Nostradamus prediction:ଯୁଦ୍ଧକ୍ଷେତ୍ରରେ ଭୟରେ କମ୍ପିବ ଚୀନ୍,୨୦୨୪ରେ ଡ୍ରାଗନରେ ଦେଶରେ ଆସିବ ଜଳ ପ୍ରଳୟ !
Advertisement
Article Detail0/zeeodisha/odisha2011084

Nostradamus prediction:ଯୁଦ୍ଧକ୍ଷେତ୍ରରେ ଭୟରେ କମ୍ପିବ ଚୀନ୍,୨୦୨୪ରେ ଡ୍ରାଗନରେ ଦେଶରେ ଆସିବ ଜଳ ପ୍ରଳୟ !

ନାସ୍ତ୍ରେଦମ୍ସ । ପଂଚଦଶ ଶତାବ୍ଦୀର ଫରାସୀ ଭବିଷ୍ୟବକ୍ତା ଯାହାଙ୍କ ଭବିଷ୍ୟବାଣୀ ୭ଶହ ବର୍ଷ ପରେ ବି ସତ ହେଉଥିବାର ଦାବି କରାଯାଏ । ଗୋଟିଏ ନୂଆ ବର୍ଷ ଆରମ୍ଭ ହେବା ସହିତ କିମ୍ବା ଆରମ୍ଭ ପୂର୍ବରୁ ନାସ୍ତ୍ରେଦମ୍ସଙ୍କ ଭବିଷ୍ୟବାଣୀର ତର୍ଜମା ହୁଏ । ଆଗାମୀ ବର୍ଷ ପାଇଁ ନାସ୍ତ୍ରେଦମ୍ସ କ’ଣ କହିଛନ୍ତି ବା କ’ଣ ହେବାକୁ ଯିବ ତାକୁ ନେଇ ବେ

SOCIAL MEDIA

Nostradamus prediction:

ନାସ୍ତ୍ରେଦମ୍ସ । ପଂଚଦଶ ଶତାବ୍ଦୀର ଫରାସୀ ଭବିଷ୍ୟବକ୍ତା ଯାହାଙ୍କ ଭବିଷ୍ୟବାଣୀ ୭ଶହ ବର୍ଷ ପରେ ବି ସତ ହେଉଥିବାର ଦାବି କରାଯାଏ । ଗୋଟିଏ ନୂଆ ବର୍ଷ ଆରମ୍ଭ ହେବା ସହିତ କିମ୍ବା ଆରମ୍ଭ ପୂର୍ବରୁ ନାସ୍ତ୍ରେଦମ୍ସଙ୍କ ଭବିଷ୍ୟବାଣୀର ତର୍ଜମା ହୁଏ । ଆଗାମୀ ବର୍ଷ ପାଇଁ ନାସ୍ତ୍ରେଦମ୍ସ କ’ଣ କହିଛନ୍ତି ବା କ’ଣ ହେବାକୁ ଯିବ ତାକୁ ନେଇ ବେସ ଆଲୋଚନା ହୁଏ । ଚଳିତ ବର୍ଷ ମଧ୍ଯ ସେହିଭଳି ହେଉଛି । କୁହାଯାଉଛି ଯେ,୭ଶହ ବର୍ଷ ତଳେ ନାସ୍ତ୍ରେଦମ୍ସ ୨୦୨୪ରେ ଚୀନରେ ଜଳ ପ୍ରଳୟ ଆସିବ ବୋଲି ଦେଖିଥିଲେ । ୨୦୨୪ରେ ନିଜକୁ ଗୋଟିଏ ବିରାଟ ସାମରିକ ଶକ୍ତି ଭାବୁଥିବା ଚୀନ୍ ଯୁଦ୍ଧର ଆତଙ୍କରେ ଆତଙ୍କିତ ହେବ ବୋଲି କାଳେ ନାସ୍ତ୍ରେଦମ୍ସ କହିଛନ୍ତି ।

ନାସ୍ତ୍ରେଦମ୍ସ କିଏ ?

ଦୁନିଆରେ ଅନେକ ଭବିଷ୍ୟ‌ବକ୍ତା ଏବଂ ଦାର୍ଶନିକ ଅଛନ୍ତି, ଯାହାଙ୍କର ଭବିଷ୍ୟବାଣୀ କିଛି କିଛି ସଠିକ୍ ପ୍ରମାଣିତ ହୋଇଛି । ଫରାସୀ ଦାର୍ଶନିକ ନାସ୍ତ୍ରେଦମ୍ସ ମଧ୍ୟ ଏହି ଲୋକମାନଙ୍କ ମଧ୍ୟରୁ ଜଣେ । ନାସ୍ତ୍ରେଦମ୍ସଙ୍କ ଦ୍ୱାରା କରାଯାଇଥିବା ଅନେକ ଭବିଷ୍ୟବାଣୀ ସତ୍ୟ ବୋଲି ପ୍ରମାଣିତ ହୋଇଛି । ଯେମିତିକି, ଆମେରିକାର ରାଷ୍ଟ୍ରପତି ଜନ୍ ଏଫ୍ କେନେଡିଙ୍କ ହତ୍ୟା, ଜର୍ମାନୀରେ ହିଟଲରଙ୍କ ଉତ୍ଥାନ। ଏପରି ଅନେକ ଭବିଷ୍ୟବାଣୀ ତାଙ୍କର ସତ୍ୟ ହୋଇଛି । ସେ ମଧ୍ୟ ନାଇନ୍-ଇଲେଭନ୍ ଆକ୍ରମଣ ବାବଦରେ କୁଆଡେ ଭବିଷ୍ୟତବାଣୀ କରିଥିଲେ ।  ଅନେକ ପ୍ରଥମ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ ସହିତ ତାଙ୍କ ଭବିଷ୍ୟବାଣୀକୁ ଯୋଡି ମଧ୍ୟ ଦେଖିଥାନ୍ତି ।

୨୦୨୪ରେ ଜଳଯୁଦ୍ଧ !

୨୦୨୪ ବର୍ଷ ଆରମ୍ଭ ହେବାକୁ କେବଳ କିଛି ଦିନ ବାକି ଅଛି । ଏଭଳି ପରିସ୍ଥିତିରେ ସମସ୍ତେ ଜାଣିବାକୁ ଆଗ୍ରହୀ ଯେ ନୂଆ ବର୍ଷ ସେମାନଙ୍କ ପାଇଁ କିମ୍ବା ଦେଶ ତଥା ବିଶ୍ବ ପାଇଁ କିପରି ରହିବ। ଏନେଇ ନାସ୍ତ୍ରେଦମ୍ସ ଭବିଷ୍ୟବାଣୀ କରିଛନ୍ତି । ନାସ୍ତ୍ରେଦମ୍ସ ରହସ୍ୟମୟ ଢଙ୍ଗରେ ତାଙ୍କ ଭବିଷ୍ୟବାଣୀ କରିଯାଇଛନ୍ତି । ତାଙ୍କ ଭବିଷ୍ୟତବାଣୀ ସିଧାସଳଖ ଲେଖାଯାଇନାହିଁ । କବିବାତ ଶୈଳୀରେ ଲେଖାଯାଇଥିବା ଭବିଷ୍ୟବାଣୀକୁ ଲୋକ ନିଜ ହିସାବରେ ତର୍ଜମା କରିଥାନ୍ତି । କୁହାଯାଉଛି ଯେ,  ୨୦୨୪ରେ  ଦୁନିଆ ଜଳ ଯୁଦ୍ଧ ଦେଖିବ ବୋଲି ସେ ଭବିଷ୍ୟତବାଣୀ କରିଛନ୍ତି ।  । 'ଲାଲ୍ ଶତ୍ରୁ' ଭୟରେ ହଳଦିଆ ପଡିଯିବେ। ତାପରେ ମହାସାଗରରେ ସୃଷ୍ଟି ତାଣ୍ଡବ । ଏଠାରେ 'ଲାଲ୍ ଶତ୍ରୁ'କୁ  ଚୀନ ବୋଲି କିଛି ଗବେଷକ କୁହନ୍ତି । ଏବଂ ଜଳ ଯୁଦ୍ଧର ଅର୍ଥ ହେଉଛି ତାଇୱାନ। ଚୀନ ସହ ତାଇୱାନର ଘମାଘୋଟ ଯୁଦ୍ଧ ହେବ

ସେପଟେ ବ୍ରିଟେନକୁ ମିଳିବ ନୂଆ ରାଜା । ବ୍ରିଟିଶ ରୟାଲ ପରିବାରରେ ଘଟିପାରେ ନାଟକୀୟ ଘଟଣା। । ଆଇଜଲ୍ସର ରାଜାଙ୍କୁ ବଳପୂର୍ବକ ହଟାଇ ଦିଆଯିବ ବୋଲି ଭବିଷ୍ୟବାଣୀ କରିଛନ୍ତି ନାସ୍ତ୍ରେଦମ୍ସ । ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏଠାରେ ରାଜା ଚାର୍ଲ୍ସ ତୃତୀୟଙ୍କ ବିଷୟରେ କୁହାଯାଇଛି। ଏହା ମଧ୍ୟ କୁହାଯାଇଛି ଯେ, ଏକ ଭୟଙ୍କର ଯୁଦ୍ଧ ପରେ ଜଣେ ନୂତନ ରାଜାଙ୍କର ରାଜ୍ୟଭିଷେକ କରାଯିବ ।  ଯିଏ କି ଦୀର୍ଘ ସମୟ ପର୍ଯ୍ୟନ୍ତ ଶାସନ କରିବେ । ଏଠାରେ ପ୍ରିନ୍ସ ୱିଲିୟମଙ୍କ ବଦଳରେ ପ୍ରିନ୍ସ ହେରୀ ରାଜା ସିଂହାସନରେ ବସିବେ ବୋଲି କୁହାଯାଉଛି ।

ନାସ୍ତ୍ରେଦମ୍ସ ତାଙ୍କ ପୁସ୍ତକରେ ଲେଖି ଚେତାବନୀ ଦେଇଛନ୍ତି ଯେ,  ୨୦୨୪ ମସିହାରେ ପରମାଣୁ ଯୁଦ୍ଧ ହେବ ।  ଯାହା ଜଳବାୟୁ ଉପରେ ଗଭୀର ପ୍ରଭାବ ପକାଇବ । ନାସ୍ତ୍ରେଦମ୍ସ କହିଛନ୍ତି ଯେ ୨୦୨୪ ମସିହାରେ ଅନେକ ଜଳବାୟୁ ପରିବର୍ତ୍ତନ ହେବ ଏବଂ ପୃଥିବୀ ପୂର୍ବ ଅପେକ୍ଷା ଅଧିକ ଉତ୍ତପ୍ତ ହେବ।ଫଳରେ ସମୁଦ୍ରରେ ଜଳସ୍ତର ବୃଦ୍ଧି ପାଇବ । ଯାହାର ଫଳ ହେବ ସମୁଦ୍ର କୂଳରେ ଥିବା ଅନେକ ଅଂଚଳ ସବୁଦିନ ପାଇଁ ସମୁଦ୍ରଗର୍ଭରେ ହଜିଯିବେ । ଏହା ସହିତ ଚଳିତ ବର୍ଷ ହିଟ ୱେଭ  ଅଧିକ ଗୁରୁତର ହୋଇପାରେ ବୋଲି ମଧ୍ୟ ସେ ଭବିଷ୍ୟବାଣୀ କରିଛନ୍ତି ।