ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ, ଜଣେ ନକ୍ସଲ ମୃତ, ମାଓ ଡମ୍ପ ଉଦ୍ଧାର
Advertisement
Article Detail0/zeeodisha/odisha2345247

ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ, ଜଣେ ନକ୍ସଲ ମୃତ, ମାଓ ଡମ୍ପ ଉଦ୍ଧାର

Police encounter: ଆଜି ସକାଳୁ ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ଯବାନଙ୍କ ଗୁଳିର ସାମ୍ନା କରିନପାରି ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ।

ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ, ଜଣେ ନକ୍ସଲ ମୃତ, ମାଓ ଡମ୍ପ ଉଦ୍ଧାର

ମାଲକାନଗିରି: ଓଡ଼ିଶା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ପୁଣି ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି। ମାଓବାଦି ମାନେ ତୁମାରଗଟ୍ଟା ଗ୍ରାମ ନିକଟସ୍ଥ ଜଙ୍ଗଲରେ କ୍ୟାମ୍ପ କରି ରହିଥିବା ପୁଲିସକୁ ଖବର ମିଳିବା ପରେ ଡିଆରଜି ଟିମ ଚଢ଼ଉ କରିଥିଲେ। ଆଜି ସକାଳୁ ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ଯବାନଙ୍କ ଗୁଳିର ସାମ୍ନା କରିନପାରି ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ। ପରେ ସୁରକ୍ଷାକର୍ମୀ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଣେ ମାଓବାଦୀର ଶବ ଉଦ୍ଧାର କରିଥିଲେ। 

ସେହିପରି କୋଣ୍ଡାଗାଓଁ ଜିଲ୍ଲା ପୁଲିସକୁ ମିଳିଛି ବଡ଼ ସଫଳତା। କୁଦାଲବାଡ଼ି ଜଙ୍ଗଲରେ ନକ୍ସଲ ଥିବା ପୁଲିସ ଜାଣି ପାରିଥିଲେ। ସେହି ଅଞ୍ଚଳରେ ଚଢ଼ଉ କରିବାରେ ନକ୍ସଲ ପୁଲିସ ଆସିବା ଜାଣି ଛତ୍ରଭଙ୍ଗ ଦେଇଥିଲେ। ସେହି ଅଂଚଳରେ ଯବାନ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଂଗଲ ମଧ୍ୟରେ ଏକ ମାଓ ଡମ୍ପ ରହିଥିବା ଦେଖିବାକୁ ପାଇଥିଲେ। ଡମ୍ପରୁ ବହୁ ମାତ୍ରାରେ ବିସ୍ଫୋରକ ସହ ମାଓ ସାମଗ୍ରୀ ଜବତ କରାଯାଇଥିଲା।