ଧାରଣାକୁ ଓହ୍ଲାଇଲେ ବିଜେବି ମହାବିଦ୍ୟାଳୟର ବିଦ୍ୟାର୍ଥୀ
Advertisement
Article Detail0/zeeodisha/odisha693339

ଧାରଣାକୁ ଓହ୍ଲାଇଲେ ବିଜେବି ମହାବିଦ୍ୟାଳୟର ବିଦ୍ୟାର୍ଥୀ

ଉଚ୍ଚଶିକ୍ଷା ବିଭାଗକୁ ପରୀକ୍ଷା ବାତିଲ କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ ।

ଧାରଣାକୁ ଓହ୍ଲାଇଲେ ବିଜେବି ମହାବିଦ୍ୟାଳୟର ବିଦ୍ୟାର୍ଥୀ

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ରମାଦେବୀ ଓ ଉତ୍କଳ ବିଶ୍ଵବିଦ୍ୟାଳୟ ପରେ ଧାରଣାକୁ ଓହ୍ଲାଇଲେ ବିଜେବି ମହାବିଦ୍ୟାଳୟର ଛାତ୍ରଛାତ୍ରୀ । ପରୀକ୍ଷା ବାତିଲ କିମ୍ବା ବିକଳ୍ପ ବ୍ୟବସ୍ଥା ଆପଣେଇବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ । ଉତ୍କଳ ବିଶ୍ଵବିଦ୍ୟାଳୟ ଅନୁବନ୍ଧିତ ସମସ୍ତ ବିଶ୍ୱବିଦ୍ୟାଳୟରେ ଜୁଲାଇ ୭ ତାରିଖରୁ ପରୀକ୍ଷା ଆରମ୍ଭ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇବ ପରେ ଜୋର ଧରିଛି ଛାତ୍ର ଆନ୍ଦୋଳନ । ଉଚ୍ଚଶିକ୍ଷା ବିଭାଗକୁ ପରୀକ୍ଷା ବାତିଲ କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ ।

ବର୍ତ୍ତମାନ ସ୍ଥିତିରେ ସରକାର ନିଜେ ଚଳିତ ଦୁଇ ମାସ ଗୁରୁତ୍ବପୂର୍ଣ୍ଣ କହୁଥିବା ବେଳେ ଜୁଲାଇ ଦ୍ୱିତୀୟ ସପ୍ତାହରେ କିଭଳି ପରୀକ୍ଷା କରିବେ ସେ ନେଇ ପ୍ରଶ୍ନ କରିଛନ୍ତି ।  ସାରା ଦେଶ ସହ ରାଜ୍ୟରେ କୋରୋନା କାୟା ବିସ୍ତାର କରିଚାଲିଛି । ଏହି  ସମୟରେ ଏକାଠି ହୋଇ ପରୀକ୍ଷା ଦେବା ଓ ଗୋଟିଏ ହଷ୍ଟେଲରେ ରହିବା, ଏକାଠି ଖାଇବା ଓ ଅନ୍ୟାନ୍ୟ କାମ ଭିତରେ ସଂକ୍ରମଣର ସମ୍ଭାବନା ଅଧିକ ରହୁଛି । ଏପରି ସ୍ଥିତିରେ ପରୀକ୍ଷା କରିବା ଅର୍ଥାତ ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳିବା ବୋଲି ସେମାନେ କହିଛନ୍ତି । ତେଣୁ ରାଜ୍ୟ ସରକାର ଏହାର ବିକଳ୍ପ ବ୍ୟବସ୍ଥା ଚିନ୍ତା କରନ୍ତୁ । ଏହାସହ ପରୀକ୍ଷା ବାତିଲ ହେଉ ବୋଲି ଦାବି କରିଛନ୍ତି ।