ପୁଣି ସାମ୍ନାକୁ ଆସିଲା ଚୀନର ମୁସଲମାନ ବିରୋଧି ଚେହେରା, ମସଜିଦ ଭାଙ୍ଗି ନିର୍ମାଣ କଲା ସର୍ବସାଧାରଣ ଶୌଚାଳୟ
Advertisement

ପୁଣି ସାମ୍ନାକୁ ଆସିଲା ଚୀନର ମୁସଲମାନ ବିରୋଧି ଚେହେରା, ମସଜିଦ ଭାଙ୍ଗି ନିର୍ମାଣ କଲା ସର୍ବସାଧାରଣ ଶୌଚାଳୟ

ପୁଣି ଥରେ ଚୀନର ଉଇଘୁର ମୁସଲମାନଙ୍କ ବିରୁଦ୍ଧରେ କଠୋର ହୋଇ ଉଠିଛନ୍ତି କମ୍ୟୁନିଷ୍ଟ ସରକାର।

ପୁଣି ସାମ୍ନାକୁ ଆସିଲା ଚୀନର ମୁସଲମାନ ବିରୋଧି ଚେହେରା, ମସଜିଦ ଭାଙ୍ଗି ନିର୍ମାଣ କଲା ସର୍ବସାଧାରଣ ଶୌଚାଳୟ

ବେଜିଂ: ନାସ୍ତିକ ତଥା କମ୍ୟୁନିଷ୍ଟ ଶାସିତ ଚୀନରେ ସଂଖ୍ୟାଲଘୁ ଉଇଘୁର ମୁସଲମାନଙ୍କ ବିରୁଦ୍ଧରେ ଦମନମୂଳ କାର୍ଯ୍ୟ ଜାରି ରଖିଛନ୍ତି ଦେଶରେ କ୍ଷମତାସୀନ ସରକାର । ଦେଶର ଜିନଜିଆଙ୍ଗ ପ୍ରଦେଶରେ ଅବସ୍ଥିତ ଥିବା ଏକ ମସଜିଦକୁ ଭାଙ୍ଗି ଏହାକୁ ଏକ ସର୍ବସାଧାରଣ ଶୌଚାଳୟରେ ପରିଣତ କରିଛନ୍ତି ଚୀନର କମ୍ୟୁନିଷ୍ଟ ସରକାର ।

ଗତ ୨୦୧୮ରୁ ସଂଖ୍ୟାଲଘୁଙ୍କ ବିରୁଦ୍ଧରେ ଦମନମୂଳ କାର୍ଯ୍ୟ ଜାରି ରଖିଛନ୍ତି ଚୀନ ସରକାର । ଜିନଜିଆଙ୍ଗ ପ୍ରଦେଶର ଅତୁଶର ସୁଙ୍ଗାଗ୍ ଗ୍ରାମରେ ଅବସ୍ଥିତ ଏକ ମସଜିଦକୁ ନିର୍ମାଣ ହେବାର ୨ ବର୍ଷ ପରେ ଏକ ସର୍ବସାଧାରଣ ଶୌଚାଳୟରେ ପରିବର୍ତ୍ତନ କରାଯାଇଛି। ହେଲେ ଏହି ଶୌଚାଳୟର ବ୍ୟବହାର ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ।

ସୁଙ୍ଗାଗ ଗ୍ରାମର ପ୍ରତି ଘରେ ଶୌଚାଳୟ ରହିଛି ଏବଂ ଏହି ଗାଁରେ ପର୍ଯ୍ୟଟକଙ୍କ ଭିଡ଼ ସେତେମାତ୍ରାରେ ଲାଗିନଥାଏ । ଏହା ସତ୍ତ୍ୱେ ମସଜିଦ ଭାଙ୍ଗିବା ଏବଂ ଏହାକୁ ଶୌଚାଳୟ ପରିଣତ କରିବା ଚୀନ ସରକାରଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରୁଛି। ଏନେଇ ସ୍ଥାନୀୟ ଲୋକ ଏହା ମଧ୍ୟ କହିଛନ୍ତି ଗାଁରେ ସର୍ବସାଧାରଣ ଶୌଚାଳୟର ଆବଶ୍ୟକତା ନାହିଁ । 

ଚୀନ ସରକାର ଦେଶର ଜିନଜିଆଙ୍ଗ୍ ପ୍ରଦେଶରେ ବସବାସ କରୁଥିବା ସଂଖ୍ୟାଲଘୁ ମୁସଲମାନଙ୍କ ବିରୁଦ୍ଧରେସ  ଦମନମୂଳକ କାର୍ଯ୍ୟ ଜାରି ରଖିଛନ୍ତି । ଏପରିକି ସେମାନଙ୍କର ସଂସ୍କୃତି ଏବଂ ସଭ୍ୟତାକୁ ସଂପୂର୍ଣ୍ଣ ଭାବେ ସମାପ୍ତ କରିବାକୁ ଉଦ୍ୟମ ଜାରି ରହିଛି । ଚୀନ ସରକାରଙ୍କ ପକ୍ଷରୁ ଜାରି ରହିଥିବା ମୁସଲମାନ ବିରୋଧି କାର୍ଯ୍ୟାନୁଷ୍ଠାନରେ ଜିନଜିଆଙ୍ଗର ପ୍ରଦେଶର ପ୍ରାୟ ୭୦ ପ୍ରତିଶତ ମସଜିଦ ନଷ୍ଟ ହୋଇଯାଇଛି ।

ଗତ ବର୍ଷ ଚୀନ ଅଜନା ନାମକ ଏକ ମସଜିଦକୁ ଭାଙ୍ଗି ଦେଇଥିଲା। ଏହି ମସଜିଦ ସ୍ଥାନରେ ମଦ ଏବଂ ସିଗାରେଟ୍ ଦୋକାନ ଖୋଲାଯାଇଛି, ଯାହାର ବ୍ୟବହାର ଇସଲାମରେ ନିଷେଧ । ସେହିଭଳି ହଟାନ ସହରରେ ଥିବା ଅନ୍ୟ ଏକ ମସଜିଦକୁ ଭାଙ୍ଗି ସେଠାରେ ଏକ ଅନ୍ତଃବସ୍ତ୍ର କାରଖାନା ଖୋଲିବାକୁ ଚେଷ୍ଟା ଚାଲିଛି ।

ଉଇଗର ମାନବ ଅଧିକାର ପ୍ରକଳ୍ପ ଅନୁଯାୟୀ, ବିଗତ ୩ ବର୍ଷ ମଧ୍ୟରେ ଜିନଜିଆଙ୍ଗରେ ପ୍ରାୟ ୧୦୦୦୦ରୁ ୧୫ ହଜାର ମସଜିଦକୁ ଧ୍ୱଂସ କରି ଦିଆଯାଇଛି। ଗତ ବର୍ଷ ଏକ ବିଦେଶୀ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଚୀନ ସରକାର ଦେଶର ଟକଲାମକାନ ମରୁଭୂମିରେ ଅବସ୍ଥିତ ଏକ ମୁସଲିମ ଧାର୍ମିକସ୍ଥଳକୁ ଭାଙ୍ଗି ଦେଇଥିଲା । ଯାହା ଦେଶର ହଟାନ ସହରରେ ବସବାସ କରୁଥିବା ଉଇଘୁର ମୁସଲମାନଙ୍କ ଲାଗି ଏକ ଲୋକପ୍ରିୟ ଧାର୍ମିକ ସ୍ଥଳଥିଲା । ମସଜିଦ ଭାଙ୍ଗିବା ପରେ ଏହି ସ୍ଥାନଟି ନିଛାଟିଆ ହୋଇଯାଇଛି।

ଚାଇନାରେ ୨୨ ନିୟୁତ ମୁସଲମାନ ଅଛନ୍ତି, ସେମାନଙ୍କ ମଧ୍ୟରୁ ଅଧା କେବଳ ହେଉଛନ୍ତି ଉଇଘୁର ମୁସଲିମ । ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଚାହୁଁଛନ୍ତି ଯେ ଉଇଘୁର ମୁସଲମାନ ଦେଶରୁ ସମ୍ପୂର୍ଣ୍ଣ ଗାଏବ ହୋଇଯାନ୍ତୁ । ଏଥିପାଇଁ ଉଇଘୁର ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଏକ ନିଷ୍ଠୁର ଅଭିଯାନ ଚାଲିଛି। ନିକଟରେ ଏକ ରିପୋର୍ଟରେ କୁହାଯାଇଛି ଚୀନ୍ ସରକାର ଉଇଘୁର ମହିଳାଙ୍କର ଜବରଦସ୍ତ ଗର୍ଭପାତ କରାଉଛନ୍ତି। ଲକ୍ଷ ଲକ୍ଷ ଉଉଘୁର ଚୀନ୍‌ର ବନ୍ଦ ଶିବିରରେ ରହିଛନ୍ତି ଏବଂ ନିର୍ଯାତନାର ଜୀବନ ଅତିବାହିତ କରୁଛନ୍ତି ।

ଚୀନ୍ ମୁସଲମାନଙ୍କୁ ଅନେକ ନିର୍ଯାତନା ଦେଉଛି, ଏପରିକି ସେମାନଙ୍କ ସଂସ୍କୃତିକୁ ନଷ୍ଟ କରିବାକୁ ଚାହୁଁଛି। ହେଲେ ବିଶ୍ୱର କୌଣସି ମୁସଲମାନ ଦେଶ ଏ ପ୍ରସଙ୍ଗରେ ମୁହା ଖୋଲୁନାହାଁନ୍ତି। ଏପରିକି ନିଜକୁ ମୁସଲମାନଙ୍କ ସର୍ବଶ୍ରେଷ୍ଠ ନେତା ବୋଲି ବର୍ଣ୍ଣନା କରୁଥିବା ସାଉଦି ଆରବ ମଧ୍ୟ ଏ ମାମଲାରେ ଚୁପ ବସିଛି । ଏପରିକି ତୁର୍କୀ ଏବଂ ପାକିସ୍ତାନରେ ମଧ୍ୟ ଉଇଘୁର ଦମନ ଘଟଣାରେ ନୀରବତା ଅବଲମ୍ବନ କରିଛନ୍ତି ।