଭଳି ଦେଶରେ । ଏଠାରେ ଗୋଟିଏ ସପ୍ତାହରେ ୩୨ ଘଣ୍ଟା ଅର୍ଥାତ୍ ୪ଦିନ କାମ କରାଯିବ ଓ ତିନି ଦିନ ମିଳିବ Weekly Off । ଏବେ ସ୍ପେନର କର୍ମଚାରୀ ମାନେ ୫ ଦିନ ଅର୍ଥାତ୍ ୪୦ ଘଣ୍ଟା କାମ କରୁଛନ୍ତି । କାମ କରିବାର ସମୟକୁ କମ କରିବାକୁ ନେଇ ସେଠାକାର ଦଳ ଲେଫ୍ଟ ୱିଙ୍ଗ ପାର୍ଟୀ ବହୁ ସମୟ ଧରି ଦାବି କରିଆସୁଥିଲା । ଆଉ କିଛି ରିସର୍ଚ୍ଚ ମୁତାବକ, ଅଧିକ ସମୟ ଧରି କାମ କରିବା ସତ୍ତ୍ବେ ଦେଶର ଉନ୍ନତି ଅନ୍ୟ ଦେଶ ତୁଳନାରେ କମ ରହିଛି । ଏହାକୁ ନଜରରେ ରଖି ସେଠାକାର ସରକାର ତିନି ବର୍ଷ ଯାଏଁ ପାଇଲଟ ପ୍ରୋଜେକ୍ଟ (Pilot Project) ଲାଗୁ କରିଛନ୍ତି । ସରକାରଙ୍କ କହିବାନୁସାରେ, ଏହାଦ୍ୱାରା  ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଦେଖାଦେବ ।

Also Read: ମଝି ଆକାଶରେ ଜନ୍ମ ନେଲା ଶିଶୁକନ୍ୟା, ସାହାଯ୍ୟ କଲେ ଇଣ୍ଡିଗୋ କ୍ରୁ ମେମ୍ୱର

Weekly Off କଣ ଓ ଏହାର ଉତ୍ପତ୍ତି କେବେ ଠାରୁ ହେଲା ଆସନ୍ତୁ ଜାଣିବା...

ଗୋଟିଏ ସପ୍ତାହରେ କେତୋଟି ଛୁଟି ରହିବା ଦରକାର । ପ୍ରକୃତରେ ଅଫିସରୁ ଗୋଟିଏ Weekly Off ମିଳିବା କନସେପ୍ଟ ପ୍ରଥମ କରି ଇଂଲଣ୍ଡ (England)ରୁ ଆରମ୍ଭ ହୋଇଥିଲା । ୧୮୪୩ ମସିହାରେ ଏହି Weekly Off ହେବା ନେଇ ଆରମ୍ଭ ହୋଇଥିଲା । ଏହି ଦେଶରେ ଅଧିକ ଖ୍ରୀଷ୍ଟିୟାନ ଭାଇ ଭଉଣୀ ରୁହନ୍ତି । ପୂର୍ବରୁ ପୁରା ସପ୍ତାହଟା ଯାକ କାମ କରିବାକୁ ପଡ଼ୁଥିଲା ଯାହା ଫଳରେ ରବିବାର ଚର୍ଚ୍ଚ ଯିବାରୁ ବଞ୍ଚିତ ହେଉଥିଲେ ଖ୍ରୀଷ୍ଟ ସମ୍ପ୍ରଦାୟ । ଏହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଲା। ଯାହାକୁ ନଜରରେ ରଖି ବ୍ରିଟିଶ ସରକାର ଆରମ୍ଭ କଲେ Weekly Off  ବା ସାପ୍ତାହିକ ଛୁଟି ।

Also Read: ରାଜଧାନୀରେ ରୁପା ମୂଲ୍ୟରେ ହ୍ରାସ, ଜାଣି ନିଅନ୍ତୁ କ'ଣ ରହିଛି ସୁନା ରେଟ୍

ତେବେ ଇଂଲଣ୍ଡ ଭଳି ଦେଶକୁ ଅନକରଣ କଲେ ଅନ୍ୟ କିଛି ବଡ଼ ବଡ଼ ରାଷ୍ଟ୍ର । ଆଉ ଆମ ଦେଶରେ ମଧ୍ୟ ପ୍ରଥମେ ସପ୍ତାହଟା ପୁରା କାମ କରିବାକୁ ପଡ଼ୁଥିଲା ଖାସ କରି ସୂତାକଳ (Cotton Mill) ରେ ପୁରା ସପ୍ତାହ ଯାକ କାମ କରିବାକୁ ପଡ଼ୁଥିଲା। ଏହାକୁ ଖିଲାପ କରି ମହାରାଷ୍ଟ୍ରରେ ଶ୍ରମିକ ମାନେ ୭ ବର୍ଷ ଯାଏଁ ଦୀର୍ଘ ସମୟ ଲଢେଇ କରିଥିଲେ। ଏହାକୁ ନଜରରେ ରଖି ଇଂରେଜ ମାନେ ୧୮୯୦ ରେ ରବିବାରକୁ Weekly Off  ଘୋଷଣା କରିଥିଲେ । ମୋଟାମୋଟି ଭାବେ ଧର୍ମକୁ ନଜରରେ ରଖି ରବିବାର କୁ ହିଁ  Weekly Off ଭାବେ ଘୋଷଣା କରାଯାଇଥିଲା ଆଉ ଏବେ ସୁଦ୍ଧା ସେହି ନିୟମ ମାନିବାକୁ ବି ପଡୁଛି ।

;