ଘରେ ରହି ନିଆରା ଢଙ୍ଗରେ ସମ୍ବଲପୁରୀ ଦିନ ପାଳନ କରୁଛନ୍ତି ଲୋକେ
Advertisement

ଘରେ ରହି ନିଆରା ଢଙ୍ଗରେ ସମ୍ବଲପୁରୀ ଦିନ ପାଳନ କରୁଛନ୍ତି ଲୋକେ

ସମ୍ବଲପୁରୀ ଦିନ ଅବସରରେ ଚଳିତ ବର୍ଷ ବିଶିଷ୍ଟ ସମ୍ବଲପୁରୀ ନାଟକ ନିର୍ଦ୍ଦେଶକ ଅଭିନେତା ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କୁ ସମ୍ମାନଜନକ ଗୁରୁ ସତ୍ୟ ନାରାୟଣ ସମ୍ବଲପୁରୀ ଜାତୀୟ ସମ୍ମାନ ପ୍ରଦାନ କରାଯାଇଛି । 

ଫାଇଲ ଫଟୋ

ଅଜୟ କୁମାର ନାଥ, ସମ୍ବଲପୁର: ଆଜି ହେଉଛି ସମ୍ବଲପୁରୀ ଦିନ୍ । ସମ୍ବଲପୁରୀ ଭାଷା ସାହିତ୍ୟର ଜନକ ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ପବିତ୍ର ଜନ୍ମଦିନ ।  ଏହି ଦିନ ଅଗଷ୍ଟ ୧ ତାରିଖକୁ ସମ୍ବଲପୁରୀ ଦିନ୍ ଭାବରେ ସର୍ବତ୍ର  ପାଳନ କରାଯାଇଥାଏ । ଏହି ଅବସରରେ ଚଳିତ ବର୍ଷ ପାଇଁ ସମ୍ବଲପୁରୀ ଅଭିନେତା ନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କୁ ଗୁରୁ ସତ୍ୟ ନାରାୟଣ ସମ୍ବଲପୁରୀ ଜାତୀୟ ସମ୍ମାନରେ ସମ୍ମାନିତ କରାଯାଇଛି । 

ଗୁରୁ ସତ୍ୟ ନାରାୟଣ ବହିଦାରଙ୍କର ଜନ୍ମଦିନ ଅଗଷ୍ଟ ୧ ତାରିଖରେ ପ୍ରତିବର୍ଷ ଜାକ ଜମକରେ ସମ୍ବଲପୁରୀ ଦିନ୍ ପାଳନ କରାଯାଏ । ତେବେ ଚଳିତ ବର୍ଷ କୋରୋନା ମହାମାରୀ ଯୋଗୁଁ ସମ୍ବଲପୁରୀ ଦିନ କାର୍ଯ୍ୟକ୍ରମ ମଂଚରେ ଆୟୋଜିତ  ହୋଇପାରିନାହିଁ । ତଥାପି  ଘରେ ରହି ପରିବାର ଲୋକଙ୍କ ଦ୍ଵାରା ନିଆରା ଢଙ୍ଗରେ  ସମ୍ବଲପୁରୀ ଦିନ ପାଳନ କରାଯାଇଛି । ଦିନ ତମାମ ସାମାଜିକ ଗଣମାଧ୍ୟମରେ କାର୍ଯ୍ୟକ୍ରମ ପରିବେଷଣ ଆରମ୍ଭ ହୋଇଛି । ସମସ୍ତେ ସମ୍ବଲପୁରୀ କପଡା ପିନ୍ଧି  କୋଭିଡ ନିୟମ ମାନି ଲୋକେ ନିଜ ନିଜ ଘରେ ରହି ପରିବାର ସହ ସମ୍ବଲପୁରୀ ଦିନ ପାଳନ କରିଛନ୍ତି । ସାଂସ୍କୃତିକ ଅନୁଷ୍ଠାନମାନେ ନିଜ ଢଂଗରେ ସମ୍ବଲପୁରୀ କାର୍ଯ୍ୟକ୍ରମ ଆୟୋଜନ କରି ସାମାଜିକ ଗଣମାଧ୍ୟମରେ ଛାଡିବା ପାଇଁ ବ୍ୟବସ୍ଥା କରିଛନ୍ତି । ବହୁ ବିଶିଷ୍ଟ ବ୍ୟକ୍ତି ସମ୍ବଲପୁରୀ ଦିନ ପାଇଁ  ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି ।

ସମ୍ବଲପୁରୀ ଦିନ ଅବସରରେ ଚଳିତ ବର୍ଷ ବିଶିଷ୍ଟ ସମ୍ବଲପୁରୀ ନାଟକ ନିର୍ଦ୍ଦେଶକ ଅଭିନେତା ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କୁ ସମ୍ମାନଜନକ ଗୁରୁ ସତ୍ୟ ନାରାୟଣ ସମ୍ବଲପୁରୀ ଜାତୀୟ ସମ୍ମାନ ପ୍ରଦାନ କରାଯାଇଛି । ସେହିପରି ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ସଫଳତା ପାଇଥିବା  ଅର୍ପିତା ପୂଜାରୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । 

ପଶ୍ଚିମାଞ୍ଚଳ ଏକତା ମଂଚ ପକ୍ଷରୁ ଆୟୋଜିତ ଡିଜିଟାଲ ମଂଚରେ ଅଠର ହଜାରରୁ ଅଧିକ ଲୋକ ସାମିଲ ହୋଇ କାର୍ଯ୍ୟକ୍ରମ ଉପଭୋଗ କରିଛନ୍ତି ।