ବୁର୍ଲା ମେଡ଼ିକାଲରେ ଏମଆରଆଇ ଅନିୟମିତତାର ତଦନ୍ତ ଆରମ୍ଭ
Advertisement

ବୁର୍ଲା ମେଡ଼ିକାଲରେ ଏମଆରଆଇ ଅନିୟମିତତାର ତଦନ୍ତ ଆରମ୍ଭ

ପୂର୍ବରୁ ବୁର୍ଲା ମେଡ଼ିକାଲରେ ଏମିତି ଅନେକ ଦୁର୍ନୀତି ଲୋକଲୋଚନକୁ ଆସିଛି । ମାତ୍ର ମେଡିକାଲର କେତେକ ପ୍ରଭାବଶାଳୀ ଲୋକଙ୍କ ଚାପରେ ଅତି ଚତୁରତାର ସହ ଚାପି ଦିଆଯାଇଥିବାର ନଜିର ରହିଛି ।

ବୁର୍ଲା ମେଡ଼ିକାଲରେ ଏମଆରଆଇ ଅନିୟମିତତାର ତଦନ୍ତ ଆରମ୍ଭ

ଅଜୟ କୁମାର ନାଥ, ସମ୍ବଲପୁର: ବୁର୍ଲା ମେଡିକାଲରେ ଏମଆରଆଇରେ ଅନିୟମିତତା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ନବ ନିଯୁକ୍ତ ନିର୍ଦ୍ଦେଶକ ପ୍ରଫେସର ଲଳିତ କୁମାର ମେହେର । ଭିମସାର ଏମଆରଆଇରେ ଅନିୟମିତତା ଘଟଣା ପ୍ରଘଟ ହେବା ପରେ ସେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ବୁର୍ଲା ମେଡିକାଲର ମେଡିସିନ ବିଭାଗର ପ୍ରଫେସର ମନୋଜ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଏକ ୪ ଜଣିଆ ଟିମ ଏହି ଘଟଣାର ତଦନ୍ତ କରି ୭ ଦିନ ଭିତରେ ରିପୋର୍ଟ ପ୍ରଦାନ କରିବେ । 

ଅନ୍ୟପଟେ ଏହି ତଦନ୍ତ ଏକ ଔପଚାରିକ ମାତ୍ର ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଛି । ଏଥିରୁ କୌଣସି କାର୍ଯ୍ୟାନୁଷ୍ଠାନ ହେବାର ସମ୍ଭାବନା ନଥିବା କୁହାଯାଉଛି । ପୂର୍ବରୁ ବୁର୍ଲା ମେଡ଼ିକାଲରେ ଏମିତି ଅନେକ ଦୁର୍ନୀତି ଲୋକଲୋଚନକୁ ଆସିଛି । ମାତ୍ର ମେଡିକାଲର କେତେକ ପ୍ରଭାବଶାଳୀ ଲୋକଙ୍କ ଚାପରେ ଅତି ଚତୁରତାର ସହ ଚାପି ଦିଆଯାଇଥିବାର ନଜିର ରହିଛି । ଏଣୁ ଏହି ତଦନ୍ତରୁ କୌଣସି ଲାଭ ମିଳିବନି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

fallback

ଏମଆରଆଇ ପରୀକ୍ଷଣ ନାଁରେ ହିନ୍ଦ ଲ୍ୟାବ ସଂସ୍ଥା ଚଞ୍ଚକତା କରି କୋଟି କୋଟି ସରକାରୀ ଟଙ୍କା ଚଳୁ କରୁଥିବାର ତଥ୍ୟକୁ କିଛି ଦିନ ପୂର୍ବରୁ ବୁର୍ଲାର ଆବାସିକ ଡାକ୍ତର ଶଙ୍କର ରାମ ଚନ୍ଦାନୀ ଲୋକ ଲୋଚନକୁ ଆଣିଥିଲେ । ତେବେ ବର୍ତ୍ତମାନ ଅଭିଯୋଗକାରୀ ଡାକ୍ତର ଓ ତାଙ୍କ ସହଯୋଗୀଙ୍କ ଉପରେ ବୁର୍ଲା ମେଡ଼ିକାଲ ପ୍ରଶାସନ ପକ୍ଷରୁ ପ୍ରବଳ ଚାପ ପକାଯାଉଥିବାର ଅଭିଯୋଗ ହୋଇଛି ।